ସଂସ୍କାର : ଜନ୍ମକଲା ମାଆକୁ ଅମାନୁଷିକ ଭାବରେ ହତ୍ୟାକଲା ପୁଅ। ଆଉ ହତ୍ୟାକାଣ୍ଡ ଭିଆଇବା ପରେ ନିଜ ମାଆର ମରଶରୀରକୁ ଜାଳି ଦେଲା ହତ୍ୟାକାରୀ ପୁଅ। ଏଭଳି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରରେ।
ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥ ବଡଗଡ ବ୍ରିଟ୍ କଲୋନୀରେ ଏହି ବିବର୍ଷ କାଣ୍ଡ ଘଟିଛି। ନିଜ ଜନ୍ମ କଲା ମା’କୁ ହତ୍ୟା ପରେ ଜାଳି ଦେଇଛି ଅଭିଯୁକ୍ତ ପୁଅ। ବ୍ରିଟ କଲୋନୀର କଳିଙ୍ଗ ବସ୍ତି ନିକଟରେ ରହୁଥିବା ଜଣେ ମା’-ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା। ଆଉ ପୁଅ ସହିତ ଝଗଡା କରିବା ମାଆକୁ ପଡିଛି ମହଙ୍ଗା। ଝଗଡା ଏତେ ଭୟାନକ ଥିଲା ଯେ ପୁଅ ତାର ମାଆକୁ ମାରିବାକୁ ପଛାଇଲା ନାହିଁ।
କଳିଙ୍ଗ ବସ୍ତିରେ ରହୁଥିବା ରଞ୍ଜିତା ଜେନା ଓ ପୁଅ ପ୍ରଶାନ୍ତ ଜେନାଙ୍କ ମଧ୍ୟରେ ଝଗଡା ହୋଇଥିଲା। ଝଗଡାରେ ଉତକ୍ଷିପ୍ତ ହୋଇ ମାଆକୁ ହତ୍ୟା କରିଥିଲା ପ୍ରଶାନ୍ତ। ଏହାପରେ ମା’ର ଶବକୁ ପୋଡିବାକୁ ପ୍ରୟାସ କରିଥିଲା ପ୍ରଶାନ୍ତ। ତେବେ ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁ ଲିଭାଇବା ସହିତ ପୁଅ ପ୍ରଶାନ୍ତକୁ ପୋଲିସ ଗିରଫ କରିଛି ବୋଲି ରାଜ୍ୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି।