୧୬ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଟଙ୍କା ପାଇଁ ବ୍ଲାକମେଲିଂ , ଜଣାପଡିବା ପରେ….

ସଂସ୍କାର : ଜଣେ ୧୬ ବର୍ଷୀୟ କିଶୋରୀଙ୍କୁ ଗଣଦୁଷ୍କର୍ମ ପରେ ଘଟଣା ସମୟର ଭିଡିଓ କରି ଧମକ ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହି ମାମଲାରେ ପକ୍ସୋ ଆକ୍ଟ୍ ଅଧୀନରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣାର ଜିନ୍ଦ ଠାରେ । ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ଯେତେବେଳେ ଜଣେ ମହିଳାଙ୍କୁ ଦେଖା କରିବାକୁ ଯାଇଥିଲେ ଯିଏକି ତାଙ୍କ ପଡ଼ୋଶୀରେ ରହୁଥିଲେ ।

ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଖାଦ୍ୟରେ ନିଶା ଦ୍ରବ୍ୟ ମିଶାଇ ଖାଇବାକୁ ଦେଇଥିଲେ ଓ ଏହାପରେ ମିଶି ଗଣଦୁଷ୍କର୍ମ କରିଥିଲେ । ଖାଲି ସେତିକି ନୁହେଁ ଦୁଷ୍କର୍ମ ବେଳର ଭିଡିଓ କରି ଧମକ ମଧ୍ୟ ଦେଇଥିଲେ। ଆଉ ଦୁଷ୍କର୍ମକାରୀଙ୍କର ଏହି ଅମାନୁଷିକ କାର୍ଯ୍ୟରେ ସେମାନଙ୍କୁ ସହଯୋଗ କରିଥିଲେ ନାବାଳିକାଙ୍କର ପଡୋଶୀ ଘରରେ ରହୁଥିବା ମହିଳା।

ପୋଲିସ୍ ଏନେଇ ସୂଚନା ଦେଇଛି। ଏହାବ୍ୟତୀତ ଅଭିଯୁକ୍ତ ମାନେ ଏସମ୍ପର୍କରେ କାହାକୁ ବି ନ ଜଣାଇବାକୁ ଧମକ ଦେଇଥିଲେ ଓ ଭିଡିଓକୁ ଅସ୍ତ୍ର କରି ଟଙ୍କା ମଧ୍ୟ ଆଦାୟ କରିଥିଲେ । ପ୍ରତିଦିନ ଏହିପରି ଭାବରେ ଟଙ୍କା ଦାବି କରୁଥିବାରୁ ଅତିଷ୍ଠ ହୋଇ ପୀଡ଼ିତା ଜଣକ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଏ ମାମଲାରେ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ୍ ମାମଲା ରୁଜୁ କରି ତିନି ଜଣଙ୍କୁ ଗିରଫ କରିଛି । ଦୁଇ ଦୁଷ୍କର୍ମକାରୀଙ୍କ ବ୍ୟତୀତ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ୍ ।

Leave a Reply

Your email address will not be published. Required fields are marked *