ସଂସ୍କାର : ଭୁବନେଶ୍ୱରର ଆଗଧାଡ଼ିର ମଡେଲ ତଥା ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି। ସୌମ୍ୟଙ୍କର ଆତ୍ମହତ୍ୟା ପରେ ତାଙ୍କ ଗାର୍ଲଫ୍ରେଣ୍ଡ ସୋନାଲିଙ୍କର ପିଶାଚୀ ରୂପ ଖୋଲିବାରେ ଲାଗିଛି। ନିକଟରେ ସୌମ୍ୟ ଆଉ ସୋନାଲିଙ୍କର ଶେଷ କଲ୍ ରେକଡ଼ିଂ ଭାଇରାଲ ହୋଇଥିବା ବେଳେ, ବର୍ତ୍ତମାନ ସୌମ୍ୟଙ୍କର ମାଆ ସୋନାଲିକୁ ନେଇ ଦେଇଥିବା ବୟାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି।
ସୌମ୍ୟଙ୍କ ମୃତ୍ୟୁକୁ ବର୍ତ୍ତମାନ ଏକ ସପ୍ତାହରୁ ଅଧିକ ସମୟ ବିତିଯାଇଛି। ସୁଇସାଇଡ୍ ନୋଟରେ ସୌମ୍ୟ ତାଙ୍କର ପ୍ରେମିକା ସୋନାଲିଙ୍କ ନାମ ଉଲ୍ଲେଖ କରିଛନ୍ତି। ସେ ସୁଇସାଇଡ୍ କରିବା ପଛରେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କର ହାତ ରହିଛି ବୋଲି ଆତ୍ମହତ୍ୟା ପୂର୍ବରୁ ସଫା ସଫା ସୁଇସାଇଡ ନୋଟରେ ଉଲେଖ୍ୟ କରିଥିଲେ ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀ। ତେବେ ଦୋଷୀକୁ କଠୋର ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି ସୌମ୍ୟଙ୍କ ପରିବାରବର୍ଗ।
ତେବେ ଏହାରି ମଧ୍ୟରେ ସୌମ୍ୟଙ୍କ ମାଆଙ୍କର ବୟାନ ସାମ୍ନାକୁ ଆସିଛି। ସୌମ୍ୟଙ୍କର ମାଆ କହିଛନ୍ତି ଯେ, ସୌମ୍ୟ-ସୋନାଲିଙ୍କ ଭଲ ପାଇବା ବିଷୟରେ ବହୁତ କଥା ମୁଁ ଆଗରୁ ଜାଣିନଥିଲି । ସୋନାଲିକୁ ଭୁଲିଯିବା ପାଇଁ ମୁଁ ସୌମ୍ୟକୁ କହିଥିଲି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୋନାଲିଙ୍କ ମାଆଙ୍କ ସହିତ ମୁଁ କଥା ହେଉଥିଲି। ସେ ମୋତେ ଉତ୍ସବ ଦିନରେ ଉଇସ୍ ଜଣାନ୍ତି। କିନ୍ତୁ ସେମାନେ ଏମିତି ବିବାଦୀୟ ହୋଇ ସାରିଲେଣି ବୋଲି ମୁଁ ଜାଣି ନ ଥିଲି। ତାଙ୍କ ମାଆ ଯଦି ମୋତେ ଏ ବିଷୟରେ ପୂର୍ବରୁ ଅବଗତ କରିଥାନ୍ତେ ତେବେ ହୁଏତ ଆଜି ଏ ଦିନ ଦେଖିବାକୁ ପଡ଼ିନଥାନ୍ତା ।
ସୌମ୍ୟଙ୍କର ମାଆ ଆହୁରି ବି କହିଛନ୍ତି , ମୋ ସହିତ ସେ ଅନେକ ବିଷୟରେ କଥା ହେଉଥିଲେ ହେଁ ସୌମ୍ୟ-ସୋନାଲିଙ୍କ ବିଷୟରେ କିଛି କହିନଥିଲେ । ସୌମ୍ୟ ଆତ୍ମହତ୍ୟା ପୂର୍ବରୁ ସୋନାଲିଙ୍କୁ ମୁଁ ଯାଉଛି ବୋଲି ମେସେଜ୍ କରିଥିଲା । ସେତେବେଳେ ମଧ୍ୟ ସୋନାଲି ଆମକୁ କିଛି ଜଣାନଥିଲେ ।
ତେବେ ମୋ ପୁଅ ବୟସର ସମସ୍ତ ପୁଅମାନଙ୍କୁ ମୁଁ ଅନୁରୋଧ କରୁଛି, ଭଲ ପାଇବା ପୂର୍ବରୁ ପ୍ରଥମେ ଝିଅକୁ ପରଖନ୍ତୁ । ସୋନାଲି ଗୋଟେ ମାୟାବିନୀ, ତା’ ଠାରୁ ସମସ୍ତେ ଦୂରେଇ ରୁହନ୍ତୁ । ସେ ସୌମ୍ୟ ସହିତ ଭଲପାଇବା ନାଟକ କରି ଅନ୍ୟ ପୁଅଙ୍କ ସହିତ ସମ୍ପର୍କ ରଖୁଥିଲେ, ତେଣୁ ସୌମ୍ୟ ଏହା ସହ୍ୟ କରିନପାରି ଆତ୍ମହତ୍ୟା କରିଦେଲା ।
ସେ ସାରସ୍ୱତକୁ ବି ଗୁରୁଜ୍ଞାନ ଦେଇଛନ୍ତି। ସେ ଗଣମାଧ୍ୟମ ଜରିଆରେ ସାରସ୍ୱତକୁ କହିଛନ୍ତି ଯେ, ବାପ , ତୁମେ ମୋର ପୁଅ ଭଳି। ମୁଁ ଜାଣିଛି ତମେ ଜଣେ ଭଲ ପିଲା। ମୋର ଅନୁରୋଧ ତମେ ଏହି ମାୟାବିନୀ ସୋନାଲି ପ୍ରେମରେ ପଡନି। ତାହା ଠାରୁ ଦୂରେଇ ରୁହ।
ଦେଖନ୍ତୁ ଭିଡ଼ିଓ :