ସଂସ୍କାର : ରାଜ୍ୟରେ ଦିନକୁ ଦିନ ବଢୁଛି ଦୁଷ୍କର୍ମ ମାମଲା। କେତେବେଳେ ନାବାଳିକାଙ୍କୁ ଅଭିନେତ୍ରୀ କରାଇବା ପ୍ରଲୋଭନ ଦେଖାଇ ଦୁଷ୍କର୍ମ ହେଉଛି ତ, ଆଉ କେତେବେଳେ ମହିଳାଙ୍କର ରିଷ୍ଟ ଖଣ୍ଡନ କରିବା ବାହାନାରେ ତାଙ୍କୁ ହେଉଛି ଦୁଷ୍କର୍ମ। ଏହି ସମୟରେ ଜଣେ ବାବାଙ୍କର କଳାକାରନାମା ସାମ୍ନାକୁ ଆସିଛି। ଜଣେ ବାବା ପୂଜା କରିବା ବାହାନାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଖବର ବର୍ତ୍ତମାନ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ଏହି ସମ୍ବେଦନଶୀଳ ଘଟଣା ଘଟିଛି ଖୋଦ ରାଜ୍ୟ ରାଜଧାନୀରେ।
ଧର୍ମକୁ ପାଥେୟ କରି ଅନେକ ବାବା ଓ ସାଧୁ , ଲୋକଙ୍କ ଫାଇଦା ଉଠାଉଛନ୍ତି। କାହାଠୁ ମୋଟା ରକମର ଟଙ୍କା ଝଡାଉଛନ୍ତି ତ, ଆଉ କାହାଠୁ ଜମି ହଡ଼ପ କରୁଛନ୍ତି। ଆଉ ବର୍ତ୍ତମାନ ସାଧୁ ବେଶରେ ମହିଳାଙ୍କ ସହିତ ହୋଇଛି ଦୁଷ୍କର୍ମ। ଏହି କଥାକଥିତ ବାବା କରିଛନ୍ତି ମହିଳାଙ୍କୁ ବଳାତ୍କାର।
ପୂଜା କରିବା ବାହାନାରେ ଦୁଇ ଜଣ ବାବା ମହିଳାଙ୍କ ସହିତ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଛନ୍ତି । ମହିଳା ଜଣକ ନିଜର ଦୁଃଖ ଦୂର କରିବା ପାଇଁ ବାବାଙ୍କ ନିକଟକୁ ଯାଇଥିଲେ। କିନ୍ତୁ ବାବା ଦୁଇ ଜଣ ଦୁଃଖ ଦୂର କରିବା ପରିବର୍ତ୍ତେ , ମହିଳାଙ୍କୁ ବଳାତ୍କାର କରି ଛାଡିଦେଲେ। ଆଉ ଏକ ବର୍ଷ ହେବ ମହିଳା ଜଣକ ପୋଲିସ ଥାନାକୁ ଦୌଡୁଛନ୍ତି ନ୍ୟାୟ ପାଇଁ। ନ୍ୟାୟ ନ ମିଳିବା କାରଣରୁ ସେ ବର୍ତ୍ତମାନ ଏକ ସାମ୍ବାଦିକ ସମ୍ମିଳନୀରେ କରି ନ୍ୟାୟ ଭିକ୍ଷା କରିଛନ୍ତି। ତେବେ ଚାଲନ୍ତୁ ଦେଖିବା ମହିଳା ସାମ୍ୱାଦିକ ସମ୍ମିଳନୀରେ କଣ କହିଛନ୍ତି ନିଜ ଉପରେ ହୋଇଥିବା ଏହି ଦୁଷ୍କର୍ମ ବିଷୟରେ…
ଦେଖନ୍ତୁ ଭିଡ଼ିଓ :