ଚାକିରି ଦେବେ କହି ଡାକିଲେ, ଗ୍ୟାଙ୍ଗରେପ୍ କରି ଛାତରୁ ତଳକୁ ଫିଙ୍ଗିଲେ ଯୁବତୀଙ୍କୁ, ଆଉ ତା ପରେ ଯାହା ହେଲା, ପଢ଼ନ୍ତୁ….

ସଂସ୍କାର : ଚାକିରି ଦେବା ବାହାନାରେ ଯୁବତୀଙ୍କୁ ହେଲା ଗଣଦୁଷ୍କର୍ମ। ଜଣଙ୍କ ପରେ ଜଣେ ଏମିତି ୪ ଜଣ ମିଶି ୨୫ ବର୍ଷୀୟ ଯୁବତୀଙ୍କୁ କଲେ ଗଣଦୁଷ୍କର୍ମ। ଏହି ଘଟଣା ବର୍ତ୍ତମାନ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏହି ଘଟଣା ଘଟିଛି ରାଜସ୍ଥାନର ଚୁରରେ।

ଚାକିରି ପାଇବା ପାଇଁ ସାକ୍ଷାତକରିବାକୁ ଦିଲ୍ଲୀରୁ ରାଜସ୍ଥାନ ଆସିଥିବା ଜଣେ ଯୁବତୀଙ୍କୁ ହୋଇଛି ଗଣଦୁଷ୍କର୍ମ। ରାଜସ୍ଥାନର ଚୁର ଅଞ୍ଚଳରେ ଘଟିଛି ଏହି ସମ୍ବେଦନଶୀଳ ଘଟଣା। ଖାଲି ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଛି ସେତିକି ନୁହଁ, ବଳତ୍କାର କରିବା ପରେ ତାଙ୍କୁ ଛାତରୁ ତଳକୁ ବି ଫିଙ୍ଗାଯାଇଛି। କିନ୍ତୁ ଗୁରୁତର ଅବସ୍ଥାରେ ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛି।

ଏ ଘଟଣା ସମ୍ପର୍କରେ ରାଜସ୍ଥାନ ପୋଲିସ କହିଛି ଯେ ଏହି ଘଟଣା ଶୁକ୍ରବାର ଦିନ ଚୁରୁ ରେଳ ଷ୍ଟେସନ ନିକଟରେ ଘଟିଛି। ପୀଡିତା ଜଣକ ଶୁକ୍ରବାର ଦିନ ନୂଆଦିଲ୍ଲୀରୁ ଚୁରୁ ଆସିଥିବା ବେଳେ ଚାରିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ତାଙ୍କୁ ଚାକିରି ଦେବାକୁ କହିଥିଲେ। ଆଉ ଚାକିରି ଦେବା ବାହାନା ଗୋଟିଏ ହୋଟେଲକୁ ଯୁବତୀଙ୍କୁ ଆଣି ଏହି ଅଭିଯୁକ୍ତମାନେ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଆଉ ଦୁଷ୍କର୍ମ କରିବା ପରେ ରସି ସାହାଯ୍ୟରେ ତାଙ୍କୁ ବାଲକୋନିରୁ ତଳକୁ ଫିଙ୍ଗି ଦେଇଛନ୍ତି।

ପୋଲିସ ପୀଡିତାଙ୍କ ଅଭିଯୋଗକୁ ଦର୍ଶାଇ ଗଣମାଧ୍ୟମକୁ କହିଛି ଯେ, ଯୁବତୀ ଚୁରୁରେ ପହଞ୍ଚିବା ପରେ ଚାରିଜଣ ତାଙ୍କୁ ଏକ ହୋଟେଲକୁ ନେଇ ଯାଇଥିଲେ ଯେଉଁଠାରେ ଦେବେନ୍ଦ୍ର ସିଂ ଏବଂ ବିକ୍ରମ ସିଂ ତାଙ୍କୁ ମିଳିତ ଭାବରେ ବଳତ୍କାର କରିଥିଲେ। ପୋଲିସ କହିଛି ଯେ ଯୁବତୀଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତ ଜଣକ ଦଉଡିରେ ବାନ୍ଧି ହୋଟେଲର ପ୍ରଥମ ମହଲା କୋଠରୀରୁ ବାହାରକୁ ଫିଙ୍ଗି ଦେଇଥିଲା। ଡିଏସପି ମମତା ସରସ୍ୱତ କହିଛନ୍ତି ଯେ ଯୁବତୀଙ୍କର ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ଓ ମାଡ ମାରିବା ମାମଲା ରୁଜୁ ହୋଇଛି।

ଅନ୍ୟ ଦୁଇ ଅଭିଯୁକ୍ତଙ୍କ ନାମ ଭବାନୀ ସିଂ ଏବଂ ସୁନୀଲ ରାଜପୁତ ବୋଲି ଜଣାପଡିଛି। ସମସ୍ତଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଥିବା ପୋଲିସ କହିଛି।

Leave a Reply

Your email address will not be published. Required fields are marked *