ସଂସ୍କାର : ନିଜ ମାଆଙ୍କ ସାଙ୍ଗ ସହିତ ଶାରୀରିକ ସମ୍ପର୍କ। କଥାଟି ଅଜବ ଲାଗୁଥିଲେ ବି ସତ। ନିକଟରେ ଏକ ଜାତୀୟସ୍ତରୀୟ ରିଆଲିଟି ଶୋ’ରେ ଏହି ଖୁଲାସା ହୋଇଛି। ଜଣେ ପ୍ରତିଯୋଗୀ ନିଜ ବିଷୟରେ ଏହି ଖୁଲାସା କରିଛନ୍ତି। ନିକଟରେ ବଲିଉଡର କଣ୍ଟରଭର୍ସି କୁଇନ କଙ୍ଗନାଙ୍କ ରିଆଲିଟି ଶୋ’ “ଲକଅପ୍” ରେ ଏହି ଖୁଲାସା ହୋଇଛି। ଗୋଟିଏ ପଟେ “ଲକଅପ୍” ଶୋ’ ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ, ଏଭଳି ଏକ ଖବର ବର୍ତ୍ତମାନ ଶୋ’ରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏହି ଶୋ’ରେ ଭାଗ ନେଉଥିବା ପ୍ରତିଯୋଗୀ ନିଜ ଜୀବନର କଳା ସତ୍ୟକୁ ପ୍ରକାଶ କରୁଛନ୍ତି କଙ୍ଗନାଙ୍କ ସମ୍ମୁଖରେ।
ଲକ ଅପ୍ ସୋ ରେ ଭାଗ ନେଉଥିବା ପ୍ରତିଯୋଗୀମାନେ ନିଜ ଜୀବନର ଅକୁହା ସତକୁ କହୁଛନ୍ତି । ଏହାରି ମଧ୍ୟରେ ପ୍ରତିଯୋଗୀ ଶିଭମ ଶର୍ମା ମଧ୍ୟ ଶେୟାର କରିଛନ୍ତି ନିଜ ଜୀବନର ଏହିଭଳି ଏକ ଗୁପ୍ତ କଥା । ଶିଭମ କହିଥିଲେ ଯେ ତାଙ୍କ ପଡ଼ୋଶୀ ଘରର ଆଣ୍ଟିଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ। ସେ ଯେଉଁ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ସେ ହେଉଛନ୍ତି ତାଙ୍କ ମା’ଙ୍କ ବନ୍ଧୁ। ତେବେ ଏହା ଶୁଣିବା ପରେ ଶୋ’ର ଜର୍ଜମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନିଜେ କଙ୍ଗନା ବି ଆଶ୍ଚର୍ଯ୍ୟ ହୋଇଥିଲେ ଏହି କଥା ଶୁଣିବା ପରେ।
ଶିଭମ ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ, ମହିଳାଙ୍କର ସେତେବେଳେ ଛାଡ଼ପତ୍ର ହୋଇଯାଇଥିଲା, ତେଣୁ ତାଙ୍କ ସହ ଶାରୀରିକ ସମ୍ପର୍କ ମୁଁ ରଖିଥିଲି। ତେବେ ଛାଡ଼ପତ୍ର ହୋଇଥିବା ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଭୁଲ ନୁହେଁ ବୋଲି କହିଥିଲେ ଶିଭମ । ସେ ଆହୁରି ମଧ୍ୟ କହିଥିଲେ ଯେ, ସେ ତାଙ୍କୁ ସେକ୍ସୁଆଲ ଲାଇଫରେ ସାହାଯ୍ୟ କରିବାକୁ ଚାହୁଥିଲେ। ତାଙ୍କୁ ଘରକୁ ପାସ୍ତା ଖାଇବା ବାହାନାରେ ଯାଉଥିଲେ, ଆଉ ଉଭୟ ବେଶ ସେକ୍ସୁଆଲ ଲାଇଫକୁ ଉପଭୋଗ କରିଥିଲେ। ତେବେ ଏହି ଘଟଣା ୮-୯ ବର୍ଷ ପୁରୁଣା ବୋଲି ସେ କହିଛନ୍ତି। ସେ ସେତେବେଳେ କଲେଜରେ ପଢ଼ୁଥିଲେ ବୋଲି କହିଛନ୍ତି ଶିଭମ।
ସୂଚନାଯୋଗ୍ୟ, ଏକତା କପୁରଙ୍କ ଏହି ନୂଆ ରିଆଲିଟି ସୋ ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେଉଛି । ଯେଉଁଠାରେ ଚର୍ଚ୍ଚାରେ ଥିବା ୧୬ ପ୍ରତିଯୋଗୀଙ୍କୁ ଲକ ଅପ୍ ରେ ରଖାଯାଇଛି ଏବଂ ସେମାନଙ୍କୁ ବିଭିନ୍ନ ସୁବିଧାରୁ ବଞ୍ଚିତ ରଖାଯାଇଛି। ଯେଉଁଠାରେ ପ୍ରତିଯୋଗୀ ସେମାନଙ୍କ ଜୀବନର ଅକୁହା ସତ କଥା ବ୍ୟାକ୍ଷା କରୁଛନ୍ତି।