AUS vs NZ : କରୋନା ଭାଇରସ୍ ପାଇଁ ମ୍ୟାଚରେ ଦେଖାଗଲା ଅଜବ ଦୃଶ୍ୟ, ଖେଳାଳିମାନେ ନିଜେ ବଲ୍ ଖୋଜିବାରେ ଲାଗିଲେ

ଆଜି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଥିଲା ପ୍ରଥମ ଦିନିକିଆ ମ୍ୟାଚ୍ । ତିନୋଟି ଦିନିକିଆ ସିରିଜର ଆଜି ଥିଲା ପ୍ରଥମ ମ୍ୟାଚ୍ । ଏକଦମ୍ ନିଆରା ଢଙ୍ଗର ଥିଲା ଏହି ପ୍ରଥମ ମ୍ୟାଚ୍ । ମ୍ୟାଚ୍ ତ ହେଲା, ହେଲେ କରୋନା ଭାଇରସ୍ ଭୟ ଯୋଗୁ ଦର୍ଶକଶୂନ୍ୟ ଥିଲା ପଡ଼ିଆ ।

ଏଭଳି ପରିସ୍ଥିତିରେ ଖେଳର ମଜା ତ ଫିକା ପଡ଼ିଲା ସେ ଅଲଗା କଥା, କିନ୍ତୁ ଏମିତି କିଛି ଘଟଣା ଘଟିଲା ଯାହା ସାଧାରଣତଃ ଘଟେ ନାହିଁ । ଆଜ୍ଞା ହଁ, ଛକା ମାରିବା ପରେ ଫିଲ୍ଡିଂ କରୁଥିବା ଫିଲ୍ଡରମାନେ ହିଁ ନିଜେ ଯାଇ ବଲ ଖୋଜି ଆଣିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଯଦିଓ ସପୋର୍ଟ ଷ୍ଟାଫ୍ ଏବଂ ଗ୍ରାଉଣ୍ଡ ଷ୍ଟାଫ୍ ସେଇଠାରେ ହିଁ ଉପସ୍ଥିତ ଥିଲେ, ତଥାପି ଦର୍ଶକଙ୍କ ବିନା ଖେଳାଳିଙ୍କୁ ବଲ ଖୋଜିବାକୁ ପଡ଼ିଥିଲା ।

କରୋନା ଭାଇରସ ଆତଙ୍କ କାରଣରୁ କିଛି ଦିନ ଯାଏଁ ମ୍ୟାଚ୍ ସମୟରେ ପଡ଼ିଆରେ ଦର୍ଶକଙ୍କୁ ଦେଖିବା ସମ୍ଭବ ହେବ ନାହିଁ । ଯେପର୍ଯ୍ୟନ୍ତ ପୂର୍ବବତ୍ ସବୁକିଛି ଠିକ୍ ନହେଇଯାଇଛି ଅତିକମରେ ସେଯାଏଁ ତ, ଦର୍ଶକବିହୀନ ହିଁ ଖେଳିବାକୁ ହେବ ଦିନିକିଆ ସିରିଜ୍ ।

Leave a Reply

Your email address will not be published. Required fields are marked *