ଏହି ଦେଶରେ ନାବାଳିକାମାନଙ୍କୁ ଜବରଦସ୍ତ କରାଯାଉଛି ଗର୍ଭବତୀ, ରହସ୍ୟ ପଛରେ ରହିଛି ଆଶ୍ଚର୍ଯ୍ୟଜନକ କାରଣ

ସଂସ୍କାର : ଆମ ବିଶ୍ୱରେ ଅନେକ ପ୍ରକାରର ଚାଷ କରାଯାଇଥାଏ। କିନ୍ତୁ କେବେ ଆପଣ ବେବି ଚାଷ ( ମନୁଷ୍ୟ ଛୁଆ ଚାଷ ) ବିଷୟରେ ଶୁଣିଛନ୍ତି କି ? ଯଦି ନାହିଁ ତେବେ ଆଜି ଆମେ ଆପଣଙ୍କୁ ଏହି ଚାଷ ବିଷୟରେ କହିବାକୁ ଯାଉଛୁ। ଯାହାକି ଏକ ବେଆଇନ କାର୍ଯ୍ୟ ହେଲେ ମଧ୍ୟ ବାରମ୍ବାର ଏହାକୁ କରଯାଇଥାଏ। ଆଉ ଏହି ଚାଷର ଶିକାର ହୁଅନ୍ତି ନାବାଳିକା ଯୁବତୀ।

ଆମ ପୃଥିବୀରେ ଅନେକ ବେଆଇନ କାର୍ଯ୍ୟ ଅଛି। କିନ୍ତୁ ଆପଣ କଳ୍ପନା କରିପାରିବେ ନାହିଁ ଯେ ମନୁଷ୍ୟ ଶିଶୁ ଚାଷ ମଧ୍ୟ ବିଶ୍ୱର କୌଣସି ନା କୌଣସି ସ୍ଥାନରେ ହେଉଛି। ହଁ ଏହା ସତ ଅଟେ। ଆଫ୍ରିକା ମାଳଦ୍ୱୀପର ଏକ ଦେଶ ନାଇଜେରିଆରେ ବେଆଇନ ଭାବେ ଶିଶୁ ଚାଷ କରାଯାଉଛି। ଏଥିରେ, ଯୁବତୀମାନଙ୍କୁ ଜବରଦସ୍ତ ଗର୍ଭବତୀ କରାଯାଉଛି। ଆଉ ଜନ୍ମ ପରେ ସେମାନଙ୍କର ସନ୍ତାନକୁ ବିକ୍ରି କରି ମୋଟା ରକମର ଟଙ୍କା ଆଦାୟ କରାଯାଉଛି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଅଧିକାଂଶ ନାବାଳିକା ଝିଅମାନଙ୍କୁ ଜୋର ଜବରଦସ୍ତ ଗର୍ଭବତୀ କରାଯାଉଛି।

ଆଲଜେରାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନାଇଜେରିଆର ଦକ୍ଷିଣ-ପୂର୍ବ ଭାଗରେ ଶିଶୁ ଚାଷର ଏହି ବେଆଇନ ବ୍ୟବସାୟ ବଢ଼ିବାରେ ଲାଗିଛି। ଶିଶୁ ଚାଷ ପାଇଁ, ମାନବ ଚାଲାଣକାରୀମାନେ ଯୁବତୀମାନଙ୍କୁ ଅପହରଣ କରି ନିଅନ୍ତି କିମ୍ବା ସେମାନଙ୍କୁ ଚାକିରୀ ଦେବାର ପ୍ରଲୋଭନ ଦେଖାଇ ବେବିଫାର୍ମଙ୍ଗି କାମରେ ନିୟୋଜିତ କରାନ୍ତି।

ତେବେ ଜଣେ ପୀଡିତା ଝିଅ ଅନ୍ତର୍ଜାତୀୟ ଗଣମାଧ୍ୟମ ସମ୍ମୁଖରେ ତାଙ୍କର ଏହି ଗର୍ଭବତୀ ଦୁଃଖକୁ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, କାମ ଦେବା ପ୍ରଲୋଭନରେ ତାଙ୍କୁ ନିଜ ଗାଁରୁ ଅଣାଯାଇଥିଲା। କିନ୍ତୁ ପରେ ଅନେକ ଲୋକ ତାଙ୍କୁ ବଳାତ୍କାର କରିଥିଲେ। ଏମିତିକି ଗର୍ଭବତୀ ହେବା ପରେ ମଧ୍ୟ ତାଙ୍କୁ ଅନେକ ଥର ବଳାତ୍କାର କରାଯାଇଥିଲା। ତାଙ୍କୁ ଏକ ସୂକ୍ଷ୍ମ ଆଲୋକିତ କୋଠରୀରେ ରଖାଯାଇଥିଲା। ସେ ଅନେକ ଥର ଦୌଡ଼ି ପଳାଇବାକୁ ଚିନ୍ତା କରିଥିଲେ କିନ୍ତୁ ଘର ବାହାରେ ନଜର ରଖିବା ପାଇଁ ଉପସ୍ଥିତ ଥିଲେ ସିକ୍ୟୁରୀଟି ଗାର୍ଡ। ତେଣୁ ସେ ଆସିପାରିନଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବଳାତ୍କାର ବେଳେ ଏହି ନୃଶଂସ ଲୋକମାନେ ଧ୍ୟାନ ଦିଅନ୍ତି ନାହିଁ ଯେ ଝିଅଟି ୬ ସପ୍ତାହ ଧରି ଗର୍ଭବତୀ ଅଛି ନା ୬ ମାସ ଧରି ଗର୍ଭବତୀ ଅଛି।

ପୀଡିତା ଆହୁରି କହିଛନ୍ତି ଯେ ଆମର ଛୋଟ ପିଲାମାନେ କେତେ ଦରରେ ବିକ୍ରି ହୋଇଛନ୍ତି ତାହା ଆମେ ଜାଣି ନାହୁଁ? ତେବେ ଆନୁମାନିକ ଭାବରେ ଯଦି ଶିଶୁଟି ଏକ ପୁଅ ତେବେ ଏହାର ମୂଲ୍ୟ ଅଧିକ ହୋଇଥାଏ। ଏକ ପୁଅ ଶିଶୁକୁ ୨ ହଜାର ଡଲାରରେ ବିକ୍ରି କରାଯାଏ। ଏହି ସମୟରେ, ଜଣେ କନ୍ୟା ଶିଶୁକୁ ୧୩୫୦ ଡଲାରରେ ବିକ୍ରି କରାଯାଇଥାଏ।

ତେବେ ଏକ ରିପୋର୍ଟ ଅନୁଯାୟୀ, ଏହି ଦେଶର ମାନବ ଚାଲାଣକାରୀମାନେ ୧୪ ରୁ ୧୭ ବର୍ଷ ବୟସର ନାବାଳିକାମାନଙ୍କୁ ଟାର୍ଗେଟ କରନ୍ତି। ଯଦି ଏହି ଝିଅମାନେ ମାନବ ଚୋରା ଚାଲାଣକାରୀଙ୍କ କବଳରୁ ରକ୍ଷା ପାଇବାକୁ ଚେଷ୍ଟା କରନ୍ତି, ତେବେ ସେମାନେ ଗର୍ଭପାତ କରିପାରିବେ ନାହିଁ କାରଣ ନାଇଜେରିଆରେ ଗର୍ଭପାତ ନିଷେଧ ତଥା ଦଣ୍ଡନୀୟ ଅପରାଧ ଅଟେ।

Leave a Reply

Your email address will not be published. Required fields are marked *