ସଂସ୍କାର : ମଧ୍ୟପ୍ରଦେଶର ଉଜୈନରୁ ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଜଣେ ମାଆ ତାର ଛୋଟ ଶିଶୁକୁ ମାଡ ମାରୁଥିବାର ଦେଖା ଯାଉଛି। ମାଡ଼ ମାରିବା ପରେ ସେ ନିଜ ପିଲାକୁ ବାହାରେ ଫୋପାଡି ଦେଉଛନ୍ତି। ଉଜୈନର ବଡ଼ନାଗର ତହସିଲରୁ ଏହି ଖବର ଆସିଛି। ଆଉ ଛୋଟ ଶିଶୁର ବୟସ ଦେଢ଼ ବର୍ଷ ହେବ ବୋଲି ଜଣାପଡିଛି। ଏହି ଭିଡ଼ିଓଟି ଭାଇରାଲ ହେବା ପରେ ଚାଇଲ୍ଡ ଲାଇନ୍ ଏହି ବିଷୟରେ ଜାଣିପାରିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ନ୍ୟାସନାଲ ଚାଇଲ୍ଡ ଲାଇନର ଟୋଲ ଫ୍ରି ନମ୍ବର ୧୦୯୮ ରେ ଶିଶୁ ମାଡ ମାରିବା ବିଷୟରେ ସୂଚନା ଦିଆଯାଇଥିଲା। ଅଭିଯୋଗ ପାଇବା ପରେ ଚାଇଲ୍ଡ ଲାଇନର୍ ଗୋଟିଏ ଟିମ୍ ଫେବୃଆରୀ ୨୪ ରେ ଯାଞ୍ଚ କରିବାକୁ ସେହି ସ୍ଥାନକୁ ଯାଇଥିଲେ।
ଶିଶୁଟିର ଘରେ ପହଞ୍ଚି ପଡୋଶୀ ଲୋକଙ୍କ ସହ କଥା ହୋଇଥିଲେ ଚାଇଲ୍ଡ ଲାଇନର୍ ଟିମ୍। ଏହା ପରେ ସେମାନେ ଜାଣିବାକୁ ପାଇଲା ଯେ ମାମଲାଟି ସମ୍ପୂର୍ଣ୍ଣ ସତ୍ୟ ଅଟେ। ଏହି ପରିପ୍ରେକ୍ଷୀରେ ବଡନଗର ପୋଲିସ ଷ୍ଟେସନରେ ଶିଶୁର ମା’ଙ୍କ ବିରୋଧରେ ମାମଲା ରୁଜୁ କରିଛି ଚାଇଲ୍ଡ ଲାଇନର୍ ଟିମ୍।
ଦେଖନ୍ତୁ ଭିଡ଼ିଓ :