ସଂସ୍କାର : ମଣିଷ ହେଉ ଅବା କୌଣସି ପ୍ରାଣୀ, ଧରାପୃଷ୍ଠରେ ଯଦି ଆମେ ଜନ୍ମ ନେଇଛେ ତେବେ ଦିନେ ନା ଦିନେ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ଅନେକ ସମୟରେ ଲୋକମାନେ ଆତ୍ମହତ୍ୟା ଭଳି ଏକ ଖରାପ ରାସ୍ତାକୁ ମରିବା ପାଇଁ ବାଛି ନିଅନ୍ତି। ଯାହା ଜାଣିଲେ ଆମକୁ ଦୁଃଖ ଲାଗିଥାଏ। ଲୋକମାନେ ଆତ୍ମହତ୍ୟାର ବିଭିନ୍ନ ପଦ୍ଧତିକୁ ଆପଣାଇ ନିଜ ଜୀବନକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥାନ୍ତି। କିନ୍ତୁ ବର୍ତ୍ତମାନ ଯଦି ଆପଣ ଇଚ୍ଛାମୃତ୍ୟୁ ଚାହୁଁଛନ୍ତି , ତେବେ ଏହା ପାଇଁ ଏକ ମେସିନ୍ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଲୋକମାନେ ବସି ନିଜ ଜୀବନ ହରାଇ ପାରିବେ। କିନ୍ତୁ ଏହି କାମ ପାଇଁ ଆପଣଙ୍କୁ ଯିବାକୁ ପଡ଼ିବ ସ୍ୱିଜରଲ୍ୟାଣ୍ଡ।
‘ଡେଲି ମେଲ’ର ରିପୋର୍ଟ ଅନୁଯାୟୀ ଏହା ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଠାରୁ ଆଇନଗତ ମାନ୍ୟତା ପାଇଛି ଏହି ଇଚ୍ଛାମୃତ୍ୟୁ ମେସିନ। ଆପଣ ଏହି 3D କ୍ୟାପସୁଲ ମେସିନରେ ବସି ନିଜକୁ ହତ୍ୟା କରିପାରିବେ। ବିଶେଷ କଥା ହେଉଛି ଆପଣ ଏହାକୁ ଯେକୌଣସି ସ୍ଥାନକୁ ଉଠାଇ ନେଇପାରିବେ। କିନ୍ତୁ ଯେଉଁମାନେ ଏହି ମେସିନ ସାହାଯ୍ୟରେ ଆତ୍ମହତ୍ୟା କରିବାକୁ ଚାହାଁନ୍ତି, ସେମାନେ କିଛି ସର୍ତ୍ତ ପୂରଣ କରି ସାରିବା ପରେ ଇଚ୍ଛାମୃତ୍ୟୁ ମେସିନ ସାହାଯ୍ୟରେ ଆତ୍ମହତ୍ୟା କରିପାରିବେ।
ସ୍ଥାନୀୟ ମେଡିକାଲ ରିଭ୍ୟୁ ବୋର୍ଡ ମଧ୍ୟ ଏହି କଫିନ୍କୁ ଆଇନଗତ ସ୍ୱୀକୃତି ପ୍ରଦାନ କରିଛି ଯାହାକୁ ଇଚ୍ଛାମୃତ୍ୟୁର ପୋଖରୀ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ, ୧୯୪୨ ପରଠାରୁ ସ୍ୱିଜରଲ୍ୟାଣ୍ଡରେ ଆତ୍ମହତ୍ୟାକୁ ଆଇନ ସମତ କରଯାଇଛି। ଏହି ମେସିନ ସାହାଯ୍ୟରେ ୨୦୨୦ ମସିହାରେ, ୧୩୦୦ ରୁ ଅଧିକ ଲୋକ ଇଚ୍ଛାମୃତ୍ୟୁ ପାଇଁ ଏହି ମେସିନର ସାହାଯ୍ୟ ନେଇଥିଲେ। ତେବେ ବହୁତ ବାଦବିବାଦ ପରେ ଏହି ମେସିନକୁ ସ୍ୱିଜରଲ୍ୟାଣ୍ଡ ସରକାର ସ୍ୱୀକୃତି ଦେଇଥିଲେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟରେ ପ୍ରକାଶିତ ଅଛି।
ଅନ୍ୟପଟେ ଇଚ୍ଛାମୃତ୍ୟୁକୁ ଆପଣାଉଥିବା ବ୍ୟକ୍ତି ଏହି ଯନ୍ତ୍ରରେ ବସିଲେ ନିଜର ମୃତ୍ୟୁ ସମୟରେ କୌଣସି ପ୍ରକାରର ଯନ୍ତ୍ରଣା କିମ୍ବା ସମସ୍ୟା ଅନୁଭବ କରିବେ ନାହିଁ। ଏହା ଭିତରେ ବସିବାର ମାତ୍ର ୩୦ ସେକେଣ୍ଡ ମଧ୍ୟରେ ଇଚ୍ଛାମୃତ୍ୟୁ ଚାହୁଁଥିବା ବ୍ୟକ୍ତି ସହଜରେ ନିଜର ପ୍ରାଣତ୍ୟାଗ କରି ପାରିବେ। ତେବେ ଆଇନଗତ ସ୍ୱୀକୃତି ପରେ, ଏହି ନିର୍ଦ୍ଦିଷ୍ଟ ଯନ୍ତ୍ରର ବ୍ୟବହାର ଆସନ୍ତା ବର୍ଷଠାରୁ ସର୍ବସାଧାରଣରେ ସ୍ୱିଜରଲ୍ୟାଣ୍ଡରେ ଆରମ୍ଭ ହେବ।