ପ୍ରସ୍ତୁତ ହେଲା ପ୍ରଥମ କରୋନା ଟିକା : ଜୁଲାଇ ମାସରୁ ଆରମ୍ଭ ହେବ କ୍ଲିନିକାଲ୍ ଟ୍ରାଏଲ୍

କରୋନାର ମହାସଙ୍କଟ ସମୟରେ ସାରା ଦେଶ ତଥା ବିଶ୍ଵ ପାଇଁ ଏକ ବଡ଼ ଖୁସି ଖବର । ଭାରତ ବାୟୋଟେକର କୋଭିଡ଼-୧୯ ଟିକାକୁ ମାନବ ପରୀକ୍ଷା ପାଇଁ ଅନୁମୋଦନ ମିଳିଯାଇଛି । ୧.୩ ବିଲିୟନରୁ ଅଧିକ ଜନବହୁଳ ରାଷ୍ଟ୍ରରେ ସରକାରଙ୍କ ଡ୍ରଗ୍ ରେଗୁଲେଟରରୁ ଗ୍ରୀନ ସିଗିନାଲ ପାଇବା ପାଇଁ ଆମ ଦେଶ ଭାରତ ପ୍ରଥମ ଘରୋଇ ପ୍ରାର୍ଥୀ ରୂପେ ବିବେଚିତ ହୋଇପାରିଛି । ଏହି ଟିକାର ନାମ ‘କୋଭାକ୍ସିନ’ ଯାହାକୁ ଆସନ୍ତା ଜୁଲାଇ ମାସରେ ଦେଶବ୍ୟାପୀ କ୍ଲିନିକାଲ୍ ଟ୍ରାଏଲ କରାଯିବ ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ସହିତ ବିକଶିତ ହୋଇଥିବା କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ କରିବା ପାଇଁ କମ୍ପାନୀର ଆବେଦନକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ମଞ୍ଜୁର କରିଛି ବୋଲି କମ୍ପାନୀ ସୋମବାର ଦିନ ଏକ ବିବୃତ୍ତିରେ କହିଛି । ତେବେ ସଂପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ଭାରତ ବାୟୋଟେକ୍ ଏହି ଟିକା ପ୍ରସ୍ତୁତ କରିଛି ।

ଏଠାରେ ସୂଚନା ଥାଉ ଯେ କରୋନା ଟିକା ବାହାର କରିବା ପାଇଁ ବିଶ୍ୱର ବହୁ ଆଗ ଧାଡ଼ିର ଫାର୍ମା କମ୍ପାନୀମାନେ ପ୍ରୟାସ ଜାରି ରଖିଥିବାବେଳେ ଏଯାଏଁ କେହି ସଫଳତା ପାଇ ପାରିନାହାନ୍ତି । ତେବେ ଚାଇନା ମିଲିଟାରୀ ଗବେଷଣା ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରୋନା ଟିକା ପ୍ରୟୋଗ ଲାଗି ଗ୍ରୀନ ସିଗନାଲ ପାଇଛି । ଏହାଛଡ଼ା ରେମଡେସିଭିର ଔଷଧ କରୋନାରେ ଗୁରୁତର ଭାବରେ ଆକ୍ରାନ୍ତଙ୍କ ପାଇଁ ଫଳପ୍ରଦ ହେଉଥିବା ଆମେରିକାର ଏକ ଫାର୍ମା କମ୍ପାନୀ ପକ୍ଷରୁ କୁହାଯାଇଛି ।

ଦେଶର ଫେଡେରାଲ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମୋଟ ମାମଲାରେ ଆମେରିକା, ବ୍ରାଜିଲ ଏବଂ ରୁଷକୁ ପଛରେ ପକାଇ କେବଳ ଭାରତ ସୋମବାର ଦିନ ପ୍ରାୟ ୨୦,୦୦୦ ନୂଆ କରୋନା ମାମଲା ରିପୋର୍ଟ କରିଛି । ଭାରତରେ ଜାନୁୟାରୀ ମାସରେ ଚିହ୍ନଟ ହୋଇଥିବା ପ୍ରଥମ ରୋଗ ପରଠାରୁ ଏଯାବତ୍ ୧୬,୦୦୦ ରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇ ସାରିଲେଣି । ବିଶେଷଜ୍ଞମାନଙ୍କ ଆଶଙ୍କା ଯେ ଯଦି ଏହା ଅବ୍ୟାହତ ରୁହେ ତେବେ ଜନବହୁଳ ଦେଶରେ ଥିବା ହସ୍ପିଟାଲଗୁଡ଼ିକ ସଂଖ୍ୟା ବୃଦ୍ଧି ସତ୍ତ୍ୱେ ମୁକାବିଲା ଅସମର୍ଥ ପାଲଟିଯିବ ।

Leave a Reply

Your email address will not be published. Required fields are marked *