ସଂସ୍କାର : ଆଜିକାଲି ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ୍ସ’ ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରୁଛି। ଏହା କାଶ୍ମୀରୀ ପଣ୍ଡିତ ଏବଂ ଅନ୍ୟମାନଙ୍କ ଉପରେ କରାଯାଇଥିବା ଭୟଙ୍କର ବର୍ବରତାର ଅଂଶକୁ ଦର୍ଶାଇଛି। ଏହି ଚଳଚ୍ଚିତ୍ରଟି ପ୍ରକୃତ ତଥ୍ୟ ଉପରେ ଆଧାରିତ ଏବଂ କାଶ୍ମୀରୀ ପଣ୍ଡିତମାନଙ୍କ ବର୍ବରତାକୁ ଏହି ଚଳଚ୍ଚିତ୍ରରେ ଚିତ୍ରଣ କରାଯାଇଛି। ୯୦ ଦଶକରେ କାଶ୍ମୀର ଉପତ୍ୟକାରେ ରହୁଥିବା ଅଧିକାଂଶ ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା।
କାଶ୍ମୀର ଉପତ୍ୟକାରେ ଇସଲାମୀୟ ଆତଙ୍କବାଦୀମାନେ ହଜାର ହଜାର କାଶ୍ମୀରୀ ହିନ୍ଦୁ ପଣ୍ଡିତଙ୍କୁ ହତ୍ୟା କରିଥିଲେ। ଯେଉଁମାନେ ବଞ୍ଚିଥିଲେ ସେମାନେ ଭୟଭୀତ ହୋଇ କାଶ୍ମୀର ଛାଡି ଅନ୍ୟରାଜ୍ୟରେ ଶରଣାର୍ଥୀ ହୋଇଥିଲେ।
ଏହି ଜଘନ୍ୟ ଘଟଣା ପରେ କାଶ୍ମୀରୀ ପଣ୍ଡିତମାନେ ଅମାନୁଷିକ ଅବସ୍ଥାରେ ଜାମ୍ମୁର କ୍ୟାମ୍ପରେ ପୁନଃ ଥଇଥାନ ହୋଇଥିଲେ ଏବଂ ଆପଣଙ୍କୁ ଜଣାଇଦେଉଛୁ ଯେ ଏହି ସମସ୍ତ ଜଘନ୍ୟ ଅପରାଧ ଘଟାଇଥିବା ବିଟା କରାଟେକୁ ନ୍ୟାୟାଳୟ ଆଣିବା ପାଇଁ ୩୧ ବର୍ଷ ଲାଗିଗଲା।
1990ରେ ବିଟା କରାଟେ ଛଦ୍ମନାମ ଫାରୁକ୍ ଅହମ୍ମଦ ଦାର ଅନେକ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। 1991 ରେ ଏକ ସାକ୍ଷାତକାରରେ କରାଟେ କହିଥିଲା ଯେ ସେ ’20 ରୁ ଅଧିକ କାଶ୍ମୀରୀ ପଣ୍ଡିତଙ୍କୁ’ କିମ୍ବା ‘ବୋଧହୁଏ 30-40 ରୁ ଅଧିକ’ ପଣ୍ଡିତଞ୍ଜୁ ହତ୍ୟା କରିଚି। କରାଟେ ବରିଷ୍ଠ ଜେ.କେ.ଏଲ୍.ଏଫ୍ କମାଣ୍ଡର ଆଶଫାକ ମଜିଦ୍ ୱାନୀଙ୍କ ନିର୍ଦ୍ଦେଶ ପାଳନ କରି କାଶ୍ମୀରୀ ପଣ୍ଡିତ ଏବଂ ହିନ୍ଦୁମାନଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିବା କୁହାଯାଉଛି।