ଚୀନ ବିରୋଧରେ ଭାରତର ବଡ଼ ପଦକ୍ଷେପ : ଟିକ୍‌ଟକ୍‌ ସମେତ ୫୯ ଆପ୍ ବ୍ୟାନ୍‌

ଗତ କିଛି ଦିନ ହେବ ଲଦାଖ ସୀମାରେ ଚାଲିଛି ସୀମା ବିବାଦ ଓ ଚୀନର ଅବୈଧ ପ୍ରବେଶ ତାକୁ ମହଙ୍ଗା ପଡ଼ିଛି । ଜୁନ ୧୫ ରେ ଭାରତ ଓ ଚାଇନା ସେନା ଲଦାଖର ଗଲୱାନଠାରେ ମୁହାଁମୁହିଁ ହୋଇଥିଲେ ଓ ୨୦ ଜଣ ଭାରତୀୟ ଯବାନ ସେଥିରେ ସହିଦ୍ ହୋଇଥିଲେ । ଦେଶବାସୀଙ୍କ ଚାଇନାକୁ ବୟକଟ୍ କରିବା ଦାବିରେ ଭାରତ ସରକାର ଆରମ୍ଭ କଲେ ଡିଜିଟାଲ ଷ୍ଟ୍ରାଇକ । ଏହି ଡିଜିଟାଲ ଷ୍ଟ୍ରାଇକ ମୁତାବକ ଲୋକପ୍ରିୟ ଆପ୍ ଟିକଟକ ସମେତ ହ୍ୟାଲୋ ଓ ୟୁସି ବ୍ରାଉଜର ଭଳି ୫୯ ଟି ଚାଇନିଜ୍ ଆପକୁ ଦେଶରେ ରଦ୍ଦ କରିଦିଆଯାଇଛି ।

ସୂଚନା ଅନୁଯାୟୀ ଚାଇନିଜ୍ ଆପ୍ ଯୋଗୁ ଦେଶ ସୁରକ୍ଷା ବିପଦରେ ପଡ଼ିପାରେ । ଆପ୍ କମ୍ପାନୀଗୁଡ଼ିକ ଦେଶରେ ଲୋକପ୍ରିୟତା ବଢାଇବା ସଙ୍ଗେ ସଙ୍ଗେ ଭାରତୀୟମାନଙ୍କ ତଥ୍ୟ ଚୋରି କରୁଥିବା ଅଭିଯୋଗରେ ଭାରତ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଚାଇନିଜ ଆପ୍‌ ଟିକଟକର ଚାହିଦା ଓ ଲୋକପ୍ରିୟତା ଏତେ ଯେ ଭାରତ ସେଥିରେ ପ୍ରଥମ ଥିଲାବେଳେ ନିଜେ ଚୀନ ଦ୍ଵିତୀୟ ଓ ଆମେରିକା ତୃତୀୟରେ । ଏମିତିକି କରୋନା ମହାମାରୀ ଓ ଲକଡାଉନ ଫଳରେ ଟିକଟକ ବେଶୀ ଆଦୃତ ହେଉଥିଲା । ଚଳିତ ବର୍ଷ ୨୦୨୦ ର ପ୍ରଥମାର୍ଦ୍ଧରେ ଏହି ଟିକଟକ ଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ୧.୫ ବିଲିୟନକୁ ଟପି ଯାଇଥିଲା ଯେଉଁଥିରେ ୬୧୧ ମିଲିୟନ ବ୍ୟବହାରକାରୀ କେବଳ ଭାରତର ।

ବ୍ୟାନ୍ ହେଇଥିବା ଆପ୍ ଗୁଡ଼ିକ ହେଲା :

TikTok

Shareit

Kwai

UC Browser

Baidu map

Shein

Clash of Kings

DU battery saver

Helo

Likee

YouCam makeup

Mi Community

CM Browers

Virus Cleaner

APUS Browser

ROMWE

Club Factory

Newsdog

Beutry Plus

WeChat

UC News

QQ Mail

Weibo

Xender

QQ Music

QQ Newsfeed

Bigo Live

SelfieCity

Mail Master

Parallel Space

Mi Video Call Xiaomi

WeSync

ES File Explorer

Viva Video QU Video Inc

Meitu

Vigo Video

New Video Status

DU Recorder

Vault- Hide

Cache Cleaner DU App studio

DU Cleaner

DU Browser

Hago Play With New Friends

Cam Scanner

Clean Master Cheetah Mobile

Wonder Camera

Photo Wonder

QQ Player

We Meet

Sweet Selfie

Baidu Translate

Vmate

QQ International

QQ Security Center

QQ Launcher

U Video

V fly Status Video

Mobile Legends

DU Privacy

Leave a Reply

Your email address will not be published. Required fields are marked *