ଦେଖନ୍ତୁ ଭିଡ଼ିଓ : ଲଜ୍ୟା ! ଗଣଦୁଷ୍କର୍ମର ଶିକାର ହୋଇଥିବା ଯୁବତୀଙ୍କୁ ଏମିତି ଶାସ୍ତୀଦେଲେ ଅନ୍ୟ ମହିଳାମାନେ , ମୁଖ୍ୟମନ୍ତ୍ରୀ କଲେ ନିନ୍ଦା

ସଂସ୍କାର : ୨୬ ଜାନୁଆରୀରେ, ଯେତେବେଳେ ସମଗ୍ର ଦେଶ ୭୩ ତମ ଗଣତନ୍ତ୍ର ଦିବସ ପାଳନ କରୁଥିଲା, ସେତେବେଳେ କିନ୍ତୁ ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ଲଜ୍ୟା ଜନକ ଘଟଣା। ରାଜଧାନୀ ଦିଲ୍ଲୀରେ ଦେଶର ଜଣେ ଗଣଦୁଷ୍କର୍ମ ପୀଡିତା ଝିଅଙ୍କୁ ସହାନୁଭୁତି ମିଳିବା ବଦଳରେ ମିଳିଛି ଶାସ୍ତୀ।

ପୀଡ଼ିତା ଯୁବତୀଙ୍କର କେଶ କାଟିବା ପରେ , ତାଙ୍କ ମୁହଁରେ କଳା ବୋଳା ଯାଇଥିଲା, ବେକରେ ଜୋତାମାଳ ପକାଇ ହଜାର ହଜାର ଲୋକଙ୍କ ସାମ୍ନାରେ ମାଡ଼ ମରାଯାଇଥିଲା। ତେବେ ଏହି ଘଟଣାର ଭିଡ଼ିଓ ଘଟଣା ଘଟିବାର ଗୋଟିଏ ଦିନ ପରେ, ଅର୍ଥାତ ୨୭ ତାରିଖ ଦିନ ଦେଶରେ ଭାଇରାଲ ହେବାରେ ଲାଗିଲା।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ଦେଖିଲା ପରେ ଆଖି ଲଜ୍ଜାରେ ନତମସ୍ତକ ହୋଇ ଯାଇଥିଲା, ବହୁତ ହୃଦୟ ବିଦାରକ ଘଟଣା ଥିଲା ଏହା। ଏହି ଭିଡ଼ିଓରେ ମହିଳାଙ୍କର ସଂଖ୍ୟା ଅଧିକ ରହିଥିଲା। ଅନେକ ମହିଳା ଯୁବତୀଙ୍କୁ ଚାପୁଡ଼ା ମାରିଥିଲେ। ଅନେକ ମହିଳା ଯୁବତୀଙ୍କୁ ଚାପୁଡ଼ା ସହିତ ନାତ ଗୋଇଠା ମାରୁଥିବାର ମଧ୍ୟ ଭିଡ଼ିଓରେ ଦେଖା ଯାଇଛି।

ତେବେ ଅନ୍ୟ କେତେକ ମହିଳା ଯୁବତୀଙ୍କୁ ନ ମାରିବା ପାଇଁ ଅନ୍ୟମାନଙ୍କୁ ଆକଟ କରୁଥିବାର ମଧ୍ୟ ଦେଖା ଯାଇଛି। ତେବେ ଯୁବତୀଙ୍କର ଚେହେରାରେ କାଳି ବୋଳାଯାଇଥିବା ଭିଡ଼ିଓରେ ଦୃଶ୍ୟମାନ ହୋଇଛି। ଏହି ଅବସ୍ଥାରେ ତାଙ୍କୁ ରାସ୍ତାରେ ଚଲାଯାଇଥିଲା। ତେବେ ଏହି ଘଟଣା ରାଜଧାନୀର କସ୍ତୁରବା ନଗର ଅଞ୍ଚଳରୁ ଆସିଛି।

ତେବେ ଘଟଣା ଘଟିବାର କିଛି ସମୟ ପରେ ଯୁବତୀଙ୍କ ସାନ ଭଉଣୀ ପୋଲିସକୁ ଡାକି ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ଯୁବତୀଙ୍କୁ ଉଦ୍ଧାର କରିଥିଲା ​​ଏବଂ ବର୍ତ୍ତମାନ ଯୁବତୀଙ୍କୁ ପୋଲିସ ଅଧିକ ପଚରାଉଚରା କରୁଥିବା ଜାତୀୟ ଗଣମାଧ୍ୟମ ସୁତରୁ ଜଣାପଡିଛି। ଯୁବତୀଙ୍କ ଅଭିଯୋଗରେ ପୋଲିସ ଗ୍ୟାଙ୍ଗରେପ୍ ଏଫଆଇଆର ପଞ୍ଜୀକୃତ କରିଛି। ଏହା ସହିତ ଯୁବତୀଙ୍କ ସହ ଅସଦାଚରଣ ଅଭିଯୋଗରେ ଏପର୍ଯ୍ୟନ୍ତ ୧୪ ଜଣ ମହିଳାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ଏଥିସହ ପୋଲିସ ଆଉ କିଛି ଅଭିଯୁକ୍ତଙ୍କ ସନ୍ଧାନ କରୁଥିବାର କହିଛି।

ତେବେ ପୋଲିସ୍ ଏହି ଘଟଣାରେ ବିଭିନ୍ନ ଧାରାରେ ଗ୍ୟାଙ୍ଗ ରେପ୍, ଶାରୀରୀକ ନିର୍ଯ୍ୟାତନା, ଯୌନ ନିର୍ଯ୍ୟାତନା ତଥା ଅପରାଧିକ ଷଡ଼ଯନ୍ତ୍ର ସମେତ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି । କସ୍ତୁରବା ନଗରରେ ମହିଳାଙ୍କୁ ଅପହରଣ, ଗ୍ୟାଙ୍ଗ ରେପ୍ ଏବଂ ପରେ ଲଣ୍ଡା କରି ରାସ୍ତାରେ ବୁଲାଇବା ଘଟଣାରେ ପୋଲିସ ଶନିବାର ସୁଦ୍ଧା ୧୪ ଜଣକୁ ଗିରଫ କରିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଛନ୍ତି। ଦିଲ୍ଲୀ ମହିଳା କମିଶନ ମଧ୍ୟ ଦିଲ୍ଲୀ ପୋଲିସକୁ ଏକ ନୋଟିସ ଜାରି କରି ଏହି ନୃଶଂସ କାଣ୍ଡ ଭିଆଇ ଥିବା ଲୋକଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଦେଖନ୍ତୁ ଭିଡିଓ :

Leave a Reply

Your email address will not be published. Required fields are marked *