ପଞ୍ଚାୟତ ନିର୍ବାଚନ କୁ ନେଇ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ରାଜ୍ୟ ନିର୍ବାଚନ କମିଶନ, ଜାଣନ୍ତୁ କଣ ସ୍ପଷ୍ଟୀକରଣ ଦେଲେ ଏସଇସି…

ସଂସ୍କାର : ପାଖେଇ ଆସୁଛି ରାଜ୍ୟରେ ପଞ୍ଚାୟତ। ଆଉ ମାତ୍ର କିଛି ଘଂଟାର ଅପେକ୍ଷା ପରେ ଆରମ୍ଭ ହେବ ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଏହାରି ମଧ୍ୟରେ କାହିଁକି ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜ୍ୟ ନିର୍ବାଚନ କମିଶନ ? ଚିଠିରେ କଣ ଉଲ୍ଲେଖ୍ୟ ରହିଛି ? ଏମିତି ଅନେକ ପ୍ରଶ୍ନ ଆପଣଙ୍କର ମନକୁ ଆସୁଥିବ ନିଶ୍ଚିତ।

ତେବେ ଆଉ ଦିନକ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ସବୁ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି। ଶେଷରେ ଆଜି ବୈଧ ଭୋଟ୍ ସମ୍ପର୍କରେ ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଭୋଟିଂ ବେଳେ କେଉଁଭଳି ସ୍ଥିତିରେ ଭୋଟଟି ବୈଧ ଗଣନା ହେବ ସେ ନେଇ ଚିଠିରେ ଜିଲ୍ଲାପାଳମାନଙ୍କୁ ସ୍ପଷ୍ଟୀକରଣ ଦେଇଛନ୍ତି ଏସଇସି।

ଚିଠିରେ ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ, ଜଣେ ବ୍ୟକ୍ତି ବାଲାଟ୍‌ରେ ପ୍ରତିଦ୍ୱନ୍ଦିତା କରୁଥିବା ଏକାଧିକ ପ୍ରାର୍ଥୀଙ୍କ ପାଇଁ ମୋହର ବାଜିଥିଲେ ସେହି ଭୋଟ୍ ଟି ଅବୈଧ ଘୋଷଣା କରାଯିବ। ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଚିହ୍ନ ଠାରୁ ବାଲାଟ୍‌ରେ ଅଧିକ ଚିହ୍ନ ରହିଥାଏ ଏବଂ କେବଳ ପ୍ରାର୍ଥୀଙ୍କ ଚିହ୍ନ ଛାଡି ବାକି ସବୁ ଚିହ୍ନକୁ ଖାରଜ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

ଏହାଛଡା ଯଦି କେହି ଭୋଟର ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଚିହ୍ନରେ ମୋହର ମାରିଥିବେ ଏବଂ ତା ସହିତ ଭୁଲ ବଶତ ପ୍ରତିଦ୍ୱନ୍ଦିତା କରୁନଥିବା ଚିହ୍ନରେ ଯଦି ମୋହର ଲଗାଇ ଦେଇଥାନ୍ତି ତେବେ ସେ କ୍ଷେତ୍ରରେ ଭୋଟ୍ ବୈଧ ଗଣନା କରାଯାଇ ପାରିବ ବୋଲି ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଚିଠିରେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *