ମହିଳାମାନଙ୍କ ହେଉଥବା ମାସିକ ରୁତୁସ୍ରାବକୁ ନେଇ କଣ କହୁଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା, ଦେଖନ୍ତୁ ଭାଇରାଲ Video

ସଂସ୍କାର : ମହିଳା ହୁଅନ୍ତୁ କିମ୍ବା ଯୁବତୀ ଏମାନଙ୍କର ମାସିକ ରୁତୁସ୍ରାବ ଏକ ସ୍ୱାଭାବିକ ପ୍ରକ୍ରିୟା ଅଟେ। ଏକ ନିର୍ଦ୍ଦିଷ୍ଟ ବୟସରୁ ମହିଳା କିମ୍ବା ଯୁବତୀଙ୍କର ଏହି ସ୍ୱାଭାବିକ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ପ୍ରାୟତଃ ଗୋଟିଏ ଝିଅକୁ ଯେତେବେଳେ ୧୧ ରୁ ୧୫ ବର୍ଷ ହୋଇଥାଏ ସେମାନଙ୍କର ଏହି ମାସିକ ରୁତୁସ୍ରାବ ଆରମ୍ଭ ହୋଇଯାଇଥାଏ। ତେବେ ଏହି ମାସିକ ରୁତୁସ୍ରାବ ସମୟରେ ଝିଅ , ଯୁବତୀ ଓ ମହିଳାଙ୍କ କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ତାହା ବାସ୍ତବରେ କଷ୍ଟଦାୟକ ହୋଇଥାଏ।

ଅନ୍ୟପଟେ ଯଦିଓ ଏହି ମାସିକ ରୁତୁସ୍ରାବ ପ୍ରତି ମାସରେ ହୋଇଥାଏ, କିନ୍ତୁ ଆଜି ବି ଅନେକ ମହିଳା ଅଛନ୍ତି ଯେଉଁମାନଙ୍କୁ ଏହା ବାବଦରେ ସମ୍ପୂର୍ଣ୍ଣ ଜ୍ଞାନ ନାହିଁ। ଏ ବିଷୟରେ ସଚେତନତା ସୃଷ୍ଟି କରିବା ନିହାତି ଆବଶ୍ୟକ। କାରଣ ଅନେକ ମହିଳା ଏହାର ସଚେତନତା ଦିଗ ପ୍ରତି ଅବଗତ ନଥାନ୍ତି। ତେଣୁ ଅନେକ ସମୟରେ କୌଣସି ଏକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଏହି ବିଷୟରେ ଅଧିକ ଆଲୋଚନା କରାଯାଇଥାଏ।

ତେବେ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା , ମହିଳାମାନଙ୍କର ଏହି ମାସିକ ରୁତୁସ୍ରାବ ବିଷୟରେ ଗଣମାଧ୍ୟମ ସମ୍ମୁଖରେ କିଛି ବାର୍ତା ପ୍ରଦାନ କରିଛନ୍ତି। କିପରି ମହିଳାମାନଙ୍କୁ ଉଚିତ ଜ୍ଞାନ ଏହି ବାବଦରେ ଦିଆଯିବ ତାହା ଅର୍ଚ୍ଚିତା ପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି। କାଲୋ ଫିଲ୍ମ ଫେଷ୍ଟିଭାଲ୍ ରେ ଅର୍ଚ୍ଚିତା ଏହି ବିଷୟରେ ଅଧିକ ଆଲୋଚନା କରି ମହିଳାଙ୍କୁ ମାସିକ ରୁତୁସ୍ରାବ ପାଇଁ ସଚେତନତାର ବାର୍ତା ପ୍ରଦାନ କରିଛନ୍ତି।

ଅର୍ଚ୍ଚିତା କହିଛନ୍ତି ଯେ, ଯୁବପିଢ଼ିମାନେ ଆମକୁ ଏହି ମାସିକ ରୁତୁସ୍ରାବ ବାବଦରେ ଛୋଟ ଛୋଟ ଫିଲ୍ମ ପ୍ରସ୍ତୁତ କରି ପଠାନ୍ତୁ, ଯଦ୍ୱାରା ଆମେ ଏହି ଭିଡିଓ ମାଧ୍ୟମରେ ଲୋକଙ୍କୁ ସଚେତନତାର ବାର୍ତା ଦେବୁ। ଏହା କରିବା ଦ୍ୱାରା ରୁତୁସ୍ରାବ ବାବଦରେ ମହିଳାମାନଙ୍କୁ ଆବଶ୍ୟକ ଜ୍ଞାନ ମିଳିପାରିବ। ଏହାଛଡ଼ା ଯେଉଁ ଝିଅମାନେ ମୂଳରୁ ହିଁ ଏହି ମାସିକ ରୁତୁସ୍ରାବ ବିଷୟରେ କିଛି ଜାଣିନାହାନ୍ତି ସେମାନେ ବି କିଛିଟା ସଚେତନତା ଅବଲମ୍ବନ କରିପାରିବେ। କାଲୋ ଫିଲ୍ମ ଫେଷ୍ଟିଭାଲ୍ ତରଫରୁ ଯେଉଁ ସଚେତନତାଧର୍ମୀ କାର୍ଯ୍ୟକ୍ରମ ହେଉଛି ତାହା ମହିଳାଙ୍କ ପାଇଁ ବେଶ ସହାୟକ ହୋଇପାରିବ।

ଅର୍ଚ୍ଚିତା ଆହୁରି ମଧ୍ୟ କହିଛନ୍ତି ଯେ, ଏମିତି ବହୁତ କମ ଜଣ ଝିଅ ରହିଛନ୍ତି ଯେଉଁମାନେ ସେମାନଙ୍କର ପ୍ରଥମ ପିରିୟାଡ୍ସ ପୂର୍ବରୁ ଏ ସମ୍ପର୍କରେ ଅବଗତ ଥାଆନ୍ତି। ତେବେ ଆମେ କିପରି ଏକ ସୁସ୍ଥ ସଚେତନତା ସୃଷ୍ଟି କରିପାରିବା ଯଦ୍ୱାରା ପିରିୟାଡ୍ସ ସମୟରେ ବି ମହିଳାମାନେ ସାଧାରଣ ଜୀବନ ଅତିବାହିତ କରିବେ ସେ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ପ୍ରତ୍ୟେକ ମହିଳା କିମ୍ବା ଯୁବତୀ କିମ୍ବା ଝିଅଙ୍କୁ ଏ ବିଷୟରେ ଜଣାଇବା ସହିତ ସେମାନଙ୍କୁ ସୁସ୍ଥ ଜୀବନଯାପନ ପାଇଁ କିପରି ସାହାଯ୍ୟ କରିବା ତାହା ହେଉଛି ଆମର ଉଦ୍ଦେଶ୍ୟ ବୋଲି କହିଛନ୍ତି ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା।

Leave a Reply

Your email address will not be published. Required fields are marked *