ବିବାହର ପ୍ରତିଶ୍ରୁତି ଦେଇ ରଖିଲେ ଶାରୀରିକ ସମ୍ପର୍କ , ଅଶୀଳ ଭିଡ଼ିଓ ଉତ୍ତୋଳନ କରି ହତ୍ୟା କରିବାକୁ ଯୁବତୀଙ୍କୁ ମିଳିଛି ଧମକ, ଦେଖନ୍ତୁ କଣ କହୁଛନ୍ତି ଯୁବତୀ…

ସଂସ୍କାର : ପ୍ରେମରେ ପତାରଣା। ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ଆସିଛି ଏହିଭଳି ଏକ ସାଂଘାତିକ ଘଟଣା। ପ୍ରଥମେ ଯୁବତୀଙ୍କୁ ପ୍ରେମ , ତାପରେ ଯୁବତୀଙ୍କର ଅନିଚ୍ଛା ସତ୍ୱେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଭିଡ଼ିଓ ଉତ୍ତୋଳନ କରିଛି ଜଣେ ଯୁବକ। ଲଭ, ସେକ୍ସ ଆଉ ଧୋକାର ଆଉ ଏକ ମାମଲା ଦେଖିବାକୁ ମିଳିଛି ସ୍ମାର୍ଟ ସିଟିରେ।

ପ୍ରଥମେ ପ୍ରେମ ତା’ପରେ ଶାରୀରିକ ସମ୍ପର୍କ ଆଉ ପରେ ଧୋକା । ଏମିତିକି ଅଶ୍ଲୀଳ ଭିଡିଓ ଭାଇରାଲ ସହ ଜୀବନରୁ ମାରିଦେବାକୁ ଯୁବତୀଙ୍କୁ ମିଳିଛି ଧମକ। ଜଣେ ଯୁବତୀ , ଜଣେ ଯୁବକଙ୍କ ପ୍ରେମରେ ମତୁଆଲା ହୋଇଯାଇଥିଲେ। ଯୁବକ-ଯୁବତୀ ଦୁହେଁ ଦୀର୍ଘ ଅଢ଼େଇ ବର୍ଷ ଧରି ସମ୍ପର୍କରେ ରହିଥିଲେ। କିନ୍ତୁ ଯେତେବେଳେ ଯୁବତୀ ଜଣକ ଯୁବକଙ୍କ ପ୍ରକୃତ ଚେହେରା ଜାଣିବାକୁ ପାଇଥିଲେ ସେତେବେଳେକୁ ବହୁତ ଡେରି ହୋଇଯାଇଥିଲା । କାରଣ ଯୁବକ ଜଣକ ପୂର୍ବରୁ ବିବାହିତ ଥିଲେ। ଆଉ ବିବାହ କରି ତାଙ୍କର ପ୍ରଥମ ସ୍ତ୍ରୀକୁ ନୋଟରୀରେ ଛାଡପତ୍ର ଦେଇଥିଲେ। ଆଉ ଏକ ଜାଣିବା ପରେ ଯୁବତୀ ଜଣକ ଯୁବକଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥିଲେ।

ସେପଟେ ଯୁବତୀ ତାଙ୍କଠାରୁ ଦୂରେଇ ଯାଉଥିବାରୁ ଯୁବକ ଜଣକ ଏମାନଙ୍କର୍ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଭିଡ଼ିଓ ଭାଇରାଲ କରିଦେଇଥିଲେ। ଆଉ ଭିଡ଼ିଓ ଭାଇରାଲ କରି ଯୁବତୀଙ୍କୁ ବାଧ୍ୟ କରିଥିଲେ ତାଙ୍କୁ ବିବାହ କରିବା ପାଇଁ। କିନ୍ତୁ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ତେବେ ରାଜ୍ୟ ଗଣମାଧ୍ୟମ ସମୁଖରେ ଯୁବତୀ ଜଣକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସେ ଯେତେବେଳେ ଯୁବକ ଜଣକ ବିବାହିତ ବୋଲି ଜାଣିବାକୁ ପାଇଥିଲେ ସେତେବେଳେ ତାଙ୍କ ଠାରୁ ବ୍ରେକ ଅପ୍ କରିଥିଲେ, କିନ୍ତୁ ଅନ୍ୟ ପତ୍ନୀଙ୍କଠାରୁ ଛାଡ଼ପତ୍ର ନେଇ ତାଙ୍କ ସହ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଯୁବକ । ହେଲେ ତଥାପି ମଧ୍ୟ ସୁଧୁରି ନଥିଲେ ଯୁବକ ଜଣକ । ମଦ ପିଇ ତାଙ୍କୁ ବାଡ଼େଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ଯୁବତୀ ।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଯୁବକ ଜଣକ ୧ ରୁ ଅଧିକ ଝିଅଙ୍କ ସହ ସମ୍ପର୍କରେ ଥିଲେ । ତେବେ ସବୁ ସତ କଥା ଜାଣିବା ପରେ ୬ ମାସ ଧରି ସେ ଅଲଗା ରହିଥିଲେ ଏବଂ ଯେତେବେଳେ ଅଲଗା ହେବାକୁ ଚାହିଥିଲେ ସେତେବେଳେ ଯୁବତୀଙ୍କ ପରିବାର ଲୋକଙ୍କୁ ଅଶ୍ଳୀଳ ଭିଡିଓ ପଠାଇଥିଲେ ଏବଂ ଆହୁରି ଏମିତି ୧୩୨ ଜିବିର ଭିଡିଓ ଥିବାନେଇ କହିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।

ଦେଖନ୍ତୁ ଭିଡିଓ…

Leave a Reply

Your email address will not be published. Required fields are marked *