ସଂସ୍କାର: ଗତ ଦୁଇ ମାସ ହେବ ଭୁବନେଶ୍ୱରର ମଡେଲ୍ ତଥା ଯୁବ ବ୍ୟବସାୟୀ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲା ବର୍ତ୍ତମାନ ବି ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜ ପ୍ରେମିକାଙ୍କ କାରଣରୁ ସୌମ୍ୟରଞ୍ଜନ ସୁଇସାଇଡ଼ କରିଥିବା ନିଜ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି । ଗତ କିଛି ଦିନ ହେବ ଏହି ମାମଲାରେ ଅନେକ ଲୋକ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ସୌମ୍ୟ ଯେଉଁ ଝିଅ ପାଇଁ ନିଜର ଜୀବନ ହାରି ଅଛନ୍ତି ତାଙ୍କର ନାମ ହେଉଛି ସୋନାଲି ନନ୍ଦ। ସେ ଜଣେ ଗୀତିକାର।
ସୋନାଲି ନନ୍ଦଙ୍କ ଚରିତ୍ର ବିଷୟରେ ଅନେକ ଲୋକ ଭିନ୍ନ ଭିନ୍ନ କଥା କହୁଛନ୍ତି ହେଲେ ସୋନାଲି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାକୁ ନେଇ ନିଜର କୌଣସି ବୟାନ ଦେଇନାହାନ୍ତି। ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ରାଜ୍ୟ ରାଜଧାନୀରେ ଜଣେ ଯୁବତୀଙ୍କୁ ବଳାତ୍କାର କରଯାଇଛି। ତାଙ୍କୁ ସୋନାଲି ନନ୍ଦଙ୍କ ଚରିତ୍ରରେ ଅଭିନୟ କରିବାର ଳାଳସା ଦେଖାଇ ଦୁଷ୍କର୍ମ କରାଯାଇଥିବା ଜଣାପଡିଛି।
ଗୋଟିଏ ପଟେ ଅଭିନୟ ମାୟାରେ ଯୁବପିଢି ବର୍ତ୍ତମାନ ମତୁଆଲା ଥିବା ବେଳେ, ଅନ୍ୟପଟେ ଏହି ଘଟଣା ବର୍ତ୍ତମାନ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକ୍ରମ ଏହା ଯେ, ସୌମ୍ୟ ଆଉ ସୋନାଲିଙ୍କ କେସ୍ କୁ ନେଇ ଏକ କାଳ୍ପନିକ ଭିଡ଼ିଓ ସୁଟ ହେଉଥିଲା। ଆଉ ଜଣେ ନାବାଳିକାଙ୍କୁ ଏହି ଭିଡ଼ିଓର ଲିଡ଼ ରୋଲ ଦେବା ପାଇଁ କହି ଭିଡ଼ିଓ ସୁଟିଂରେ ସାମିଲ କରିଥିଲେ। କିନ୍ତୁ ଦିନରେ ସୁଟିଂ ସରିବା ପରେ ରାତିରେ ପୁଣି କିଡ୍ନାପ ସିନ୍ ସୁଟିଂ ଅଛି କହି ଦୁଷ୍କର୍ମ କରାଯାଇଥିଲା।
ଏହି ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ନାବାଳିକା। ତେବେ ବର୍ତ୍ତମାନ ନାବାଳିକା ଗଣମାଧ୍ୟମ ନିକଟରେ କହିଛନ୍ତି ଯେ, ସୋନାଲି ନନ୍ଦ ଓ ମୃତ ସୌମ୍ୟରଞ୍ଜନଙ୍କ କାହାଣୀକୁ ନେଇ ଏକ ଫିଲ୍ମ ତିଆରି ହେଉଛି। ଆଉ ତାଙ୍କୁ ସୋନାଲି ନନ୍ଦଙ୍କ ଚରିତ୍ରରେ ଅଭିନୟ କରିବାକୁ ହେବ। ଏ କଥା ଜାଣିବା ପରେ ଅଭିନୟ କରିବାକୁ ରାଜି ହୋଇଥିଲେ ନାବାଳିକା । ଭୁବନେଶ୍ଵର ଭରତପୁରରେ ଦିନରେ ହୋଇଥିଲା ସୁଟିଙ୍ଗ ଆଉ ରାତିରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା। କିଡ୍ନାପ ସିନ୍ ଅଛି କହି ଦୁର୍ବୁତ୍ତ ବିଛାଇ ଥିଲେ ଜାଲ । ନାବାଳିକାଙ୍କର ହାତ ଗୋଡ ବାନ୍ଧି ସାରା ରାତି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ନାବାଳିକା।
ଏମିତିକି ଏ କଥା କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ ଦୁର୍ବୁତ୍ତ। ନାବାଳିକାଙ୍କ କହିବା ଅନୁସାରେ, ତାଙ୍କୁ ବିଷ୍ଣୁ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ନେଇ କିଡ୍ନାପ ସିନ୍ ଅଛି ବୋଲି କହିଥିଲେ ଦୁର୍ବୁତ୍ତ। ଏହା ପରେ ସେମାନେ ନାବାଳିକାଙ୍କୁ ରୁମ ଭିତରକୁ ଆଣି ତାଙ୍କ ହାତ ଗୋଡ ବାନ୍ଧି ଥିଲେ ଓ ତାଙ୍କ ଦେହରେ ଅଠା ବୋଲି ତାଙ୍କୁ ପିଟି ଚାଲିଥିଲେ। ରାତି ସାରା ୭ ରୁ ୮ ଥର ଦୁର୍ବୁତ୍ତ ମାନେ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି ବୋଲି ପୀଡ଼ିତା ନାବାଳିକା ଅଭିଯୋଗ କରିଛନ୍ତି। ଏହି ଘଟଣା ଭୁବନେଶ୍ୱରର ଭରତପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି।