ଦେଖନ୍ତୁ ଭିଡ଼ିଓ: ଡେମୋ ଦେଖାଲେ ମାଲିକାଣୀ ଶର୍ମିଷ୍ଠା, କାନ୍ଦି କାନ୍ଦି କହିଲେ କେମିତି ମାନସଙ୍କୁ କରିଥିଲେ ହତ୍ୟା…

ସଂସ୍କାର : ଭିଡ଼ିଓ ସାମ୍ବାଦିକ ତଥା କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା ଦିନକୁ ଦିନ ନୂଆ ନୂଆ ମୋଡ଼ ନେବାରେ ଲାଗିଛି। ମାନସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଛାନ୍‌ଭିନ୍‌ ଜାରି ରହିଛି। ଭୁବନେଶ୍ୱର ଦୟାଲ ଆଶ୍ରମରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ କ୍ରାଇମବ୍ରାଞ୍ଚ ଟିମ୍‌ କ୍ରାଇମ ସିନ୍ ରିକ୍ରିଏସନ୍‌ କରିଛି। ଏହି ସମୟରେ ଶର୍ମିଷ୍ଠା କାନ୍ଦି ପକାଇଥିବା ଜଣାପଡ଼ିଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। 

ସୂଚନା ଅନୁସାରେ, କ୍ରାଇମ୍ ସିନ୍ ରିକ୍ରିଏସନ୍ ପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ ଚାନ୍ଦବାଲି ପଳାଶପୁର ଯାଇଥିଲେ। ସେଠାରେ ଶର୍ମିଷ୍ଠା ଡେମୋ ଦେଖାଇଥିଲେ। ଏହାପରେ ଶର୍ମିଷ୍ଠାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା। ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମରେ କ୍ରାଇମ ସିନ୍ ରିକ୍ରିଏସନ୍‌ ବେଳେ ଶର୍ମିଷ୍ଠା କାନ୍ଦି ପକାଇଥିଲେ। ମାନସଙ୍କୁ ରଖିଥିବା ରୁମ୍ ଦେଖାଇବା ବେଳେ ଶର୍ମିଷ୍ଠା କାନ୍ଦି ପକାଇଥିଲେ।

ଦୟାଲ ଆଶ୍ରମ ଭିତରେ ମାନସଙ୍କୁ କିପରି ହତ୍ୟା କରାଗଲା, ତାହାର ଡେମୋ ଦେଖାଇଥିଲେ ଶର୍ମିଷ୍ଠା। ଏହାସହ ହତ୍ୟାରେ ବ୍ୟବହୃତ ହତିଆର ଓ ସାମଗ୍ରୀ କେଉଁଠି ଫିଙ୍ଗିଛନ୍ତି ତାହା କ୍ରାଇମବ୍ରାଞ୍ଚକୁ ଶର୍ମିଷ୍ଠା ଦେଖାଇଛନ୍ତି । ଦୟାଲ ଆଶ୍ରମ ପରେ ଶର୍ମିଷ୍ଠାଙ୍କୁ ନୟାଗଡ଼ ଜିଲ୍ଲା ରଣପୁର ନିଆଯାଇଥିବା ଜଣାପଡ଼ିଛି। 

Leave a Reply

Your email address will not be published. Required fields are marked *