ସଂସ୍କାର: କରୋନା ମହାମାରୀର ବୃଦ୍ଧିକୁ ଦେଖି ରାଜ୍ୟ ସରକାର ସ୍କୁଲ ଓ କଲେଜକୁ ବନ୍ଦ କରିଥିଲେ। ତେବେ ପୁଣି ଥରେ ରାଜ୍ୟରେ ଆସନ୍ତା ୭ ତାରିଖରୁ ଖୋଲିବ ସ୍କୁଲ ଏବଂ କଲେଜ । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
କୋଭିଡ୍ କଟକଣାକୁ କଠୋର ଭାବେ ପାଳନ କରାଯାଇ ସ୍କୁଲ ଏବଂ କଲେଜ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ୮ମ ଶ୍ରେଣୀରୁ ଉପରକୁ ସବୁ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ରାଜ୍ୟ ସରକାର। ଏହା ସହିତ ରାଜ୍ୟର ସମସ୍ତ ପ୍ରଶିକ୍ଷଣ ଅନୁଷ୍ଠାନ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ତେବେ ସ୍କୁଲ ଆଉ କଲେଜରେ କରୋନା ଗାଇଡ଼ଲାଇନକୁ ପାଳନ କରିବାକୁ ସରକାର କହିଛନ୍ତି।
ଏହା ସହିତ ଫେବୃଆରୀ ୧୪ ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସ୍କୁଲ ଯାଇପାରିବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଉଭୟ ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ରେ ପାଠପଢା ହେବ । ଛାତ୍ରଛାତ୍ରୀ ମାନେ ନିଜର ପସନ୍ଦ ମୁତାବକ ପାଠପଢ଼ାର ମାଧ୍ୟମ ବାଛିପାରିବେ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। ତେବେ ସୂଚନାଯୋଗ୍ୟ ଯେ, ଆସନ୍ତା ଦୁଇମାସ ମଧ୍ୟରେ ସ୍କୁଲ , କଲେଜ ଖୋଲିବା ପାଇଁ ଗତକାଲି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ।