ରାଜ୍ୟରେ ଖୋଲିଲା ଶିକ୍ଷା ଅନୁଷ୍ଠାନ , ଏହି ତାରିଖପରେ ପ୍ରଥମରୁ ସପ୍ତମ ଛାତ୍ରଛାତ୍ରୀ ଯିବେ ସ୍କୁଲ୍…

ସଂସ୍କାର : ରାଜ୍ୟରେ ଦୁଇ ଦିନ ହେଲା ଅଷ୍ଟମ ଶ୍ରେଣୀଠାରୁ ଆରମ୍ଭ କରି ତ ଉର୍ଦ୍ଧ୍ବର ଛାତ୍ରଛାତ୍ରୀଙ୍କର ଶିକ୍ଷା ଅନୁଷ୍ଠାନ ଖୋଲାଯାଇଛି। ପୁଣି ପାଠପଢ଼ାରେ ମନ ନିବେଶ କରିବେ ଆମ ରାଜ୍ୟର ଛାତ୍ରଛାତ୍ରୀ । ଏହି କମ୍ରରେ ଆସନ୍ତା ୧୪ ତାରିଖପରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଖୋଲାଯିବା ନେଇ ନିଷ୍ପତ୍ତି ମଧ୍ୟ ନିଆଯାଇଛି।

ରାଜ୍ୟରେ କରୋନା ସଂକ୍ରମଣର ପ୍ରକୋପ ହ୍ରାସ ପାଇବା ପରେ , ଗତ ୭ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ କରାଯାଇଛି। ଏଥିନେଇ ବିଦ୍ୟାଳୟ ଓ କଲେଜଗୁଡ଼ିକୁ ସାନିଟାଇଜ୍‌ କରାଯଯାଇଛି।

ଅନ୍ୟପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ବିଦ୍ୟାଳୟ ଖୋଲିବା ପରେ ମଧ୍ୟ ଯଦି କିଛି ଅସୁବିଧା ଦେଖାଦିଏ ତାହେଲେ ନିୟମ ଅନୁଯାୟୀ କାର୍ଯ୍ୟ କରାଯିବ । ଯେହେତୁ ଛୋଟ ପିଲାଙ୍କୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ବେପାର ତେଣୁ ଏ କ୍ଷେତ୍ରରେ ଅଭିଭାବକମାନଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯଦି ପିଲାଙ୍କଠାରେ କିଛି ଲକ୍ଷଣ ପ୍ରକାଶ ପାଉଛି ତେବେ ସେମାନଙ୍କୁ ବିଦ୍ୟାଳୟକୁ ଛାଡିବେ ନାହିଁ। ଶିକ୍ଷକମାନେ ବି ସାମାଜିକ ଦୂରତା ସହ ସଫାସୁତୁରା ରହିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *