ସଂସ୍କାର : ସ୍ମାର୍ଟ ସିଟିରେ ସ୍ମାର୍ଟ ଲୁଟେରା। ବିବାହ ମଣ୍ଡପରୁ ଲୁଟିନେଲେ କନ୍ୟାର ସମସ୍ତ ଗହଣା। ବିବାହ ମଣ୍ଡପରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ଆଖିରେ ଧୂଳି ଦେଇ ଦୁର୍ବୃତ୍ତ ଲୁଟିନେଲେ ପ୍ରାୟ ୨ ଲକ୍ଷ ଟଙ୍କାର ସୁନା ଗହଣା।
ରାଜ୍ୟ ରାଜଧାନୀରେ ଦିନକୁ ଦିନ ନିଜର ପ୍ରାଧାନ୍ୟବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ଆଉ ଏହି ଲୁଟେରା ଗ୍ୟାଙ୍ଗ ବର୍ତ୍ତମାନ ଟାର୍ଗେଟ କଲେଣି ବିବାହ ମଣ୍ଡପ ଉପରେ। ଅତିଥି ପରି ଆସୁଛନ୍ତି, ମଣ୍ଡପରେ ବୁଲୁଛନ୍ତି, ସୁବିଧା ଦେଖି ଗହଣା ଭର୍ତ୍ତି ବ୍ୟାଗ୍ ଧରି ଚମ୍ପଟ ମାରୁଛନ୍ତି। ଏପରିକି ଏହି ଗ୍ୟାଙ୍ଗରେ ନାବାଳକ ବି ସାମିଲ ହେଉଥିବାର ନଜରକୁ ଆସିଛି।
ଗତ ଜାନୁଆରୀ ୨୩ ତାରିଖ ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ଏକ ବିବାହ ଉତ୍ସବରେ ୨ ଲକ୍ଷର ଗହଣା ନେଇ ଚମ୍ପଟ ମାରିଛନ୍ତି ଦୁଇ ଲୁଟେରା। ଆଉ ଏହି ଲୁଟରେ ଜଣେ ନାବାଳକ ରହିଥିବା ଜଣାପଡ଼ିଛି। ଗତ ୨୩ ତାରିଖରେ ରାଜଧାନୀର କେସୁରା ଅଞ୍ଚଳ ସ୍ଥିତ ପଲ୍ଲବୀ ମଣ୍ଡପରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ବିବାହ ମଣ୍ଡପରେ ଘରର ଅତିଥି ଭଳି ଏଣ୍ଟ୍ରି କଲେ ଦୁଇ ଲୁଟେରା। ପ୍ରଥମେ ଜଣେ ନାବାଳକ ଓ ଏହାର କିଛି ସମୟ ପରେ ପଶିଲେ ଜଣେ ଯୁବକ। ଉଭୟଙ୍କର ବେଶ ପୋଷାକ ଗେଷ୍ଟଙ୍କ ପରିଥିଲା। କିନ୍ତୁ ସୁବିଧା ଦେଖି ଗହଣା ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଥିଲେ ଏହି ଦୁଇ ଲୁଟେରା। ପରିବାର ଲୋକ ଗହଣା ଖୋଜାଖୋଜି କରିବା ପରେ ସିସିଟିଭି ଫୁଟେଜରୁ ଲୁଟ୍ ସମ୍ପର୍କରେ ଜଣାପଡ଼ିଲା । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ୍।
ଅନ୍ୟପଟେ ପୋଲିସ କହିଛି ଯେ, ବିବାହ ମଣ୍ଡପରେ ଚୋରି ସମ୍ବନ୍ଧୀୟ ମାମଲା ରୁଜୁ ହୋଇଛି। ପୋଲିସ ତଦନ୍ତ କରୁଛି। ଯେଉଁ ସିସିଟିଭି ଫୁଟେଜ ଆମ ହାତରେ ଲାଗିଛି, ସେଥିରେ ଜଣେ ଯୁବକ ଆଉ ଅନ୍ୟଜଣେ କମ ଉଚ୍ଚତାର ପିଲା ଦେଖାଯାଉଛି। ତେବେ ସିସିଟିଭିକୁ ଦେଖି ପିଲାଟି ସାବାଳକ କି ନାବାଳକ କହିବା ଆମ ପକ୍ଷେ ସମ୍ଭବପର ନୁହେଁ। ତେବେ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି।
ଦେଖନ୍ତୁ ଭିଡିଓ…