ଝିଅ ପାଇଁ ବାପା ମଧ୍ୟ କଟିଲା ମୁଣ୍ଡ, ପଢ଼ନ୍ତୁ ଏହି ଆଶ୍ଚର୍ଯ୍ୟ ଘଟଣା , କଣ ରହିଛି ଏହି ଭାଇରାଲ୍ ଫୋଟର ରହସ୍ୟ..

ସଂସ୍କାର : ନିକଟରେ ଜଣେ ପିତା ଏବଂ ତାଙ୍କ ଝିଅର ଏକ ଫୋଟ ଭାଇରାଲ ହେବାରେ ଲାଗିଛି। ଫୋଟଟି ଦୂରରୁ ଦେଖିଲେ ଏହା ଜଣାପଡୁଛି ଯେ ବୋଧହୁଏ ଉଭୟ ଗୋଟିଏ ପ୍ରକାରର ଚୁଟି କାଟିଛନ୍ତି। ଆଉ ସେମାନଙ୍କର ଏହି ହେୟାର ଷ୍ଟାଇଲକୁ ଲୋକଙ୍କୁ ଦେଖାଉଛନ୍ତି। କିନ୍ତୁ ଏହି ଦୁଇଙ୍କର ହେୟାର ଷ୍ଟାଇଲ ବିଷୟରେ ଜାଣିଲେ ଭାବପ୍ରବଣ ହୋଇଯିବେ ଆପଣ। ଆପଣଙ୍କ ଆଖିରୁ ବି ଲୁହ ଆସିଯିବ। ଏହି ହେୟାର ଷ୍ଟାଇଲ ପଛର ବାସ୍ତବ ସତ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି କୁନି ଝିଅଟିର ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି। ଝିଅର ମସ୍ତିଷ୍କ ଅସ୍ତ୍ରୋପଚାର କରାଯିବା ପରେ ତାର ମୁଣ୍ଡକୁ ସିଲେଇ କରାଯାଇଛି।

ଆଉ ଝିଅକୁ ଖୁସିରେ ରଖିବା ପାଇଁ ମଧ୍ୟ ବାପା , ନିଜର ମୁଣ୍ଡର କେଶକୁ ଝିଅର ଅସ୍ତ୍ରୋପଚାର ସିଲେଇ ପରି କାଟିଲେ। ଆଉ ବର୍ତ୍ତମାନ ଏହି ବାପା-ଝିଅଙ୍କର ଏହି ଫୋଟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ବାସ୍ତବରେ, ଏହି ଭାବପ୍ରବଣ ଚିତ୍ରକୁ ସୋସିଆଲ୍ ମିଡିଆରେ ଅନେକ ଥର ସେୟାର କରାଯାଇଛି। ଲୋକମାନେ ବି ଏହି ଫୋଟକୁ ଦେଖି କମେଣ୍ଟ ବକ୍ସରେ ଅନେକ ଭଲ ଭଲ କମେଣ୍ଟ ପ୍ରଦାନ କରୁଛନ୍ତି। ଏହି ଛବି ଶେୟାର୍ କରି, TheFigen ନାମକ ଏକ ଟୁଇଟର ବ୍ୟବହାରକାରୀ ଲେଖିଛନ୍ତି ଯେ, ‘ଛୋଟ ଝିଅର ମସ୍ତିଷ୍କ ସର୍ଜରୀ ହୋଇଥିଲା ଏବଂ ତାଙ୍କ ବାପା ତାଙ୍କ ଝିଅର ମୁଣ୍ଡ ଭଳି ଦେଖାଯାଉଥିବା ମୁଣ୍ଡର କେଶକୁ କାଟିଛନ୍ତି। ଏହା ଦେଖି ମୋ ଆଖିରେ ଲୁହ ଆସିଗଲା”।

ତେବେ ଏହି ଫୋଟ କେଉଁଠାର ଏବଂ କେବେ ନିଆଯାଇଛି ତାହା ନିଶ୍ଚିତ ହୋଇନାହିଁ। କିନ୍ତୁ ରିପୋର୍ଟରେ କୁହାଯାଇଛି ଯେ ଏହି ବ୍ୟକ୍ତି ଜଣକ ତାଙ୍କ ଝିଅର ସାହସ ବଢାଇବା ନିଜର କେଶକୁ ଏହିଭଳି କାଟିଛନ୍ତି। ଏହି ଫୋଟ ଲୋକମାନେ ଦେଖିବା ପରେ ବ୍ୟକ୍ତିଙ୍କୁ ପ୍ରଶଂସା କରୁଥିବାବେଳେ ଅନେକ ଲୋକ ଭାବପ୍ରବଣ ହୋଇଛନ୍ତି।

Leave a Reply

Your email address will not be published. Required fields are marked *