ସଂସ୍କାର : ତୁର୍କୀର ଇସ୍ତାନବୁଲର ଏକ କୋର୍ଟ ୧୦ ଟି ଭିନ୍ନ ଭିନ୍ନ ଅପରାଧରେ ମୁସଲମାନ ଦଳର ନେତା ଅଦନନ୍ ଅକ୍ଟୋରଙ୍କୁ ୧୦୭୫ ବର୍ଷର କାରଦଣ୍ଡ ଶୁଣାଇଛନ୍ତି। ୨୦୧୮ ମସିହାରେ, ଅଦନନ୍ ଅକ୍ଟୋରଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଥିଲା। ଅଦନନ୍ ଅକ୍ଟର୍ ଲୋକମାନଙ୍କୁ ଆଂଚଳିକତା ବିଷୟରେ ପ୍ରଚାର କରୁଥିଲେ, ଅଦନନ୍ ମଧ୍ୟ ପ୍ଲାଷ୍ଟିକ୍ ସର୍ଜରୀ କରାଇ ମହିଳାମାନଙ୍କ ସହିତ ଟିଭି ଶୋ’ରେ ନାଚୁଥିଲା। ସେ ମହିଳାମାନଙ୍କୁ ବିଲେଇ ବୋଲି କହୁଥିଲା।

ଡେଲି ମେଲ ରିପୋର୍ଟ ଅନୁଯାୟୀ, ଅନ୍ୟାନ୍ୟ ଅପରାଧ ମଧ୍ୟରେ ଅପରାଧୀ ଗ୍ୟାଙ୍ଗ ଗଠନ ଏବଂ ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗରେ କୋର୍ଟ ଏହି ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବର୍ତ୍ତମାନ ମହିଳାମାନେ ଖୋଲାଖୋଲି ଭାବେ କଥାବାର୍ତ୍ତା କରୁଛନ୍ତି। ଜଣେ ମହିଳା କହିଛନ୍ତି ଯେ ସେ ଯେତେବେଳେ ୧୬ ବର୍ଷ ବୟସରେ ଥିଲା ଏହି ଧର୍ମ ନେତା ତାଙ୍କ ଯୌନ ଶୋଷଣ କରିଥିଲେ।
ଏନଟିଭିର ରିପୋର୍ଟ ଅନୁଯାୟୀ, ଅଦନନ୍ ଯୌନ ଅପରାଧ, ନାବାଳିକାଙ୍କୁ ଯୌନ ଶୋଷଣ, ଠକେଇ ଏବଂ ରାଜନୈତିକ ଏବଂ ସାମରିକ ଗୁପ୍ତଚର ଭାବରେ ବେଆଇନ କାର୍ଯ୍ୟ କରୁଥିଲା। ପ୍ରାୟ ୨୩୬ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ଏହା ମଧ୍ୟରୁ ୭୮ ଜଣଙ୍କୁ ଗିରଫ କରାଯାଇଛି।

ଡିସେମ୍ବରରେ ଅକ୍ଟୋର ବିଚାରପତିଙ୍କୁ କହିଥିଲେ ଯେ ତାଙ୍କର ପ୍ରାୟ ଏକ ହଜାର ଗର୍ଲଫ୍ରେଣ୍ଡ ଅଛନ୍ତି। ଅକ୍ଟୋବରରେ ହୋଇଥିବା ଅନ୍ୟ ଏକ ଶୁଣାଣିରେ ସେ କହିଥିଲେ ଯେ ମୋର ହୃଦୟ ମହିଳାମାନଙ୍କ ପ୍ରତି ଭଲପାଇବାରେ ପରିପୂର୍ଣ୍ଣ ଥିଲା। ପ୍ରେମ ହେଉଛି ଏକ ମାନବୀୟ ଗୁଣ। ଏହା ହେଉଛି ଜଣେ ମୁସଲମାନର ଗୁଣ। ସେ ଅନ୍ୟ ଏକ ଘଟଣାରେ କହିଥିଲେ ଯେ ମୁଁ ଅସାଧାରଣର ରାଜା ଅଟେ।

ତାଙ୍କ ଘରୁ ମିଳିଥିବା ପ୍ରାୟ ୭୦ ହଜାର ଜନ୍ମ ନିୟନ୍ତ୍ରଣ ବଟିକା ବିଷୟରେ ତାଙ୍କୁ ପଚରାଯାଇଥିଲା। ଆଉ ଏହାର ଉତ୍ତରରେ ଅକ୍ଟୋର କହିଛନ୍ତି ଯେ ମହିଳାଙ୍କର ଚର୍ମରୋଗ ଏବଂ ରୁତୁସ୍ରାବର ଅନିୟମିତତା ଦୂର କରିବା ପାଇଁ ସେ ଏହି ବଟିକା ମହିଳା ଆଉ ଯୁବତୀଙ୍କୁ ଦେଉଥିଲେ।

ତେବେ ଚଳିତ ବର୍ଷ ଜାନୁଆରୀ ମାସରେ ବଳାତ୍କାର, ଶିଶୁ ନିର୍ଯାତନା, ଗୁପ୍ତଚର କାର୍ଯ୍ୟ ଏବଂ ବ୍ଲାକମେଲ ଅଭିଯୋଗରେ ଅଦନନ୍ ଅକ୍ଟୋରଙ୍କୁ ତୁର୍କୀର ଗୋଟିଏ କୋର୍ଟ ୧୦୭୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।