ସଂସ୍କାର : ରାଜ୍ୟ ରାଜଧାନୀରେ ଲଜ୍ୟା। ଅଭିନେତ୍ରୀ କରାଇବାର ଲୋଭ ଦେଖାଇ ନାବାଳିକାଙ୍କୁ ରାତି ତମାମ କଲେ ଦୁଷ୍କର୍ମ। ଅପହରଣ ସିନ୍ କହି ବାରମ୍ବାର ସାରା ରାତି ଦୁଷ୍କର୍ମ କଲା ଧର୍ଷଣକାରୀ। ଗୋଟିଏ ଆଲବମ ଗୀତରେ ହିରୋଇନ୍ ହେବାର ଲୋଭ ଦେଖାଇ ନାବାଳିକାଙ୍କୁ ଅପହରଣ କଲେ। ଆଉ ପରେ ତାଙ୍କୁ ରାତି ତମାମ ଦୁଷ୍କର୍ମ କଲେ। ଏଭଳି ଏକ ସମ୍ବେଦନଶୀଳ ଖବର ଆସିଛି ଖୋଦ ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ।
ନାବାଳିକା ଜଣଙ୍କ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ସେ ଆଲବମରେ ପାର୍ଶ୍ଵ ଅଭିନେତ୍ରୀ ଭାବରେ କାମ କରନ୍ତି । କିନ୍ତୁ, ଜଣେ ବ୍ୟକ୍ତି ତାଙ୍କୁ ଲିଡ ଅଭିନେତ୍ରୀର ଲୋଭ ଦେଖାଇ ଭୁବନେଶ୍ୱରକୁ ଡାକିଥିଲେ। ଆଉ ଏକ ଅପହରଣର ସିନ୍ ସୁଟିଂ ହେବ କହି ଭରତପୁର ଅଞ୍ଚଳରେ ତାଙ୍କୁ ସାରା ରାତି ଦୁଷ୍କର୍ମ କରିଥିଲେ।
ନାବାଳିକା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ସେ ରୁମରେ ପହଞ୍ଚିଲେ, ଠିକ ସେହି ସମୟରେ ତାଙ୍କର ହାତଗୋଡ଼ ବାନ୍ଧି ଦିଆଯାଇଥିଲା। ଆଉ ରାତି ତମାମ ତାଙ୍କ ସହିତ ଶୋଷଣ କରାଯାଇଥିଲା। ଏପରିକି ଦୁଷ୍କର୍ମ ବେଳର ଭିଡିଓ ମଧ୍ୟ କ୍ୟାମେରାରେ କଏଦ୍ କରାଯାଇଥିବା ଅଭିଯୋଗରେ କହିଛନ୍ତି ପୀଡ଼ିତା। ତେବେ ନିଜ ଉପରେ ହୋଇଥିବା ଏହି ଅଘଟଣାକୁ ନେଇ ନାବାଳିକା ଜଣକ ପ୍ରଥମେ ମହିଳା ଥାନା ଓ ପରେ ଭୁବନେଶ୍ୱରସ୍ଥିତ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ସମ୍ବେଦନଶୀଳ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଘଟଣାସ୍ଥଳକୁ ଯାଇ ଛାନଭିନ ଆରମ୍ଭ କରିଥିବା ରାଜ୍ୟ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି।