ଭାଇ ସହିତ ଯୁବତୀ ରଖିଥିଲା ଅନୈତିକ ସମ୍ପର୍କ, ମାଆ ମନା କରିବାରୁ ଝିଅ କଲା ଏପରି ଜଘନ୍ୟ କାଣ୍ଡ

ସଂସ୍କାର : ଭାଇ ସହିତ ପ୍ରେମ ସମ୍ପର୍କ। ହଁ କଥାଟି ଅଜବ ଲାଗୁଥିଲେ ବି ସତ। ଝିଅର ପ୍ରେମ ସମ୍ପର୍କ ବିଷୟରେ ଜାଣିପାରି ମାଆ ଏପରି କରିବା ପାଇଁ ଝିଅକୁ ବାରଣ କରିଥିଲା। କିନ୍ତୁ ଶେଷରେ ଝିଅ ପ୍ରେମ ପାଇଁ ମାଆକୁ ହତ୍ୟା କରିବାକୁ ପଛାଇଲା ନାହିଁ। ଆଉ ନିଜ ପ୍ରେମିକ ଭାଇ ସହିତ ମିଶି ନିଜର ମାଆକୁ ହତ୍ୟା କରିଦେଲା ୨୧ ବର୍ଷୀୟ ଯୁବତୀ। ଏମିତି ଏକ ଘଟଣା ଘଟିଛି କର୍ଣ୍ଣାଟକ ରାଜ୍ୟରେ।

ରାଜ୍ୟର ତୁମାକୁରୁ ଜିଲ୍ଲାର କୋରାଟେଗେର୍ ଟାଉନରେ ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି। ଆଉ ପୋଲିସ ଏହି ଘଟଣାରେ ଜଣେ ୨୧ ବର୍ଷୀୟ ଯୁବତୀ ଆଉ ଅନ୍ୟଜଣେ ୨୬ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ତେବେ ପୋଲିସ ଗଣମାଧ୍ୟମକୁ କହିଛନ୍ତି ଯେ, ଶୈଲଜା ନାମ୍ନୀ ଜଣେ ଯୁବତୀ ନିଜର ସମ୍ପର୍କୀୟ ଭାଇଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲା। ସେହି ଯୁବକଙ୍କର ନାମ ହେଉଛି ପୁନିତ୍। ତେବେ ପୁନିତର ବୟସ ୨୬ ବର୍ଷ ହୋଇଥିବା ବେଳେ, ନିଜ ମାଆକୁ ହତ୍ୟା କରିଥିବା ଶୈଲଜାର ବୟସ ମାତ୍ର ୨୧ ବର୍ଷ। ତେବେ ଶୈଲଜାର ମାଆ ସାବିତ୍ରୀ ଏମାନଙ୍କ ସମ୍ପର୍କକୁ ବିରୋଧ କରିଥିଲେ। ତେଣୁ ଯୁବତୀ ଜଣକ ନିଜ ପ୍ରେମିକ ସହିତ ମିଶି ନିଜ ମାଆର ଗଳା କାଟି ହତ୍ୟା କରିଥିଲା। ଆଉ ନିଜ ମାଆର ମର ଶରୀରକୁ ଡ୍ରେନରେ ପକାଇଦେଇଥିଲା।

ତେବେ ଜାନୁଆରୀ ୩୦ ରେ ଘଟିଥିବା ଏହି ଅଘଟଣର ସତ୍ୟତା ଗତକାଲି ସାମ୍ନାଙ୍କୁ ଆସିଥିଲା । ପ୍ରେମୀଯୁଗଳ ମିଶି ସାବିତ୍ରୀଙ୍କୁ ହତ୍ୟା କରିଥିଲେ ଏବଂ ଏହାକୁ ଏକ ଦୁର୍ଘଟଣା ପରି ଦେଖାଇବା ପାଇଁ ସେମାନେ ତାଙ୍କ ମୃତଦେହକୁ ଡ୍ରେନରେ ପକାଇ ଦେଇଥିଲେ। ଯଦିଓ ଏହି ମାମଲାଟି ଏକ ଦୁର୍ଘଟଣା ବୋଲି ଧରାଯାଉଥିଲା, କିନ୍ତୁ ଅଭିଯୁକ୍ତଙ୍କ କାର୍ଯ୍ୟକଳାପକୁ ପୋଲିସ ସନ୍ଦେହ କରିଥିଲା।ଯେତେବେଳେ ପୋଲିସ ଏହି ପ୍ରେମୀଯୁଗଳଙ୍କୁ ଧରି ଏହି ଅଘଟଣ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଲେ ସେତେବେଳେ ସେମାନେ ନିଜର ଅପରାଧ ସ୍ୱୀକାର କରିଲେ। ଆଉ ବର୍ତ୍ତମାନ ପୋଲିସ ଏମାନଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *