U19 ବିଶ୍ୱ ଚାମ୍ପିଅନ୍ ଭାରତୀୟ ଦଳ ପାଇଁ ପୁରସ୍କାର ରାଶି ଘୋଷଣା କଲା BCCI, ପ୍ରତି ଖେଳାଳି ହେବେ ମାଲାମାଲ୍ ଜାଣନ୍ତୁ ମିଳିବ କେତେ ଲକ୍ଷ ଟଙ୍କା

ସଂସ୍କାର : ଭାରତ ପଞ୍ଚମ ଥର ପାଇଁ ଅଣ୍ଡର-୧୯ ବିଶ୍ୱକପ ଟାଇଟଲ ଜିତିଛି। ୬ଟି ୱିକେଟ୍ ହରାଇ ଭାରତୀୟ ଯୁବ ଦଳ ୪୭. ୪ ଓଭରରେ ୧୯୦ ରନର ବିଜୟ ଲକ୍ଷ୍ୟକୁ ପାର୍ କରିଥିଲେ। ନିଶାନ୍ତ ସିନ୍ଧୁ ୫୦ ରନ ସ୍କୋର କରି ଅପରାଜିତ ରହିଛନ୍ତି। ଏହା ସହିତ ଦୀନେଶ ବାନା ୧୩ ରନ କରି ଅପରାଜିତ ଅଛନ୍ତି। ଦିନେଶ ୫ ଟି ବଲ୍ ଖେଳି ଦୁଇଟି ଛକା ସାହାଯ୍ୟରେ ୧୩ ରନ ସଂଗ୍ରହ କରିଛନ୍ତି। ଦିନେଶ ଏକ ଛକା ମାରି ଦଳକୁ ପଞ୍ଚମ ବିଜୟର ସ୍ୱାଦ ଦେଇଛନ୍ତି। କିମ୍ବଦନ୍ତୀ ସିନିୟର କ୍ରିକେଟରେ ମହେନ୍ଦ୍ର ସିଂ ଧୋନିଙ୍କ ପରି ଦିନେଶ ବି ଛକା ମାରି ଦଳକୁ ବିଜୟୀ କରାଇଥିଲେ।

ଅଲରାଉଣ୍ଡର ରାଜ ବାୱା ଭାରତର ବିଜୟର ହିରୋ ହୋଇଛନ୍ତି। ସେ ଏହି ଫାଇନାଲ୍ ମ୍ୟାଚରେ ପ୍ରଥମେ ୩୧ ରନ୍ ବ୍ୟୟ ପାଞ୍ଚଟି ୱିକେଟ୍ ନେଇଥିଲେ। ଏହା ପରେ ସେ ବ୍ୟାଟିଂରେ ବି ଚମତ୍କାର ପ୍ରଦର୍ଶନ କରି ୩୫ ରନର ଏକ ଦମଦାର ପାରି ଖେଳିଥିଲେ। ସେହିପରି ଉପ – ଅଧିନାୟକ ଶେଖ ରସିଦ ମଧ୍ୟ ୫୦ ରନ୍‌ର ଏକ ଭଲ ଇନିଂସ ଖେଳିଥିଲେ। ତେବେ ଭାରତ ୨୦୦୦, ୨୦୦୮, ୨୦୧୨, ୨୦୧୮ ଏବଂ ବର୍ତ୍ତମାନ ୨୦୨୨ ମସିହାରେ ଅଣ୍ଡର-୧୯ ବିଶ୍ୱକପରେ ବିଜୟୀ ହୋଇଛି।

ତେବେ ଏହି ଫାଇନାଲ୍ ମ୍ୟାଚରେ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ୪୪.୫ ଓଭରରର ୧୮୯ ରନ୍ ସ୍କୋର କରିଥିଲା। ଜବାବରେ ଭାରତ ୬ ୱିକେଟ୍ ହରାଇ ୪୭.୪ ଓଭର ଖେଳି ୧୯୫ ରନ କରିବା ସହିତ ବିଶ୍ୱକପରେ ୫ ଥର ବିଜୟୀ ହୋଇଛି।

ଭାରତର କ୍ରିକେଟ୍ ବୋର୍ଡ ଅଫ୍ କ୍ରିକେଟ୍ (ବିସିସିଆଇ) ସଚିବ ଜୟ ଶାହା ରବିବାର ଦିନ U19 ବିଶ୍ୱକପ ବିଜେତା ଦଳର ପ୍ରତ୍ୟେକ ଖେଳାଳିଙ୍କ ପାଇଁ INR ୪0 ଲକ୍ଷ ପୁରସ୍କାର ଘୋଷଣା କରିଛନ୍ତି। ଶାହା ଏହା ମଧ୍ୟ କହିଛନ୍ତି ଯେ ସହାୟକ କର୍ମଚାରୀଙ୍କ ପ୍ରତ୍ୟେକ ସଦସ୍ୟଙ୍କୁ INR ୨୫ ଲକ୍ଷ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *