ସଂସ୍କାର : ଆଜିକାଲିର ପ୍ରେମୀ ଯୁଗଳମାନେ ଯେକୋୖଣସି ସ୍ଥାନରେ ଯାହା ସେମାନଙ୍କର ମନକୁ ଆସିଲା ତାହା କରି ପକାଉଛନ୍ତି। ସ୍ଥାନ, କାଳ ଆଉ ପାତ୍ର କିଛି ବି ମାନୁନାହିଁନ୍ତି ପ୍ରେମୀଯୁଗଳ। ନିଜର ମନମୁତାବକ କରୁଛନ୍ତି ପ୍ରତ୍ୟେକ କାର୍ଯ୍ୟ। ସେ ପାର୍କ ହେଉ ଅବା କୌଣସି ପର୍ଯ୍ୟଟନସ୍ଥଳ ପ୍ରତ୍ୟେକ ସ୍ଥାନକୁ ନିଜର ରୋମାନ୍ସ କରିବାର ପେଣ୍ଠସ୍ଥଳ ବୋଲି ଭାବୁଛନ୍ତି ପ୍ରେମୀଯୁଗଳ। ତେବେ ଜଣେ ପ୍ରେମୀଯୁଗଳଙ୍କୁ ନେଇ ଗୋଟିଏ ଖବର ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି।
ସମୁଦ୍ର କୂଳରେ ଜଣେ ଏପରି କିଛି କାମ କଲେ ଯାହା ସେଠାରେ ଥିବା ଲୋକମାନଙ୍କୁ ଲଜ୍ଜିତ କରିଥିଲା। ସେଠାରେ ଉପସ୍ଥିତ ଥିବା ହଜାର ହଜାର ଲୋକଙ୍କ ମୁଣ୍ଡ ଲଜ୍ଜ୍ୟାରେ ତଳକୁ ହୋଇଯାଇଥିଲା। ତେବେ ଘଟଣାକ୍ରମ ଏହା ଯେ, ସମୁଦ୍ର କୂଳରେ ବସି ସୂର୍ଯ୍ୟଙ୍କୁ ଉପଭୋଗ କରୁଥିବା ଏହି ଦମ୍ପତି ହଠାତ୍ ଅନ୍ତରଙ୍ଗ ହେବାକୁ ଲାଗିଲେ। ଆଉ ଏହି ଦୃଶ୍ୟ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ହଜାର ହଜାର ପର୍ଯ୍ୟଟକଙ୍କ ମୁଣ୍ଡ ତଳକୁ ହୋଇଯାଇଥିଲା। ଏହି ପ୍ରେମୀ ଦମ୍ପତି ଲୋକଙ୍କ ବିଷୟରେ ଟିକେ ବି ଚିନ୍ତା କରିନଥିଲେ। ଦମ୍ପତିଙ୍କର ଏହି କାମକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଲଜ୍ଜିତ ହେଲେ ଏବଂ ସେଠାରୁ ଚାଲିଗଲେ। ତେବେ ସେଠାରେ ଉପସ୍ଥିତ ଥିବା ଅନ୍ୟଜଣେ ବ୍ୟକ୍ତି ଏହି ଘଟଣାକୁ କ୍ୟାମେରାରେ କଏଦ କରି ଭାଇରାଲ କରିଥିଲେ। ପୋଲିସ ଏହା ଜାଣିବା ମାତ୍ରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ପୋଲିସ ଷ୍ଟେସନକୁ ଆଣିଥିଲା।
‘ଡେଲି ଷ୍ଟାର’ ର ରିପୋର୍ଟ ଅନୁଯାୟୀ, ଏହି ଘଟଣା ବ୍ରାଜିଲର ରିଓ ଡି ଜେନେରିଓରୁ ଆସିଛି। ଏଠାରେ ଥିବା କାବୋ ଫ୍ରିଓ ବେଳାଭୂମିରେ ବସିଥିବା ଦମ୍ପତି ହଠାତ୍ ପର୍ଯ୍ୟଟକଙ୍କ ଉପସ୍ଥିତିରେ ନିଜ ନିଜ ଭିତରେ ଅନ୍ତରଙ୍ଗତା ସ୍ଥାପନ କରିବା ଆରମ୍ଭ କଲେ। ସେହି ସମୟରେ ଯେତେବେଳେ ଏହି ଦମ୍ପତି ଅନ୍ତରଙ୍ଗ ହେବାକୁ ଯାଉଥିଲେ, ସମୁଦ୍ର କୂଳରେ ବହୁତ ଭିଡ଼ ଜମିଥିଲା, କିନ୍ତୁ ସେ ଏଥିପ୍ରତି ଧ୍ୟାନ ଦେଇନଥିଲେ ଏହି ରୋମାଣ୍ଟିକ ପ୍ରେମୀ ଯୁଗଳ। ସେଠାରେ ଉପସ୍ଥିତ ଥିବା ଲୋକଙ୍କ କହିବା ଅନୁସାରେ ମହିଳା ଏବଂ ତାଙ୍କ ସାଥୀ ପ୍ରଥମେ କିଛି ସମୟ କଥାବାର୍ତ୍ତା ଜାରି ରଖିଥିଲେ, ତା’ପରେ ସେମାନେ ଅଶ୍ଳୀଳତାର ସମସ୍ତ ସୀମା ପାର ହୋଇ ସର୍ବସମ୍ମୁଖରେ ଅନ୍ତରଙ୍ଗ ହୋଇଥିଲେ।