ଛୁଆଁ ଜନ୍ମ କଲେ ଦେଶର ଏହି କମ୍ପାନୀ ଦେଉଛି ବର୍ଷକର ଛୁଟି ସାଙ୍ଗକୁ ୧୧.୫୦ ଲକ୍ଷ ଟଙ୍କା ବୋନସ୍, ପଢ଼ନ୍ତୁ ରିପୋର୍ଟ…

ସଂସ୍କାର : ଛୁଆଁ ଜନ୍ମକଲେ ମିଳିବ ପ୍ରଯ୍ୟାପ୍ତ ଟଙ୍କା । ଛୁଆଁ ଜନ୍ମକଲେ କମ୍ପାନୀ ଦେବ ବୋନସ୍ ଆକାରରେ ଲକ୍ଷ ଲକ୍ଷ ଟଙ୍କା। ଏମିତି ଏକ ଆଶ୍ଚର୍ଯ୍ୟକର ଘୋଷଣା କରିଛି ଚୀନର ଗୋଟିଏ କମ୍ପାନୀ। ନିଜ ଦେଶରେ ଜନସଂଖ୍ୟା ବୃଦ୍ଧି ହେତୁ ଚୀନ୍ ସବୁବେଳେ ଅସୁବିଧାରେ ପଡୁଥିଲା, ବର୍ତ୍ତମାନ ତିନୋଟି ପିଲା ଜନ୍ମ କଲେ ଚୀନରେ ଛୁଟି ଆଉ ଲକ୍ଷାଧିକ ଟଙ୍କା ବୋନସ୍ ଆକାରରେ ମିଳିବ। କେବଳ ଏତିକି ନୁହେଁ, ଚାଇନା, ଦୁନିଆର ଏକ ନମ୍ବର ଦେଶ ବର୍ତ୍ତମାନ ସନ୍ତାନ ପ୍ରସବ ପାଇଁ ସେଠାକାର ଲୋକଙ୍କୁ ପ୍ରବତାଉଛି।

ବାସ୍ତବରେ, ଜନସଂଖ୍ୟା ବୃଦ୍ଧି ହେତୁ ଚୀନ୍ ଦୀର୍ଘ ଦିନ ଧରି ଅସୁବିଧାରେ ରହିଛି, ଯେଉଁ କାରଣରୁ ଚାଇନା ନିଜ ଦେଶରେ ଗୋଟିଏ “ଶିଶୁ ଆଇନ ” ଆପଣେଇଛି। ଯେଉଁଥିପାଇଁ ବର୍ତ୍ତମାନ ଚୀନ୍ ଏହାର ମୋଟ ଜନସଂଖ୍ୟାରେ ବୟସ୍କ ବ୍ୟକ୍ତିଙ୍କ ଅତ୍ୟଧିକ ମାତ୍ରାରେ ଦେଖୁଛି, ଏହାକୁ ଦୃଷ୍ଟିରେ ରଖି ଚୀନ୍ ପୁଣି ଥରେ ଦୁଇରୁ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁମତି ଦେଇଛି, ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସେଠାରେ ଥିବା କମ୍ପାନୀଗୁଡିକ ମଧ୍ୟ ସେମାନଙ୍କ କର୍ମଚାରୀମାନଙ୍କୁ ପିଲା ଜନ୍ମକଲେ ବୋନସ୍ ଦେଉଛନ୍ତି। ବୋନସ୍ ଆକାରରେ ପ୍ରାୟ ୧୧.୫୦ ଲକ୍ଷ ଟଙ୍କା ଆଉ ଏକ ବର୍ଷ ଛୁଟି ପ୍ରଦାନ କରୁଛନ୍ତି।

ଗତବର୍ଷ ଅଗଷ୍ଟ ମାସରେ ଜନସଂଖ୍ୟା ଏବଂ ପରିବାର ଯୋଜନା ଆଇନ ପ୍ରଣୟନ ହେବା ପରେ ଚାଇନାରେ ୨୦ ରୁ ଅଧିକ ପ୍ରାଦେଶିକ ସ୍ତରୀୟ କ୍ଷେତ୍ରରେ ଶିଶୁ ଜନ୍ମ ନିୟମ ସହ ଜଡ଼ିତ ନିୟମରେ ସଂଶୋଧନ ଅଣାଯାଇଛି । ଟାଇମ୍ସ ଅଫ୍ ଇସ୍ରାଏଲରେ ପ୍ରକାଶିତ ଏକ ବ୍ଲଗରେ ରାଜନୈତିକ ଏବଂ ବୈଦେଶିକ ବ୍ୟାପାର ଅଧ୍ୟକ୍ଷ ଫାବିଆନ୍ ବୋସାର୍ଟ କହିଛନ୍ତି ଯେ, ଚାଇନାରେ ପ୍ରୋତ୍ସାହନ ରୂପରେ ଶିଶୁ ବୋନସ୍, ଅଧିକ ବେତନ ପ୍ରାପ୍ତ ଛୁଟି, ଟିକସ ହ୍ରାସ ଏବଂ ଶିଶୁଙ୍କ ପ୍ରତିପୋଷଣ ପାଇଁ ସବସିଡି ପ୍ରଦାନ କରିବା ନେଇ ଘୋଷଣା କରିଛି ।

ଏଥି ସହିତ, ବେଜିଂ ଡାବିନୋଙ୍ଗ ଟେକ୍ନୋଲୋଜି ଗ୍ରୁପ୍ ନିଜର କର୍ମଚାରୀଙ୍କୁ ତୃତୀୟ ଶିଶୁ ଜନ୍ମ କଲେ ଏକ ବର୍ଷ ପର୍ଯ୍ୟନ୍ତ ଛୁଟି ଏବଂ ୯୦,୦୦୦ ୟୁଆନ୍ ନଗଦ ଅର୍ଥାତ୍ କର୍ମଚାରୀମାନଙ୍କୁ ୧୧.୫୦ ଲକ୍ଷ ବୋନସ୍ ପ୍ରଦାନ କରୁଛି । ଯଦି କର୍ମଚାରୀ ମହିଳା, ତେବେ ତାଙ୍କୁ ୧୨ ମାସର ମାତୃତ୍ୱ ଛୁଟି ଏବଂ ପୁରୁଷଙ୍କୁ ପାଇଁ ୯ ଦିନର ପାର୍ଟନାଲ୍ ଛୁଟି ମିଳିବ ବୋଲି ଘୋଷଣା କରିଛି କମ୍ପାନୀ ।

Leave a Reply

Your email address will not be published. Required fields are marked *