ଦେଖନ୍ତୁ ଭିଡିଓ : ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ୮ ଥର ଛୁରୀ ଭୂଷିଲେ ଯୁବକ, କାରଣ ଜାଣିଲେ ପାଦ ତଳୁ ମାଟି ଖସିଯିବ ଆପଣଙ୍କର…

ସଂସ୍କାର : ଛୁରୀ ମାଡ଼ରେ ଆହତ ହେଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ବର୍ତ୍ତମାନ ଏହି ଭିଡିଓଟିକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। ଏପରିକି ଜାତୀୟ ଗଣମାଧ୍ୟମରେ ବି ଏହି ଭିଡିଓ ବିଷୟରେ ଆଲୋଚନା ଜୋର ଧରିଛି। କାରଣ ଜଣେ ସ୍କୁଲ ପଢୁଆ ଛାତ୍ରୀଙ୍କୁ କିପରି ଜଣେ ଦୁର୍ବୁତ୍ତ ନିଜର ମନଇଛାରେ ଛୁରୀ ମାଡ଼ କରୁଛି ତାହା ସମସ୍ତଙ୍କୁ ଅବାକ କରିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଡିସେମ୍ବର ୧୯ ତାରିଖରେ ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିଲା। ଭାଇରାଲ ହେଉଥିବା ଭିଡିଓରେ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ, ଆକ୍ରମଣର ଶିକାର ହୋଇଥିବା ଝିଅଟି ତାର ଦୁଇ ଜଣ ସାଙ୍ଗଙ୍କ ସହିତ ସ୍କୁଲରୁ ଘରକୁ ଫେରୁଥିଲା। ଏହି ସମୟରେ ରାସ୍ତାରେ ଛକି ଠିଆ ହୋଇଥିବା ଜଣେ ଯୁବକ ତାଙ୍କ ପାଖକୁ ଆସି ହଠାତ ଛୁରୀରେ ଆକ୍ରମଣ କରିଥିଲା।

ତେବେ ଏହି ଆକ୍ରମଣ ଏତେ ପରିମାଣରେ ନୃଶଂସ ରହିଥିଲା ଯେ, ଆପଣ ବି ଦେଖିଲେ ଅବାକ ହୋଇଯିବେ। ମାତ୍ର ୧୨ ରୁ ୧୩ ସେକେଣ୍ଡ ମଧ୍ୟରେ ଅଭିଯୁକ୍ତ ଯୁବକ ସେହି ନାବାଳିକାଙ୍କୁ ଆକ୍ରମଣ କରିଦେଇଥିଲା। ଆଉ ଗଣି ଗଣି ୮ ଥର ନାବାଳିକାଙ୍କର ଶରୀରକୁ ଆକ୍ରମଣ କରିଥିଲା ଅଭିଯୁକ୍ତ ଯୁବକ। ଯାହାକି ସ୍ପଷ୍ଟ ଭାବରେ ଭିଡିଓରେ ଦେଖିବାକୁ ମିଳିଛି। ତେବେ ଏହି ଘଟଣାଟି ସିସିଟିଭିରେ ରେକର୍ଡ ହୋଇଥିଲା। ଆଉ ଯାହା ପରବର୍ତ୍ତୀ ସମୟରେ ଲୋକଲୋଚନକୁ ଆସିବା ପରେ ଭାଇରାଲ ହୋଇଯାଇଛି।

ଭିଡିଓରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି ଯେ, ନାବାଳିକା ଜଣଙ୍କ ତାଙ୍କର ଜୀବନ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଅଭିଯୁକ୍ତ ଯୁବକ ନୃଶଂସ ଭାବରେ ଛୁରୀରେ ତାଙ୍କୁ ପ୍ରହାର କରି ଚାଲିଥିଲା। ତେବେ ଏହି ଘଟଣା ଘଟିବା ପରେ ଉକ୍ତ ନାବାଳିକା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଗୋପାଳଗଞ୍ଜର ସଦର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆଉ ପରବର୍ତ୍ତୀ ସମୟରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ବିହାରର ପାଟଣା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପଟେ ସିସିଟିଭି ଭିଡିଓକୁ ଆଧାର କରି ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ତେବେ ଅଭିଯୁକ୍ତ ଜଣକ ପୀଡ଼ିତା ନାବାଳିକାଙ୍କୁ ଅସଦାଚରଣ ଓ ଦୁଷ୍କର୍ମ କରିବା ପାଇଁ ଟଣାଓଟରା କରୁଥିଲେ। କିନ୍ତୁ ନାବାଳିକା ଜଣଙ୍କ ଯୁବକଙ୍କୁ ଏହା କରିବାକୁ ବାରଣ କରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ପୋଲିସ ସୁତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *