ସଂସ୍କାର : ଛତିଶଗଡର ଯଶପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଛତିଶଗଡର ପାଥାଲଗାଓଁ ପୋଲିସ ଷ୍ଟେସନ ଅଞ୍ଚଳର ବିଲାଏନଗର ୱାର୍ଡ ନମ୍ବର – ୧୧ ରେ ରିଜୱାନ ଖାନ ଫାଶୀ ଲଗାଇ ମୃତ୍ୟୁବରଣ କରିଛନ୍ତି। ଗତ ବୁଧବାର-ଗୁରୁବାରର ରାତିରେ ଏହି ଘଟଣା ଘଟିଛି।ଯୁବକ ଜଣକ ପାଞ୍ଚ ଭଉଣୀଙ୍କ ଏକମାତ୍ର ଭାଇ ଥିଲେ। ଘଟଣାର ସୂଚନା ପାଇବା ପରେ ପଠଲଗାଓଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ତେବେ ନିଜର ପାଞ୍ଚ ଭଉଣୀଙ୍କୁ ଆତ୍ମହତ୍ୟା କରିବା ପୂର୍ବରୁ ଭିଡ଼ିଓ କଲ କରିଥିଲେ ଏହି ଯୁବକ। ବୁଧବାର ରାତି ପ୍ରାୟ ୧୧ ଟାରେ ତାଙ୍କର ଜଣେ ଭଉଣୀକୁ ଭିଡିଓ କଲ କରିଥିଲେ। ଭିଡିଓ କଲରେ ତାଙ୍କ ଭଉଣୀକୁ କହିଥିଲେ ଯେ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି। ଏହା ଶୁଣି ଭଉଣୀମାନଙ୍କର ନିଦ ହଜିଯାଇଥିଲା। ସେମାନେ ତାଙ୍କୁ ଏହିପରି କିଛି କରିବାକୁ ବାରଣ କରିଥିଲେ।
![](https://sanskarnetwork.in/odia/wp-content/uploads/2022/02/Picsart_22-02-20_11-04-15-910-1024x614.jpg)
ପରେ ଯୁବକ ଜଣକ କହିଥିଲେ ଯେ, ସେ ସେମାନଙ୍କ ସହିତ ଥଟ୍ଟା କରୁଛନ୍ତି। ତା ପରେ ସେ କହିଥିଲେ ଯେ କିପରି ଆତ୍ମହତ୍ୟା ହୁଏ ଦେଖ। ଏମିତି କହି ସେ ଘରେ ଲାଗିଥିବା ପଙ୍ଖାରେ ରସି ଲଗାଇଥିଲେ। ଆଉ ନିଜେ ଏହି ରସି ବେକକୁ ଲଗାଇ ଠିଆ ହୋଇଥିଲେ। ଏହି ସମୟରେ ହଠାତ୍ ଚେୟାରଟି ଖସିଗଲା। ଆଉ ଭଉଣୀମାନଙ୍କ ଆଖି ଆଗରେ ହିଁ ଭାଇର ମୃତ୍ୟୁ ହୋଇଗଲା। ଏହା ଦେଖି ଭଉଣୀ ସଙ୍ଗେ ସଙ୍ଗେ ପଡ଼ୋଶୀମାନଙ୍କୁ କଲ କରିଥିଲେ। ପଡୋଶୀମାନେ ସଂଗେ ସଂଗେ ଘରର କବାଟ ଭାଙ୍ଗି ପ୍ରବେଶ କରି ଦେଖିଲେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି।
ଘଟଣାର ସୂଚନା ପାଇବା ପରେ ପଠଲଗାଓଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସର ସୂଚନାନୁସାରେ, ବୁଧବାର ରାତି ୯ ଟା ସମୟରେ ରିଜୱାନ୍ ତାଙ୍କ ପିତା ଏବଂ ଅନ୍ୟ ପରିବାର ସଦସ୍ୟଙ୍କୁ ବସଷ୍ଟପରେ ଛାଡି ଘରକୁ ଆସିଥିଲେ। ଆଉ ତାପରେ ଏହି ସବୁ ଘଟଣା ଘଟିଛି।