ଆଉ ନାହାନ୍ତି ଲତା ମଙ୍ଗେଶକର , ଏମିତି ହେଲା ତାଙ୍କ ମୃତ୍ୟୁ

ସଂସ୍କାର : ଆଉ ନାହାନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର। ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲ୍‌ରେ ଆଜି ସକାଳ ୮ଟା ୧୨ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।ତାଙ୍କର ଭଉଣୀ ଉଷା ମଙ୍ଗେଶକର ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମୁମ୍ବାଇର ବ୍ରିଚ୍ କ୍ୟା୍ଡି ହସ୍ପିଟାଲରେ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହୋଇଆସୁଥିଲେ । ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଭେଣ୍ଟିଲେଟର୍ ରେ ରଖାଯାଇଥିଲା । ପ୍ରାୟ ୨୯ ଦିନ ଧରି ତାଙ୍କୁ ଭେଣ୍ଟିଲେଟର୍ ରେ ରଖାଯାଇଥିଲା । ତେବେ ଆଜି ସେ ଆଖି ବୁଜିଛନ୍ତି ।

୧୯୨୯ ସେପ୍ଟେମ୍ବର ୨୮ ତାରିଖରେ ଇନ୍ଦୋରରେ ଜନ୍ମ ହୋଇଥିଲେ ଲତା ମଙ୍ଗେଶକର। ତାଙ୍କ ବାପାଙ୍କ ନାଁ ଥିଲା ଦୀନାନାଥ ମଙ୍ଗେଶକର ଓ ମା’ଙ୍କ ନାଁ ଥିଲା ସେବନ୍ତୀ।ଜନ୍ମବେଳେ ଲତାଙ୍କ ନାଁ ଥିଲା ହେମା। ପରେ ତାଙ୍କ ବାପାମା’ ତାଙ୍କ ନାଁ ଲତା ରଖିଥିଲେ।

ଲତା ଥିଲେ ତାଙ୍କ ବାପାମା’ଙ୍କ ଜ୍ୟେଷ୍ଠ ସନ୍ତାନ। ମୀନା ଖଡ଼ିକର, ଆଶା ଭୋସଲେ, ଉଷା ମଙ୍ଗେଶକର ଓ ହୃଦୟନାଥ ମଙ୍ଗେଶକର ହେଉଛନ୍ତି ଲତାଙ୍କ ଭଉଣୀ ଓ ଭାଇ। ଆଉ ଏମାନେ ସମସ୍ତେ ଗାୟକ। ୧୯୮୯ରେ ଭାରତ ସରକାର ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରିଥିଲେ। ୨୦୦୧ରେ ତାଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *