ହରଭଜନ ସିଂ କରୋନାରେ ଆକ୍ରାନ୍ତ , ଟୁଇଟ କରି ଦେଲେ ସୂଚନା

ସଂସ୍କାର : ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ଖେଳାଳି ହରଭଜନ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଭଜି ନିଜେ ଶୁକ୍ରବାର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ସେ ବର୍ତ୍ତମାନ ଘରେ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି।

ଟ୍ବିଟ୍‌ କରି ହରଭଜନ କହିଛନ୍ତି, ସାମାନ୍ୟ ଅସୁସ୍ଥ ଅନୁଭବ କରୁଥିବାରୁ କୋଭିଡ ଟେଷ୍ଟ କରାଇଥିଲି । ରିପୋର୍ଟ ପଜିଟିଭ ଆସିଛି । ଶରୀରରେ କରୋନାର ସାମାନ୍ୟ ଲକ୍ଷଣ ରହିଛି । ରିପୋର୍ଟ ପଜିଟିଭ ଆସିବା ପରେ ନିଜକୁ ଘରେ ଆଇସୋଲେଟ କରି ଦେଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଗତ କିଛିଦିନ ମଧ୍ୟରେ ଯେଉଁମାନେ ବି ମୋ ସମ୍ପର୍କରେ ଆସିଛନ୍ତି ସେମାନେ ଆବଶ୍ୟକ ହେଲେ ଟେଷ୍ଟ କରାଇନିଅନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ।’ ତେବେ ସୂଚନାଯୋଗ୍ୟ ଯେ କିଛିଦିନ ପୂର୍ବରୁ ଭଜି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇଥିଲେ। ଯାହା ଏକ ଚର୍ଚ୍ଚାର ବିଷୟ ଥିଲା। କାରଣ ଦୀର୍ଘ ୪ ରୁ ୫ ବର୍ଷ ମଧ୍ୟରେ ଭଜି ମାତ୍ର ହାତ ଗଣତି କେତୋଟି ମ୍ୟାଚରେ ଭାରତ ପକ୍ଷରୁ ଖେଳିବା ପାଇଁ ସୁଯୋଗ ପାଇଥିଲେ।

Leave a Reply

Your email address will not be published. Required fields are marked *