୩ ବର୍ଷର ଶିଶୁକୁ ଭାଲୁ ମୁହଁକୁ ଠେଲିଦେଲା ମାଆ। ଆଉ ତାପରେ କଣ ହେଲା…ଦେଖନ୍ତୁ ଭାଇରାଲ ଭିଡିଓ

ସଂସ୍କାର: ନିଜର ଜନ୍ମକଲା ଶିଶୁକୁ ମରଣମୁହଁକୁ ଠେଲି ଦେଲା ମାଆ। ମାତ୍ର ୩ ବର୍ଷ ହେବ ଦୁନିଆ ଦେଖିଥିବା ଛୋଟ ଶିଶୁଟିକୁ ଭାଲୁ ମୁହଁକୁ ଠେଲିଦେଲା ମାଆ। ଆଉ ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଆଶ୍ଚର୍ଯ୍ୟଜନକ ଭିଡ଼ିଓ ଉଜବେକିସ୍ତାନରେ ଅବସ୍ଥିତ ତାସକେଣ୍ଟରେ ଥିବା ଏକ ପ୍ରାଣୀ ଉଦ୍ୟାନର ବୋଲି ଜଣାପଡିଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ପ୍ରାୟ ୩ ବର୍ଷର ଏକ ଛୋଟ ଶିଶୁ ପ୍ରାଣୀ ଉଦ୍ୟାନ ଦେଖିବା ପାଇଁ ତାର ମା ସହିତ ସେଠାକୁ ଆସିଥିଲା।

ତେବେ ଯେତେବେଳେ ଭାଲୁକୁ ଦେଖାଇବା ପାଇଁ ମାଆ ଶିଶୁଟିକୁ ନେଇ ଏନକ୍ଲୋଜରର ରେଲିଂ ନିକଟରେ ଠିଆ ହୋଇଥିଲେ, ଠିକ ସେହି ସମୟରେ ଶିଶୁଟିକୁ ଭାଲୁ ମୁହଁକୁ ଫିଙ୍ଗିଦେଲା ମାଆ। ଭାଇରାଲ ହେଉଥିବା ଭିଡ଼ିଓରେ ଏହା ସ୍ପଷ୍ଟ ଦୃଶ୍ୟମାନ ହେଉଛି ଯେ ମହିଳା ଜଣକ ନିଜ ହାତରେ ପିଲାଟିକୁ ଏନ କ୍ଲୋଜର ଭିତରକୁ ଛାଡ଼ି ଦେଇଛନ୍ତି।

ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ଝିଅଟି ତଳେ ପଡ଼ିବା ମାତ୍ରେ ଭାଲୁ ତା ଆଡକୁ ଦୌଡ଼ିଆସିଲା, କିନ୍ତୁ ସୌଭାଗ୍ୟବଶତଃ ସେ କେବଳ ଝିଅଟିକୁ ଶୁଙ୍ଘି ଦେଇ ସେଠାରୁ ଚାଲିଗଲା। ସେତେବେଳକୁ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ଭାଲୁକୁ ଏନକ୍ଲୋଜରର ଅନ୍ୟ ଏକ ଅଂଶରେ ତାଲା ପକାଇ ଝିଅକୁ ବଞ୍ଚାଇବା ପାଇଁ ସେଠାରେ ପହଞ୍ଚିଥିଲେ। ଶିଶୁ କନ୍ୟାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ସାମାନ୍ୟ ଆହତ ହୋଇଛି। ତେବେ ସେଠାରେ ଠିଆ ହୋଇଥିବା ଲୋକମାନେ ଏହି ଦୃଶ୍ୟକୁ ଦେଖି ଭୟଭୀତ ହୋଇଯାଇଥିଲେ।

ଖବର ଅନୁଯାୟୀ, ଝିଅଟିର ମାଆକୁ ପୋଲିସ ଗିରଫ କରିଥିଲା ​​ଓ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଯଦି ତାଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଏ, ତେବେ ସେ ଅତି କମରେ ୧୫ ବର୍ଷ ଜେଲ ଯିବେ। ପ୍ରାଣୀ ଉଦ୍ୟାନର ମୁଖପାତ୍ର କହିଛନ୍ତି ଯେ ମହିଳା ଜଣକ ଜାଣିଶୁଣି ନିଜ ଶିଶୁକୁ ଏକ ବ୍ରାଉନ୍ ଭାଲୁ ଏନକ୍ଲୋଜରରେ ଫିଙ୍ଗି ଦେଇଛନ୍ତି। ସେଠାରେ ଠିଆ ହୋଇଥିବା ଲୋକମାନେ ମଧ୍ୟ ଏହି ବିଷୟରେ ସାକ୍ଷ୍ୟ ଦେଇଛନ୍ତି ଓ ଏହା ସିସିଟିଭିରୁ ମଧ୍ୟ ସ୍ପଷ୍ଟ ଦେଖାଯାଉଛି। ଲୋକମାନେ ତାଙ୍କୁ ବହୁତ ଅଟକାଇଲେ କିନ୍ତୁ ସେତେବେଳକୁ ସେ ଝିଅଟିକୁ ଫୋପାଡ଼ି ଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟ ପଛର କାରଣ ଜଣା ପଡିନାହିଁ।

Leave a Reply

Your email address will not be published. Required fields are marked *