ସଂସ୍କାର : ଆଉ ଅଳ୍ପ ଦିନ ମଧ୍ୟରେ ଖୋଲା ବଜାର ତଥା ଦେଶର ମେଡିସିନ ଷ୍ଟୋର ଗୁଡିକରେ ବିକ୍ରି ହେବ କରୋନା ଟୀକା। ଆଉ ହାତ ପାଆନ୍ତାରେ ଆମକୁ ସହଜରେ ମିଳିବ କରୋନା ଟୀକା। କାରଣ ଖୋଲା ବଜାରରେ କରୋନା ଟିକା ବିକ୍ରି କରିବା ପାଇଁ ବାଟ ଫିଟିଛି।
କେବଳ କୋଭାକ୍ସିନ୍ ଓ କୋଭାସିଲ୍ଡ ଟୀକା ହିଁ ବଜାରରେ ମିଳିବ। ଏହି ଟୀକା ଗୁଡିକୁ ବଜାରରେ ବିକ୍ରି କରିବା ପାଇଁ ଅନୁମତି ଦେଇଛି ଭାରତର ସେଂଟ୍ରାଲ ଡ୍ରଗ୍ ଅଥୋରିଟିର ବିଶେଷଜ୍ଞ କମିଟି । ସେଂଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅଥରିଟି ଅଫ୍ ଇଣ୍ଡିଆ ଏ ନେଇ ଡିଜିସିଆଇକୁ ସୁପାରିସ୍ କରିଛି। ସୂଚନା ଥାଉ ଯେ, ବର୍ତ୍ତମାନ କୋଭାକ୍ସିନ୍ ଓ କୋଭିସିଲ୍ଡ କେବଳ ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି।
ବର୍ତ୍ତମାନ କେନ୍ଦ୍ର ସରକାର ଏହାର ନିୟନ୍ତ୍ରଣ କରୁଛନ୍ତି। ତେବେ ଏହି ଧାରାକୁ ବଦଳାଇବାର ସମୟ ଆସିଯାଇଛି। ଏହାକୁ ନେଇ ଡିସିଜିଆଇକୁ ସୁପାରିସ କରିଛି ସେଂଟ୍ରାଲ ଡ୍ରଗ୍ ଅଥୋରିଟି। ତେବେ ବୟସ୍କଙ୍କ ପାଇଁ ସହଜରେ ଟିକା ଦେବାକୁ ଏହି ସୁପାରିସ୍ କରାଯାଇଛି। ଡିସିଜିିଆଇ ବା ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ଏ ନେଇ ଚୁଡ଼ାନ୍ତ ଅନୁମତି ଦେଲେ ବଜାରରେ ଉପଲବ୍ଧ ହେବ କରୋନା ଟୀକା। ଫଳରେ ବୟସ୍କଙ୍କୁ ବୁଷ୍ଟର ଡୋଜ ଦେବା ସହଜ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।