ନିଜର ବେକ କାଟି ପ୍ରେମିକାର ମଥାରେ ରକ୍ତ ସିନ୍ଦୁର ଦେଲା ପ୍ରେମିକ, ବର ଆଶ୍ଚର୍ଯ୍ୟ , ଆଉ ତା’ପରେ…

ସଂସ୍କାର : ଉତ୍ତରପ୍ରଦେଶର ପ୍ରତାପଗଡରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମିକ ନିଜ ପ୍ରେମିକା ବିବାହ କରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଆଉ ତାପରେ ପ୍ରେମିକାର ବିବାହ କାର୍ଯ୍ୟରେ ପ୍ରେମିକ ଜଣକ ଏପରି କିଛି କରିଛି ଯେ, ଯାହା ବର୍ତ୍ତମାନ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ବିବାହରେ ଉପସ୍ଥିତ ଥିବା ବର ଘର ସଦସ୍ୟ ସହିତ ଅନେକ ଲୋକ ଯୁବକଙ୍କ କାର୍ଯ୍ୟରେ ଆଶ୍ଚର୍ଯ୍ୟ ହୋଇଗଲେ।

ପ୍ରେମିକ ଜଣକ ଆଗପଛ କିଛି ନ ବିଚାରି ବିବାହ ମଣ୍ଡପ ଉପକୁ ଚଢ଼ିଗଲା। ଏହା ପରେ ସେ ନିଜ ପକେଟରୁ ବ୍ଲେଡ୍ ବାହାର କରି ନିଜର ହିଁ ଗଳା କାଟିଦେଲା। କେବଳ ନିଜର ଗଳା କାଟିବାରେ ସୀମିତ ରହିଲାନି ତାର କାଣ୍ଡ। ଯୁବକ ଜଣକ ନିଜର ଗାର୍ଲଫ୍ରେଣ୍ଡର ମଥାରେ ଗଳାରୁ ବାହାରୁଥିବା ରକ୍ତରେ ସିନ୍ଦୁର ପିନ୍ଧାଇଦେଲା ।

ଏହି ଘଟଣା ଦେଖି ଯୁବତୀଙ୍କୁ ବିବାହ କରିବା ପାଇଁ ମଣ୍ଡପରେ ଉପସ୍ଥିତ ଥିବା ବରବି ଆଶ୍ଚର୍ଯ୍ୟ ହୋଇଗଲେ। ଏସବୁ ଘଟଣା ଘଟିବା ମାତ୍ରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ କୌଣସି ପ୍ରକାରେ ଏହି ମାମଲାକୁ ନିୟନ୍ତ୍ରଣ କଲା ଏବଂ ଗଳା କାଟିଥିବା ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କଲା।

ତେବେ ଏହି ପୂରା ଘଟଣା ପ୍ରତାପଗଡର ଉଦୟପୁର ପୋଲିସ ଷ୍ଟେସନର ଅଟେ। ଯେଉଁଠାରେ ଦୁଇ ଭଉଣୀ ରେହୁଲାଲଗଞ୍ଜ ଗାଁର ଗୋଟିଏ ଘରେ ବିବାହ କରୁଥିଲେ। ଦୁଇ ଭଉଣୀ ଗୋଟିଏ ଘରର ହିଁ ଦୁଇ ଭାଇଙ୍କୁ ବିବାହ କରୁଥିଲେ। କୁହାଯାଉଛି ଯେ ବିବାହ କରୁଥିବା ଦୁଇ ଯୁବତୀଙ୍କ ମଧ୍ୟରୁ ଜଣଙ୍କର ପ୍ରେମିକ ବିବାହ ସ୍ଥାନରେ ପହଁଚିଥିଲେ। ଯୁବକ ଜଣକ ନିଜ ଗାର୍ଲଫ୍ରେଣ୍ଡର ବିବାହ ରୀତିନୀତି ଦେଖି ସହ୍ୟ କରିପାରିଲେ ନାହିଁ।

ଆଉ ସଂଗେ ସଂଗେ ୟୁପି ପୋଲିସକୁ ଫୋନ କରି ଘଟଣାସ୍ଥଳକୁ ଡକାଇଥିଲେ। ଆଉ ପୋଲିସ ପହଁଚୁ ପହଁଚୁ ହିଁ ଯୁବକ ନିଜର ଏହି ଅଶୋଚନୀୟ କାଣ୍ଡ ଘଟାଇଥିଲେ। ତେବେ ଯୁବକଙ୍କର ନାମ ଅଜୟ। ଆଉ ଯୁବକ ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଥିବା ୟୁପି ପୋଲିସ ସୂତ୍ରରୁ ଜଣାପଡିଛି। ତେବେ ସେହି ଯୁବତୀବି ଶେଷରେ ଗାଁ ପାଖ ମନ୍ଦିରରେ ବିବାହ କରିଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *