ଝିଅର ଏହି କାମ ପାଇଁ ୧୫ ବର୍ଷୀୟ ଝିଅକୁ ବାପା କରୁଥିଲା ବାରମ୍ବାର ବଳାତ୍କାର , ଜାଣନ୍ତୁ କାରଣ

ସଂସ୍କାର : ଝିଅକୁ ବାରମ୍ଭାର ବଳାତ୍କାର କରୁଥିଲା ବାପା। ଆଉ ଏହି ବଳାତ୍କାର ପଛର କାରଣ ଜାଣିଲେ ତାଯୁବ ହେବେ ଆପଣ। ୪୨ ବର୍ଷୀୟ ଜଣେ ବ୍ୟକ୍ତି ତାର ୧୫ ବର୍ଷୀୟ ନାବାଳିକା ଝିଅକୁ ବାରମ୍ବାର କରୁଥିଲା ବଳାତ୍କାର। ଏହିଭଳି ଏକ ଚକିତ କରିଦେବା ଭଳି ଖବର ଆସିଛି ବିଶାଖାପାଟନମରୁ।

ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ, ନିଜ ଝିଅକୁ ବଳାତ୍କାର କରିଥିବା ଏହି ବ୍ୟକ୍ତି ଜଣକ ବୃତ୍ତିରେ ଜଣେ ବ୍ୟବସାୟୀ । ଏମିତିକି ଏହି ଦୁଷ୍କର୍ମକାରୀ ବାପା କିଡ୍ନୀ ରୋଗରେ ବି ପୀଡିତ। ଗତ ଦୁଇ ବର୍ଷ ତଳେ ଝିଅଟିର ମା ଏହି ଦୁଷ୍କର୍ମକାରୀ ବାପାକୁ ନିଜର ଗୋଟିଏ କିଡ୍ନୀ ଦାନ କରିଛନ୍ତି। ତେବେ ଏହି ଦୁଇ ଦମ୍ପତିଙ୍କର ଦୁଇଟି ସନ୍ତାନ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ୧୩ ବର୍ଷୀୟ ପୁତ୍ର ଥିବା ବେଳେ ଅନ୍ୟଜଣେ ବାପା ଦ୍ୱାରା ବଳାତ୍କାରର ଶିକାର ହୋଇଥିବା ୧୫ ବର୍ଷୀୟ ଝିଅ ରହିଛି।

ପୋଲିସ ଆହୁରି ମଧ୍ୟ କହିଛି ଯେ, ଗତ ତିନି ମାସ ହେବ ଝିଅଟିର ମାଆ ନିଜର ୧୩ ବର୍ଷୀୟ ପୁଅକୁ ଧରି ତାଙ୍କର ବାପା ଘରକୁ ପଳାଇଥିଲେ। ଆଉ ଘରେ ଉଭୟ ବାପା ଝିଅ ରହୁଥିଲେ । ଆଉ ଝିଅ ପାଖରେ କେହି ନ ଥିବାର ସୁଯୋଗ ନେଇ ଝିଅକୁ ବାରମ୍ବାର ବଳାତ୍କାର କରିଥିଲା ଦୁଷ୍କର୍ମକାରୀ ବାପା।

ସୂଚନାଅନୁଯାୟୀ, ନାବାଳିକା ଜଣକ ଦଶମ ଶ୍ରେଣୀରେ ପଢୁଛନ୍ତି। ତେବେ ସ୍କୁଲ ଛୁଟି ହେବା ପରେ ଝିଅଟି ଯେତେବେଳେ ଘରକୁ ଯିବାକୁ ମନା କଲା ସେହି ସମୟରେ ଜଣେ ଶିକ୍ଷୟତ୍ରୀ ତାକୁ ଘରକୁ ନ ଯିବାର କାରଣ ପଚାରିଲେ। ଆଉ ଝିଅଟି ତାଙ୍କୁ ଜଣାଇଲା ଯେ ସେ ଘରକୁ ଫେରିବାକୁ ଚାହୁଁନାହାଁନ୍ତି, କାରଣ ତାଙ୍କ ପିତା ତାଙ୍କୁ କିଛି ସମୟ ଧରି ଯୌନ ଶୋଷଣ କରୁଛନ୍ତି। ତେବେ ଶିକ୍ଷୟତ୍ରୀଙ୍କ ସହାୟତାରେ ଝିଅଟି ଶନିବାର ରାତିରେ ସ୍ଥାନୀୟ ପୋଲିସ ନିକଟରେ ତାର ବାପାଙ୍କ ନାମରେ ଅଭିଯୋଗ କରିଥିଲା। ଆଉ ଅଭିଯୋଗକୁ ଆଧାର କରି ପୋଲିସ ବି ଦୁଷ୍କର୍ମକାରୀ ବାପାଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ତେବେ ଅଭିଯୁକ୍ତ ବାପା ଜଣକ କାହିଁକି ଝିଅକୁ ବାରମ୍ବାର ବଳାତ୍କାର କରୁଥିଲେ ? ଏହାରି କାରଣ ଗଣମାଧ୍ୟମକୁ ପୋଲିସ କହିଛି ଯେ, ଝିଅଟି ଅତ୍ୟଧିକ ସମୟ ମୋବାଇଲ୍ ଫୋନରେ ବିତାଉଥିବାରୁ ବାପା ରାଗି ଯାଇଥିଲେ। ଆଉ କ୍ରୋଧରେ ସେ ଗତ କିଛି ମାସ ହେବ ତାଙ୍କୁ ଏକାଧିକ ଥର ବଳାତ୍କାର କରିଛନ୍ତି।

Leave a Reply

Your email address will not be published. Required fields are marked *