ଏହି ଜେଲରୁ ଚାଲାଣ ହେଉଥିଲା ଅପରାଧୀଙ୍କର ଶୁକ୍ରାଣୁ, ଜେଲରେ ଥାଇ ବାପା ହେଉଥିଲେ ଅପରାଧୀ ଆତଙ୍କବାଦୀ

ସଂସ୍କାର : ଜେଲ୍ ଭିତରେ ମାରଣା ଅସ୍ତ୍ରଶସ୍ତ୍ର କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଚୋରା ଚାଲାଣ ହେଉଥିବାର ଆମେ ଅନେକ ଥର ଶୁଣିଛନ୍ତି। ପ୍ରତ୍ୟେକ ଦିନ ଏଭଳି ଖବର ଟିଭି କିମ୍ବା ଖବରକାଗଜ ଆମେ ପଢୁଛନ୍ତି। କିନ୍ତୁ ବର୍ତ୍ତମାନ ଜେଲ୍ ଭିତରେ ଏକ ଭିନ୍ନ ଧରଣର ଜିନିଷ ଚୋରା ଚାଲାଣକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି।

ଜେଲ ଭିତରେ ଚୋରା ଚାଲାଣକୁ ନେଇ ଜଣେ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଦାବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଆତଙ୍କବାଦୀ ଦାବି କରିଛନ୍ତି କି, ସେ ଜେଲରେ ବନ୍ଦୀ ଥିବା ସମୟରେ ତାଙ୍କର ଶୁକ୍ରାଣୁ (ସ୍ପର୍ମ) ଅନେକ ଥର ଚୋରା ଚାଲାଣ ହୋଇଛି। ଏହି ସ୍ପର୍ମ ଚୋରାଚାଲାଣ ଯୋଗୁଁ ତାଙ୍କର ୪ ଟି ସନ୍ତାନ ଜନ୍ମ ହୋଇଛନ୍ତି।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ , ଏହି ଆତଙ୍କବାଦୀ ଜଣକ ଦୀର୍ଘ ୧୫ ବର୍ଷ ଧରି ଜେଲ୍‌ରେ ବନ୍ଦୀ ରହିଥିଲେ। ଏହି ସମୟରେ ସେ ଚିପ୍ସ ପ୍ୟାକେଟରେ ଅନେକ ଥର ନିଜର ସ୍ପର୍ମ ଚୋରା ଚାଲାଣ କରିଥିଲେ। ଏବେ ଆତଙ୍କବାଦୀ ମୁକ୍ତ ହେବା ପରେ ନିଜର ଏହି ଦାବିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି।ତେବେ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବାର କାରଣ ହେଉଛି ଯେ ସ୍ପର୍ମ ଶରୀରରୁ ବାହାରିବା ପରେ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରୁହେ ନାହିଁ। ଏହା ସତ୍ତ୍ୱେ ତାଙ୍କର ଦାବି ହେଲା, ସେ ବ୍ୟାଗରେ ସ୍ପର୍ମ ରଖି ଜେଲ ବାହାରକୁ ପଠାଉଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆତଙ୍କବାଦୀ ଜଣକ ଦାବି କରିଛନ୍ତି କି, କ୍ୟାଣ୍ଟିନ ସାମଗ୍ରୀ ମାଧ୍ୟମରେ ସ୍ପର୍ମ ଚୋରା ଚାଲାଣର ଏହି ବ୍ୟବସାୟ ଜେଲ ଭିତରେ ହିଁ ଚାଲିଥିଲା। ପାଲେଷ୍ଟାଇନ ଆତଙ୍କୀ ଜଣକ କହିଛନ୍ତି ଯେ ସ୍ପର୍ମକୁ ଜମା କରିବା ପରେ ତାହାକୁ ପାଉଚ୍‌ରେ ସଂଗ୍ରହ କରାଯାଉଥିଲା ଏବଂ ଏହାକୁ ଏଭଳି ଭାବେ ପ୍ୟାକ୍‌ କରାଯାଉଥିଲା କି, ଯେପରି ତାହା ଖୋଲି ପାରିବ ନାହିଁ। ଏଥି ସହିତ ଏହା ଉପରେ କିଛି ବିଶେଷ ଚିହ୍ନ ଦିଆଯାଉଥିଲା, ଯାହା ବିଷୟରେ ପ୍ରଥମରୁ ହିଁ ସାକ୍ଷାତ ସମୟରେ ପରିବାରକୁ ସୂଚନା ଦିଆଯାଉଥିଲା। ପାଲେଷ୍ଟାଇନ ଗଣମାଧ୍ୟମର ସୂଚନା ମୁତାବକ, ଏହି ଚୋରା ଚାଲାଣ ବ୍ୟବସାୟରୁ ପାଖାପାଖି ୧୦୧ ଛୁଆ ଜନ୍ମ ହୋଇଛନ୍ତି।

ଏପରି ଅଜବ ଦାବି କରୁଥିବା ଆତଙ୍କବାଦୀ ଅଲଅକ୍ସ ବ୍ରିଗେଡର ଅଂଶ ଥିଲେ। ତାଙ୍କୁ ୨୦୨୧ ମସିହା ମାର୍ଚ୍ଚ ମାସରେ ମୁକ୍ତି କରାଯାଇଥିଲା ଏବଂ ଏକ ସାକ୍ଷାତକାର ସମୟରେ ସେ ଏହା ଦାବି କରିଛନ୍ତି। ସେ କହିଥିଲେ ଯେ, ସ୍ପର୍ମ ସଂରକ୍ଷଣ ପାଇଁ ଆଳୁ ଚିପ୍ସ ପ୍ୟାକେଟ ବ୍ୟବହାର କରାଯାଉଥିଲା। ଏଥି ସହିତ ଏହି କାର୍ଯ୍ୟ ଏତେ ସାବଧାନତାର ସହ କରାଯାଉଥିଲା ଯେ ଜେଲ ଅଧିକାରୀମାନେ ଜାଣିପାରିନଥିଲେ।

Leave a Reply

Your email address will not be published. Required fields are marked *