୨୦୦ ରୁ ଅଧିକ ମହିଳାଙ୍କୁ ହତ୍ୟା କରିଛି ଏହି ବ୍ୟକ୍ତି, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ସଂସ୍କାର : ଆପଣ ନିଶ୍ଚୟ ଚଳଚ୍ଚିତ୍ରରେ ଅନେକ ସିରିୟଲ କିଲରଙ୍କୁ ଦେଖିଥିବେ। ଏମିତିକି ସିରିୟଲ କିଲରଙ୍କର କାହାଣୀ ବି ଶୁଣିଥିବେ ଆପଣ। କିନ୍ତୁ ବାସ୍ତବରେ ଆଜି ବି କିଛି ସିରିଏଲ କିଲର ଏହି ଦୁନିଆ ଅଛନ୍ତି କଣ ଆପଣ ଏହା ଜାଣିଛନ୍ତି କି ? ତେବେ ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ଭୟଙ୍କର ସିରିଏଲ କିଲରଙ୍କ ବିଷୟରେ କହିବାକୁ ଯାଉଛୁ। ଆଉ ଏହି ବ୍ୟକ୍ତିର କାଣ୍ଡ ଜାଣିଲେ ଆପଣ ଚକିତ ହୋଇଯିବେ। ଏହି ବ୍ୟକ୍ତି ସିରିୟଲ କିଲର ଭାବରେ ୨୦୦ ରୁ ଅଧିକ ମହିଳାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। ସେ କୁରାଢୀ ସାହାଯ୍ୟରେ ଏହି କାଣ୍ଡ ଭିଆଇଛନ୍ତି। ତେବେ ଏହି ସିରିୟଲ କିଲରଙ୍କର ନାମ ହେଉଛି ମିଖାଇଲ୍ ପପ୍କୋଭ୍। ଏହି ବ୍ୟକ୍ତି ଜଣକ ଦୁଇ ଦୁଇଥର ଆଜୀବନ କାରାଦଣ୍ଡ ଭୋଗିଛନ୍ତି। ଆଉ ଏଭଳି କାରଦଣ୍ଡ ଭୋଗିବାରେ ମିଖାଇଲ୍ ହେଉଛନ୍ତି ରୁଷିଆରେ ପ୍ରଥମ ଦୋଷୀ।

ଡେଲି ଷ୍ଟାରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମିଖାଇଲ୍ ଜଣେ ପୋଲିସ୍ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ। କିନ୍ତୁ ପରେ ସେ ରୁଷିଆ ଦେଶର ସବୁଠାରୁ ଭୟଙ୍କର ସିରିୟଲ କିଲର ହୋଇଯାଇଥିଲେ। କାରଣ ସେ ଅନେକ ନିରୀହ ମହିଳାଙ୍କୁ ଅତି ନିର୍ଦ୍ଦୟ ଭାବରେ ହତ୍ୟା କରିଥିଲେ। କୁରାଢୀ, ହାତୁଡ଼ି ଏବଂ ତୀକ୍ଷ୍ଣ ଛୁରୀ ଭଳି ଅସ୍ତ୍ରରେ ହତ୍ୟା କରିବା ପୂର୍ବରୁ ମିଖାଇଲ ମହିଳାମାନଙ୍କୁ ଘଣ୍ଟା ଘଣ୍ଟା ଧରି ଶାରୀରିକ ନିର୍ଯ୍ୟାତନା ଦେଉଥିଲେ। ମହିଳାମାନଙ୍କୁ ପ୍ରଥମେ ସେ ନିର୍ଯ୍ୟାତନା ଦେଇ ପରେ ନିର୍ମମ ଭାବରେ ହତ୍ୟା କରୁଥିଲେ।

ସୁଚନା ଅନୁଯାୟୀ, ୧୮ ରୁ ୫୦ ବର୍ଷ ବୟସର ମହିଳାଙ୍କୁ ବଳାତ୍କାର ଓ ହତ୍ୟା କରିବା ମାମଲାରେ ପପ୍କୋଭଙ୍କୁ ଦୁଇ ଦୁଇଥର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୧୯୯୨ ରୁ ୨୦୧୦ ମସିହା ମଧ୍ୟରେ ଅଧିକାଂଶ ମହିଳାଙ୍କୁ ସେ ନିର୍ମମ ଭାବରେ ହତ୍ୟା କରିଥିଲା। ପାଖାପାଖି ୨୦୦ ରୁ ଅଧିକ ଜଣ ମହିଳାଙ୍କୁ ସେ ହତ୍ୟା କରିଥିବା ସ୍ୱୀକାର କରିଛି।

୫୭ ବର୍ଷୀୟ ଏହି ହତ୍ୟାକାରୀ ଏକ ଭିଡିଓରେ କାର୍ଲ ମାର୍କ୍ସ ଛକରେ ଉଠାଇଥିବା ଜଣେ ମହିଳାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ଯେଉଁଠାରେ ଏହି ଦୁର୍ଦାନ୍ତ ସେ ମହିଳାଙ୍କୁ ବଳାତ୍କାର କରିବା ପରେ ହତ୍ୟା କରିଥିଲା ଆଉ ସେହି ସ୍ଥାନ ଦେଖାଇଥିଲା। ସେ ପ୍ରଥମେ ମହିଳାଙ୍କର ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ, କିନ୍ତୁ ଯେତେବେଳେ ମହିଳା ଜଣଙ୍କ ଏହାକୁ ବାରଣ କରିଥିଲେ ସେ ରାଗରେ ମହିଳାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲା।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ , ସେ ସୁନ୍ଦରୀ ଝିଅ ଓ ମହିଳାମାନଙ୍କୁ ଲିଫ୍ଟ ଦେବା ବାହାନାରେ ତାଙ୍କର ପୋଲିସ କାରରେ ବସାଉଥିଲେ। ପୋଲିସ୍ କାର୍ ଲିଫ୍ଟ ଦେଉଥିବା ଦେଖି ମହିଳାମାନେ ମନା କରିପାରୁନଥିଲେ। କାରରେ ପ୍ରଥମେ, ମିଖାଇଲ ମଧୁର କଥା କହି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରୁଥିଲେ ଏବଂ ମହିଳାମାନେ ତାଙ୍କ ସହ ଟିକିଏ କଥାବାର୍ତ୍ତା କରିବା ମାତ୍ରେ ସେ ବାହାନା କରି ସେମାନଙ୍କୁ ଖାଲି ଘରକୁ ନେଇଯାଉଥିଲେ। ଆଉ ସେଠାରେ ସେ ମହିଳାଙ୍କୁ ବଳତ୍କାର କରୁଥିଲେ। ସେ ତାଙ୍କ ମାମଲାର ଶୁଣାଣି ସମୟରେ ସ୍ୱୀକାର କରିଥିଲେ ଯେ ସେ ମହିଳାମାନଙ୍କୁ ତାଙ୍କ ଘରକୁ ନେଇ ବଳାତ୍କାର କରି ହତ୍ୟା କରୁଥିଲେ।

Leave a Reply

Your email address will not be published. Required fields are marked *