ଦେଶୀ ବର ସହିତ ଶାଢ଼ୀ ପିନ୍ଧି ବିବାହ କଲେ ବିଦେଶୀ କନ୍ୟା, ଫୋଟ ଭାଇରାଲ

ସଂସ୍କାର : ଆମେ ଅନେକଥର ଦେଖିଥିବା କିମ୍ବା ଶୁଣିଥିବା ଯେ, ଗୋଟିଏ ଦେଶର ପୁଅ ଅନ୍ୟ ଏକ ଦେଶର ଝିଅ ସହିତ ବିବାହ କରିବାର କଥା। ଏମିତି ବିବାହ ଆମ ଭାରତରେ ବହୁତ ଦେଖିବାକୁ ମିଳିଛି। ତେବେ ନିକଟରେ ପୁଣି ଏହିପରି ଏକ ବିବାହ ଆମ ଦେଶର ଆନ୍ଧ୍ରପ୍ରଦେଶ ରାଜ୍ୟରେ ଦେଖିବାକୁ ମିଳିଛି। ଆଉ ଯାହାର ଫୋଟ ସୋସିଆଲ ମିଡ଼ିଆ ଏମିତିକି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବିବାହର ଫୋଟ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଛି।

ତେବେ ଆମ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ହୋଇଛି ଏହି ବିବାହ। ଏହି ବିବାହ ଏଥିପାଇଁ ଭାଇରାଲ ହୋଇଛି କାରଣ ଜଣେ ତୁର୍କୀ ଯୁବତୀ ଜଣେ ତେଲୁଗୁ ଯୁବକଙ୍କୁ ବିବାହ କରିଛନ୍ତି। ତାହା ପୁଣି ଶାଢ଼ୀ ପିନ୍ଧି। ମଙ୍ଗଳବାର ଦିନ ପାରମ୍ପାରିକ ସମାରୋହରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ଜଣେ ଯୁବକଙ୍କୁ ବିବାହ କରିଥିଲେ ଏହି ଯୁବତୀ। ବିବାହ ପରେ ବର ଏବଂ କନ୍ୟା ସେମାନଙ୍କ ସମ୍ପର୍କୀୟ ଏବଂ ସମ୍ପର୍କୀୟଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ କରିଥିଲେ। ତେବେ ଉଭୟଙ୍କ ବିବାହର ଏହି ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଛି। ଲୋକମାନେ ବର ଏବଂ ତାଙ୍କର ବିଦେଶୀ କନ୍ୟାକୁ ପ୍ରଶଂସା କରୁଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ଘଟଣା ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ଆସିଛି। ଇଣ୍ଡିଆ ଟୁଡେ ଦ୍ୱାରା ପ୍ରକାଶିତ ଏକ ଅନଲାଇନ୍ ରିପୋର୍ଟ ଅନୁଯାୟୀ, ଏଠାରେ ରହୁଥିବା ବର ମଧୁ ସାଙ୍କିରାଥ ୨୦୧୬ ରେ ତୁର୍କୀର ବାସିନ୍ଦା ଗିଜେମଙ୍କୁ ଭେଟିଥିଲେ। ଗିଜେମ୍ ଏବଂ ମାଧୁ ଏକ ଅଫିସ କାର୍ଯ୍ୟରେ ଭେଟାଭେଟି ହୋଇଥିଲେ ଏବଂ ଧୀରେ ଧୀରେ ସେମାନେ ନିଜ ନିଜ ଭିତରେ ବନ୍ଧୁତା ସ୍ଥାପନ କଲେ। ଆଉ ଧୀରେ ଧୀରେ ହୋଇଥିବା ଏହି ବନ୍ଧୁତା କାଳକ୍ରମେ ପ୍ରେମର ରୂପ ନେଇଥିଲା।

ଆଉ ଦୁହେଁ ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ ଲିଭିଙ୍ଗ ରିଲେଶନରେ ରହିବା ପରେ ବିବାହ କରିଛନ୍ତି। ତେବେ ସେମାନେ ୨୦୨୦ ରେ ବିବାହ କରିଥାନ୍ତେ, କିନ୍ତୁ କରୋନା ଓ ଲକଡାଉନ ପାଇଁ ସେମାନେ ବିବାହକୁ ୨ ବର୍ଷ ଘୁଞ୍ଚାଇଦେଇଥିଲେ। ଆଉ ବର୍ତ୍ତମାନ ସେମାନେ ବିବାହ କରିଛନ୍ତି। ସେପଟେ ଏହି ବିବାହ ଫୋଟ ଆଉ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆ ୟୁଜରମାନେ ବି ଏମାନଙ୍କର ବିବାହରେ ଖୁସିବ୍ୟକ୍ତ କରି ଭଲ ଭଲ ମନ୍ତବ୍ୟ ଦେଉଥିବାର ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *