ସଂସ୍କାର : ଆଜିକାଲି ଅପରାଧ ବୃଦ୍ଧି ମାମଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି ପରିସ୍ଥିତିରେ, ନିକଟରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଣେ ମହିଳାଙ୍କର ଶୋଷଣ ଓ ବଳାତ୍କାରର କାହାଣୀ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି। ମହିଳା ଜଣଙ୍କ ମୃତ୍ୟୁମୁଖରୁ ଫେରିଆସିଛନ୍ତି। ତାଙ୍କୁ ନିର୍ଦୟ ଭାବରେ ବଳତ୍କାର କରାଯାଇଥିଲା। ଏମିତିକି ପ୍ରତିଦିନ ୨୦ ଜଣ ପୁରୁଷ ତାଙ୍କୁ ବଳତ୍କାର କରୁଥିଲେ ବୋଲି ମହିଳା ଜଣକ ତାଙ୍କର ଦୁଃଖଭରା କଣ୍ଠରେ ପ୍ରକାଶ କରିଛନ୍ତି।
ମହିଳା ଜଣକଙ୍କର କାହାଣୀ ଶୁଣିବା ପରେ ବ୍ରିଟେନର ଲୋକମାନଙ୍କର ହୋସ ଉଡିଯାଇଛି। ଏହି ମହିଳାଙ୍କୁ ପ୍ରତିଦିନ ୨୦ ଜଣଙ୍କ ସହ ଶୋଇବାକୁ ବାଧ୍ୟ କରାଯାଉଥିଲା। କେବଳ ଏତିକି ନୁହେଁ, ମନା କରିବାରୁ ତାଙ୍କୁ ଅତି ନିର୍ମମ ଭାବରେ ମାଡ଼ ମରାଯାଉଥିଲା , ସିଗାରେଟର ଚେଙ୍କ ତାଙ୍କର ଦେହର ପ୍ରତ୍ୟେକଟି ସ୍ଥାନରେ ଦିଆଯାଉଥିଲା। ଆଉ ମୃତ୍ୟୁର ଶେଷ ପାହାଚରୁ ସେ ପୁଣି ନୂଆ ଜୀବନ ପାଇଛନ୍ତି। ଅନେକ ଲୋକଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ହେତୁ ମହିଳାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ସେହି କାରଣରୁ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନ୍ୟପଟେ ଡାକ୍ତରମାନେ ମଧ୍ୟ କହିଥିଲେ ଯେ ମହିଳା ଜଣକ ୪୮ ଘଣ୍ଟା ବଞ୍ଚିବେ, କିନ୍ତୁ ମହିଳା ଜଣକ ମୃତ୍ୟୁ ମୁଖରୁ ଫେରିବାରେ ସଫଳ ହୋଇଥିଲେ।
ବର୍ତ୍ତମାନ ଏହି ମାମଲାରେ ପୋଲିସ ମହିଳାଙ୍କର ସାହାଯ୍ୟରେ ସେକ୍ସ ରାକେଟକୁ ଖୋଜୁଛି। ତେବେ ପୁରା ମାମଲା ବିଷୟରେ ମହିଳା ଜଣକ ପୋଲିସକୁ କହିଥିଲେ ଯେ ଯେଉଁ ଘରେ ତାଙ୍କୁ ବନ୍ଦୀ କରାଯାଇଥିଲା ସେହି ଘରେ ଆଉ ଦୁଇଜଣ ମହିଳା ଅଛନ୍ତି। ସମସ୍ତଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଗ୍ରାହକଙ୍କ ସାମ୍ନାରେ ପରିବେଷଣ କରାଯାଉଥିଲା। ଏପରି ପରିସ୍ଥିତିରେ, ଗୋଟିଏ ଦିନରେ, ସେମାନେ ୨୦ ରୁ ଅଧିକ ଲୋକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ହେଉଥିଲେ ଏବଂ ଏହି କାମ କରିବାକୁ ମନାକଲେ ତାଙ୍କୁ ମାଡ ଦିଆଯାଉଥିଲା। ଏହା ବ୍ୟତୀତ ମହିଳା କହିଛନ୍ତି ଯେ ଅନେକ ପୁରୁଷ ମଧ୍ୟ ତାଙ୍କ ଘରକୁ ଆସୁଥିଲେ, ଯିଏ ସେଠାରେ ଥରେ ପାଞ୍ଚରୁ ଛଅ ଘଣ୍ଟା ରହି ତାଙ୍କୁ ଶୋଷଣ କରୁଥିଲେ। ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, “ମୋର ପ୍ରାଇଭେଟ ପାର୍ଟରେ ଅଧିକ ରକ୍ତସ୍ରାବ ହେବା କାରଣରୁ ମୋର ଦେହ ଅସୁସ୍ଥ ହୋଇଗଲା। ମୁଁ ମୃତ୍ୟୁମୁଖକୁ ପଳାଇଥିଲି।
ସୂଚନା ଅନୁଯାୟୀ, ମହିଳା ଜଣକ ବାରମ୍ବାର ଆଘାତ ପାଇଥିଲେ, ସେ ଅପପୁଷ୍ଟିର ଶିକାର ହୋଇଥିଲେ ଏବଂ ତାଙ୍କ ଶରୀରରେ ଅନେକ କ୍ଷତ ସୃଷ୍ଟି ହୋଇଥିଲା। ତେବେ ଜଣେ ଯୁବକ ତାଙ୍କୁ ପ୍ରେମ ଜାଲରେ ଫସାଇ ରୋମିନିଆରୁ ୟୁକେ ନେଇଯାଇଥିଲା ଓ ସେଠାରେ ଏକ ଫ୍ଲାଟରେ ବନ୍ଦୀ କରି ରଖିଥିଲା । ଆଉ ସେଠାରେ ଏହିଭଳି କାମ କରାଇଥିଲା ବୋଲି ମହିଳା ଜଣକ କହିଛନ୍ତି।