ମେଷ : ଶ୍ରମର ମୂଲ୍ୟାଙ୍କନ ହୋଇପାରେ। କ୍ରୋଧର ସ୍ଫୁଲିଙ୍ଗଠାରୁ ଦୂରେଇ ରହିବାକୁ ପଡ଼ିବ। ଯାନବାହନ ସୁଖ ମିଳିବ। କୃଷିଜାତ ଦ୍ରବ୍ୟରୁ ଲାଭବାନ୍ ହେବେ। ଗୃହ ପରିବେଶ ବାସ ଉପଯୋଗୀ ହେବ।
ବୃଷ : ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭ୍ରାତୃଭାବ ଅତୁଟ ରହିବ। ଅଶାନ୍ତି ଦୂର ହେବ। ଦେବ ଦର୍ଶନରେ ଅପାର ଆନନ୍ଦ ମିଳିବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।
ମିଥୁନ : ବ୍ୟବସାୟ ଲାଭଜନକ ହେବ। ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। ବ୍ୟବହାରରେ ନମ୍ରତା ଓ ଶାଳୀନତା ଯୋଗଁୁ ମହନୀୟ ପଦ-ପଦବୀରେ ମଣ୍ଡିତ ହେବେ।
କର୍କଟ : କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଆୟ ବୃଦ୍ଧିର ସୂଚନା ମିଳୁଛି। ଲାଭବାନ୍ ହୋଇପାରନ୍ତି। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ଅନ୍ୟର ଚଲାପଥରେ ଆଲୋକବର୍ତ୍ତିକା ହେବେ।
ସିଂହ : ଅଧିକ ବ୍ୟୟ ଦୁଶ୍ଚିନ୍ତାର କାରଣ ହୋଇପାରେ। ଏକାନ୍ତବାସକୁ ଇଚ୍ଛା କରିପାରନ୍ତି। ସାହସୀ ଓ ଜ୍ଞାନଗରିମାଯୁକ୍ତ ହୋଇପାରନ୍ତି। ଶତ୍ରୁଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। କର୍ମଚଞ୍ଚଳ ରହିବେ।
କନ୍ୟା : କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ସୁଖ, ସମୃଦ୍ଧି ସଂଚରିତ ହୋଇପାରେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି। ସତ୍କର୍ମରେ ନିଜକୁ ନିୟୋଜିତ କରିବେ।
ତୁଳା : ନିର୍ବିଘ୍ନରେ ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ପ୍ରଶଂସାର ପାତ୍ର ହୋଇପାରନ୍ତି। ଗୁରୁଭକ୍ତିରସ ଓ ପ୍ରେମରସର ଅଧିକାରୀ ହୋଇପାରନ୍ତି।
ବିଛା : କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ବିବେକାନୁମୋଦିତ କାର୍ଯ୍ୟକରି ଧର୍ମର ମାର୍ଗ ବାଛିନେବେ।
ଧନୁ : ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ଅସୁସ୍ଥ ଥିଲେ ବି କାର୍ଯ୍ୟ କ୍ଷେତ୍ରରେ ଅଗ୍ରଗାମୀ ହେବେ। କାର୍ଯ୍ୟ ଫଳପ୍ରସୂ ହେବ। ଯାନବାହନ ଚଳାଚଳରେ ସତର୍କ ରହିବେ।
ମକର : ସୁଖକର ଘଟଣାମାନ ଘଟିପାରେ। କାର୍ଯ୍ୟ ଫଳପ୍ରସୂ ହେବ। ପୁଣ୍ୟପ୍ରଭା ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ସୁସ୍ବାଦୁ ଭୋଜନ କରିପାରନ୍ତି। ଭକ୍ତିରୂପକ ଅମୂଲ୍ୟ ରତ୍ନକୁ ପାଥେୟ କରିବେ।
କୁମ୍ଭ : ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ। ସୌନ୍ଦର୍ଯ୍ୟପୂର୍ଣ୍ଣ ଅଭିବ୍ୟକ୍ତି ରୂପକ ସାହିତ୍ୟକୁ ଲୋକଲୋଚନକୁ ଆଣିପାରନ୍ତି। ସମର୍ପିତ ଜୀବନ-ଯାପନ ଓ କର୍ମଚଞ୍ଚଳ ହେବେ।
ମୀନ : କାର୍ଯ୍ୟ କ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଉପୁଜିଥିବା ସମସ୍ୟାର ସମାଧାନ ହେବ। ସତ୍ଚିନ୍ତାରେ ମଗ୍ନ ହୋଇପାରନ୍ତି। ବିଦ୍ୟାଭ୍ୟାସୀ ହେବେ। ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନୁବନ୍ଧିତ ହେବେ।