୯ ମାସର ଗର୍ଭବତୀ ସ୍ତ୍ରୀକୁ କିରୋସିନ୍ ଢାଳି ଜାଲିଦେଲା ନିଜ ସ୍ୱାମୀ, ଆଉ ତାପରେ…

ସଂସ୍କାର : ପୁରୁଷପଣିଆକୁ ଲଜ୍ୟା କଲା ଭଳି ଏକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ନିଜର ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ନିଜ ସ୍ତ୍ରୀର ଗର୍ଭରେ ଥିବା ନିଜ ଛୁଆ କଥା ନ ଭାବି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ଏହି ନୃଶଂସ ସ୍ୱାମୀ ଜଣକ ନିଜ ଗର୍ଭବତୀ ସ୍ତ୍ରୀ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଛି। ଆଉ ଯାହା ଫଳରେ ସ୍ତ୍ରୀ ସହିତ ଗର୍ଭରେ ଥିବା ୯ ମାସର ଶିଶୁ ବି ପ୍ରାଣ ହରାଇଛି।

ପେଟରେ ଥିଲା ୯ ମାସର ଶିଶୁ , ଆଉ କିଛି ଦିନ ପରେ ସେ ଏହି ଦୁନିଆ ଦେଖିଥାନ୍ତା । ଆଉ ନିଜ ଛୁଆକୁ ଦେଖି ମା’ ର କୋଳ ହସି ଉଠିଥାନ୍ତା । କିନ୍ତୁ ଏହି ଖୁସି ପୂର୍ବରୁ ଘଟିଗଲା ଏହି ଅଘଟଣ। ନରହନ୍ତା ସ୍ୱାମୀ ନିଜର ଗର୍ଭବତୀ ସ୍ତ୍ରୀ ଆଉ ପେଟରେ ଥିବା ଛୁଆକୁ ଦୁନିଆକୁ ଆସିବାକୁ ଦେଲାନାହିଁ। ଏହି ୯ ମାସର ଗର୍ଭବତୀ ସ୍ତ୍ରୀକୁ ଜାଳି ମାରିଦେଇଛି ନୃଶଂସ ସ୍ୱାମୀ ।

ଏମିତି ଏକ ବିଭତ୍ସ ହତ୍ୟା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତ ବାଲିପଦା ଗ୍ରାମରେ । ଯେଉଁଠାରେ ହୃଷିକେଶ ବେହେରା ନାମକ ଜଣେ ଯୁବକ ନିଜ ଗର୍ଭବତୀ ସ୍ତ୍ରୀଙ୍କୁ କିରୋସିନ୍ ଢ଼ାଳି ହତ୍ୟା କରିଛନ୍ତି। ତେବେ ଏହି ଅଘଟଣ ଘଟିବା ପରେ ଝିଅର ବାପଘର ଲୋକେ ଘଣ୍ଟେଶ୍ୱର ଫାଣ୍ଡିରେ ଶବରଖି ଅଭିଯୁକ୍ତକୁ ଧରିବା ପାଇଁ ପୋଲିସକୁ ଦାବି ଜଣାଇଥିଲେ । ଆଉ ବଂଶଡା ଥାନା ଅଧିକାରୀ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲେ ଏବଂ ଅଭିଯୋଗର ୧୨ ଘଣ୍ଟା ନ ପୁରୁଣୁ ଅଭିଯୁକ୍ତ ସ୍ୱାମୀ ହୃଷିକେଶ ବେହେରାଙ୍କୁ ବଂଶଡା ଥାନା ଅଧିକାରୀ ମହମ୍ମଦ ହାଫିଜ ଏବଂ ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ଗିରଫ କରିଛନ୍ତି।

ଅଭିଯୁକ୍ତ ସ୍ୱାମୀର ଦୁଇହାତ ପୋଡ଼ି ଯାଇଥିବାରୁ ପୋଲିସ ମେଡିକାଲ ଚିକିତ୍ସା ପାଇଁ ମେଡିକାଲ ପଠାଇିଛି । ସେପଟେ ଏହି କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ନାହାନ୍ତି ମୃତ ଝିଅ ଘର ଲୋକେ ଅନ୍ୟ ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ତାଙ୍କ ଉପରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ମୃତ ମହିଳାଙ୍କର ପରିବାର ଲୋକେ।

Leave a Reply

Your email address will not be published. Required fields are marked *