ମଦ୍ୟପ ହୁଅନ୍ତୁ ସାବଧାନ ! ମଦ ପିଇବା ପୂର୍ବରୁ ଥରେ ନିଶ୍ଚିତ ପଢ଼ନ୍ତୁ ଏହି ରିପୋର୍ଟ, ନ ହେଲେ ସର୍ବନାଶ ସୁନିଶ୍ଚିତ…

ସଂସ୍କାର: ଯୁଗ ବଦଳୁଛି, ମଣିଷ ବି ବଦଳୁଛି। ଯୁଗ ସହ ତାଳଦେଇ ମଣିଷ ଏବେ ବହୁଆଗରେ । ହେଲେ କଥା ହେଉଛି ଉର୍ଦ୍ଧ୍ୱଗାମୀ ତ ହେଉଛି ହେଲେ ଅର୍ଦ୍ଧ୍ୱଗାମୀ ହେଲେ କଣ କରାଯାଇପାରିବ। ବିଶେଷକରି ଆପଣ ମାନେ ଦେଖିଥିବେ ଆଜିକାଲି ଯେମିତି ଆଲକହଲ ନେବା ଟ୍ରେଣ୍ଡ ବା ଶୁଦ୍ଧ ଓଡ଼ିଆରେ କହିଲେ ମଦ ପିଇବା । କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ ଜାଣି ବି କେହି କେହି ମସ୍ତି ପାଇଁ କେହି କେହି ଷ୍ଟାଟସ ମେଣ୍ଟେନ ଉଦ୍ଦେଶ୍ୟରେ ତ କେହି କେହି ନିଜ ଅନ୍ୟାନ୍ୟ ସମସ୍ୟା ପାଇଁ ବି ପିଇଥାନ୍ତି ।

ଏମିତି ବି ରହିଛନ୍ତି ଯେଉଁମାନେ ସ୍ୱାଦ ନେବା ଚକରରେ ପିଇବା ଆରମ୍ଭ କରନ୍ତି ଆଉ ଛାଡିବାକୁ ଭୁଲିଯାଆନ୍ତି।ଅନେକ ସମୟରେ ଆପଣ ଦେଖିଥିବେ ଯେବେ ବି କେହି ମଦ୍ୟପାନ କରେ ଏବଂ ତାହା ଟିକେ ଅଧିକ ହୋଇଯାଇଥାଏ। ସେତେବେଳେ ଲୋକମାନେ ଶରୀରରୁ ନିୟନ୍ତ୍ରଣ ହରାଇଥାନ୍ତି। ପରେ ପରେ କଥା ହେବାରେ ଅସୁବିଧାର ମଧ୍ୟ ସମ୍ମୁଖୀନ ହୁଅନ୍ତି । କିନ୍ତୁ ଏମିତି କାହିଁକି ହୁଏ ଜାଣନ୍ତି ? କେଉଁ କାରଣରୁ ଏପରି ହୋଇଥାଏ ? ତେଣୁ ଆସନ୍ତୁ ଜାଣିବା ଶରୀରରେ ମଦ୍ୟପାନ କଣ କ୍ଷତି କରିଥାଏ ? ଏବଂ କାହିଁକି ମଦ ପିଇବା ଦ୍ୱାରା ଶରୀରରେ ପରିବର୍ତ୍ତନ ଦେଖାଯାଇଥାଏ ?

ମଦ୍ୟପାନ କରିବା ପରେ ମଦ ଆମ ଶରୀରକୁ ପ୍ରଭାବିତ କରିବା ଆରମ୍ଭ କରିଥାଏ । ମଦ୍ୟପାନ ଶରୀରରେ ପ୍ରଥମେ ଗ୍ୟାଷ୍ଟ୍ରିକ ଏସିଡ ସୃଷ୍ଟି କରିଥାଏ। ଏହା ସହିତ ପେଟର ମ୍ୟୁକସ ଲାଇନରେ ସମସ୍ୟା ସୃଷ୍ଟି କରିଥାଏ। ଏହାପରେ ଅନ୍ତନଳୀକୁ ମଧ୍ୟ ଖରାପ କରିଥାଏ। ଆଉ ଶରୀରର ଏହି ସବୁ ଅଙ୍ଗ ଖରାପ ହେବା ପରେ, ଶେଷରେ ପାଳି ପଡିଥାଏ ଲିଭରର। ଆଉ ଅତ୍ୟଧିକ ହେଉ ଅବା ଅଳ୍ପ ମଦ ପିଇବା ଦ୍ୱାରା ଏହା ଖରାପ ହୋଇଥାଏ।

ଆଉ ଧିରେ ଧୀରେ ଲିଭରକୁ ଆଲକହଲ ନଷ୍ଟ କରି ଦେଇଥାଏ। କିନ୍ତୁ ଯେଉଁ ଉପାଦାନ ଗୁଡିକୁ ଏହା ନଷ୍ଟ କରିପାରିନଥାଏ ବା ଭାଙ୍ଗି ପାରିନଥାଏ ସେସବୁ ଗୁଡିକ କିଛି ମିନିଟ ମଧ୍ୟରେ ସିଧା ବ୍ରେନରେ ପହଞ୍ଚିଯାଇଥାଏ ଯାହାଫଳରେ ପ୍ୟାକର ପ୍ରଭାବ ମସ୍ତିଷ୍କରେ ହେବା ଆରମ୍ଭ କରିଥାଏ। ମଦ ଶରୀରରେ ସ୍ନାୟୁ ତନ୍ତ୍ରକୁ ବି କ୍ଷତି ପହଞ୍ଚାଇଥାଏ।

ମଦ ପିଇବା ଦ୍ୱାରା ସ୍ନାୟୁ ତନ୍ତ୍ରର କନେକସନ ବା ସଂଯୋଗ ଗୁଡିକ ଭାଙ୍ଗିବା ସହିତ କୋଷଗୁଡିକ ଅତ୍ୟନ୍ତ ଅଳସୁଆ ଭାବରେ କାମ କରନ୍ତି । ତାପରେ ମସ୍ତିଷ୍କ ପରିସ୍ଥିତିର ମୁକାବିଲା କରିପାରିନଥାଏ । ଆଲକହଲ ମସ୍ତିଷ୍କର ସେଣ୍ଟର ପାର୍ଟକୁ ଆଟାକ କରିଥାଏ । ଯାହାପରେ ବ୍ୟକ୍ତି ନିଜ ଉପରେ ଥିବା ନିୟନ୍ତ୍ରଣ ହରାଇଥାଏ ।

ମଦ୍ୟପାନ କରିବା ଦ୍ୱାରା ଯକୃତ ବହୁତ ହି ପ୍ରଭାବିତ ହୋଇଥାଏ । ତେଣୁ ଲିଭର ତାର କାମ ଠିକରେ କରିପାରେନାହିଁ । ମୂଳକଥା ହେଉଛି ଲିଭରରେ ପେନ ହୋଇନଥାଏ ତେଣୁ ପିଇବା ଲୋକକୁ ଜଣା ପଡିନଥାଏ କି କଣ ସମସ୍ୟା ଉପଜୁଛି । ଯେବେ ସେମାନେ ପରୀକ୍ଷା କରାଇବାକୁ ଡାକ୍ତରଙ୍କ ପାଖକୁ ଯାଆନ୍ତି ସେବେ ଏହା ଜମାପଡିଥାଏ କି ଲିଭର କେତେ ପ୍ରଭାବିତ ହୋଇଛି । ତେଣୁ କହିରଖୁଛୁ ଯେଉଁମାନେ ବି ଅତ୍ୟଧିକ ମଦ୍ୟପାନ କରୁଛନ୍ତି ଏପରି ପରୀକ୍ଷା କରାଇନିଅନ୍ତୁ । ଆଉ ମଦଠାରୁ ଦୂରେଇ ରୁହନ୍ତୁ।

Leave a Reply

Your email address will not be published. Required fields are marked *