ସଂସ୍କାର : ପ୍ରେମିକାକୁ ଲାଇଭ୍ ଭିଡ଼ିଓ କଲରେ ରଖି ପ୍ରେମିକ କଲା ଆତ୍ମହତ୍ୟା। ଦୁହିଁଙ୍କ ମଧ୍ୟରେ ଭଲ କଥା ଚାଲିଥିଲା। କିନ୍ତୁ ଏମିତି କଣ ହେଲା ଯେ ପ୍ରେମିକାକୁ କଲରେ ଲାଇଭ୍ ରଖି ପ୍ରେମିକ କଲା ଆତ୍ମହତ୍ୟା। ତାହାର କାରଣ ଏଜାଵତ ସ୍ପଷ୍ଟ ହୋଇନାହିଁ। ତେବେ ପ୍ରେମିକର୍ ଏଭଳି କାର୍ଯ୍ୟ ଦେଖି ଅବାକ ହୋଇଗଲା ପ୍ରେମିକା। ଆଉ କଲ କାଟି ଦେଲା।
ତେବେ ପୁରୀ ଜିଲ୍ଲାର କାକଟପୁର ଅଞ୍ଚଳରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। କାକଟପୁରର ଚନ୍ଦନ ବଜାରରେ ରହିଥିବା ” ଟୁଇଲସ୍ ” ଲୁଗା ଦୋକାନରେ କାମ କରୁଥିବା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଲୁଗା ଦୋକାନର ଉପର ଘରେ ଆତ୍ମହତ୍ୟା କରିଛି ଯୁବକ ଜଣକ।
ଯୁବକ ଜଣଙ୍କ ନାଁ ପ୍ରତେୟ ଜେନା । ଆଉ ଯୁବକଙ୍କର ଘର ଜଗତସିଂହପୁର ଅଞ୍ଚଳରେ ହୋଇଥିବା ବେଳେ ସେ ଏହି ଟୁଇଲସ୍ ଲୁଗା ଦୋକାନରେ ସେଲ୍ସମ୍ୟାନ ଭାବରେ କାମ କରୁଥିବା ଜଣାପଡିଛି। ତେବେ ଆତ୍ମହତ୍ୟା ପୂର୍ବରୁ ପ୍ରେମିକାଙ୍କୁ କାହିଁକି ଭିଡିଓ କଲ କରିଥିଲେ ତାହା ଜଣା ପଡିନାହିଁ। ଭିଡିଓ କଲରେ ନିଆଯାଇଥିବା ସ୍କ୍ରିନଶଟ୍ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । କାକଟପୁର ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମାମଲାର ତଦନ୍ତ କରାଯାଉଛି ।
ତେବେ ପ୍ରତେୟଙ୍କର ମୃତ୍ୟୁ ଦେହ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି। ତେବେ ଯୁବକଙ୍କ ନିକଟରେ କେବେ ଆତ୍ମହତ୍ୟା ପ୍ରବୁର୍ତି ନ ଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା।