ସଂସ୍କାର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତଙ୍କ ବିବାହ ବିବାଦ ମାମଲାରେ ପୁଣି ଆସିଛି ଏକ ବଡ଼ ରାୟ । ଏହି ରାୟ ପ୍ରଦାନ କରିଛନ୍ତି ହାଇକୋର୍ଟ। ହାଇକୋର୍ଟଙ୍କ ରାୟ ଆସିବା ପରେ, ସୁମିତଙ୍କୁ ଲାଗିଛି ଝଟକା। କାରଣ ତପସ୍ୱିନୀଙ୍କ ଭରଣପୋଷଣ ନେଇ ତଳକୋର୍ଟଙ୍କ ପ୍ରଦାନ କରିଥିବା ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ।
ପ୍ରତି ମାସ ୧୦ ତାରିଖରେ ତପସ୍ୱିନୀଙ୍କୁ ମାସିକ ଭରଣପୋଷଣ ପାଇଁ ଟଙ୍କା ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସୁମିତଙ୍କୁ । ତେବେ ଫେବ୍ରୁଆରୀ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।
ସୂଚନାଯୋଗ୍ୟ ଯେ, ତଳକୋର୍ଟ ପ୍ରତିମାସ ୧୦ ତାରିଖ ସୁଦ୍ଧା ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଉ ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ସୁମିତ। କିନ୍ତୁ ହାଇକୋର୍ଟ ମଧ୍ୟ ତପସ୍ୱିନୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି।
ତେବେ ଆସନ୍ତା ୮ ତାରିଖରେ ହାଇକୋର୍ଟରେ ଶୁଣାଣି ପାଇଁ ତପସ୍ୱିନୀ ଓ ତାଙ୍କ ବାପାଙ୍କୁ ନୋଟିସ ଦିଆଯାଇଥିବା ବେଳେ ୯ ତାରିଖରେ ସୁମିତ ଓ ତାଙ୍କ ଜେଜେେ ମାଙ୍କ ବିରୋଧରେ ପାରିବାରିକ ପିଟିସନର ଶୁଣାଣି ମାନ୍ୟବର ଏସଡିିଜେଏମ କୋର୍ଟ କରିବେ। ସୁମିତଙ୍କ ମାଆ ଓ ଗୋସାାଁଇ ମାଙ୍କୁ ତପସ୍ୱିନୀ ଗାଳି ଗୁଳଜ କରିଥିବାର ସାଙ୍ଘାତିକ ଅଭିଯୋଗ ଆସିଛି। ତେଣୁ ଏହି ଘଟଣା ଉପରେ ଶୁଣାଣି ଆସନ୍ତା ୯ ତାରିଖ ଦିନ ହେବ। ପୂର୍ବରୁ ସୁମିତଙ୍କ ପକ୍ଷରୁ ଆଗତ ପିଟିସିନର ଶୁଣାଣି କରି ହାଇକୋର୍ଟ ଆସନ୍ତା ୮ ତାରିଖକୁ ଜବାବ ଦାଖଲ ପାଇଁ ତପସ୍ୱିନୀଙ୍କୁ ସମୟ ଦେଇଛନ୍ତି ।