ଏହି କଥା କୁ ନେଇ ବର୍ଷା ଟ୍ୱିଟ କରି ସମାଲୋଚନା କଲେ ଅପରାଜିତାଙ୍କୁ, କହିଲେ ଖରାପ ରାଜନୀତି କରନ୍ତୁ ନାହିଁ

ସଂସ୍କାର: ଶ୍ରୀମନ୍ଦିରଙ୍କୁ ନେଇ ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଶ୍ରୀମନ୍ଦିରର ପରିକ୍ରମାରେ ଚାଲୁଥିବା ପ୍ରକଳ୍ପ କାର୍ଯ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟୁଇଟରେ ଟାର୍ଗେଟ କରିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ନିଜ ବ୍ୟକ୍ତିଗତ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ଏକ ପୋଷ୍ଟ ଲେଖି ଅଭିନେତ୍ରୀବର୍ଷା ଭୁବନେଶ୍ୱର ସାଂସଦଙ୍କୁ କିଛି କଥା କହିଛନ୍ତି।

ଟୁଇଟ୍ କରି ବର୍ଷା ଲେଖିଛନ୍ତି ଯେ, ଯେତେବେଳେ ବି ସେ ପୁରୀ ଯାଇଥାନ୍ତି, ସେ ମହିଳାଙ୍କ ପାଇଁ କୌଣସି ଟଏଲେଟ୍ ଦେଖିବାକୁ ପାଇନଥାନ୍ତି । ବିଭିନ୍ନ ଭକ୍ତଙ୍କଠାରୁ ମଧ୍ୟ ସେ ଏଭଳି ଅଭିଯୋଗ ଶୁଣିଛନ୍ତି । ତାଙ୍କୁ ଏହି ସମ୍ପର୍କରେ ଅନେକ ଅଭିଯୋଗ ଆସିଛି । ତେଣୁ ସରକାର ଯଦି ଏହି ସୁବିଧା ପୁରୀରେ କରିବାକୁ ଚାହୁଛନ୍ତି, ତେବେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅସୁବିଧା କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଯାହା ବର୍ତ୍ତମାନ ଚର୍ଚ୍ଚା ପରିସରକୁ ଆସିଛି।

ଏହା ସହିତ ବର୍ଷା ମନ୍ଦିରକୁ ନେଇ ରାଜନୀତି ନକରିବାକୁ ଟୁଇଟ ଜରିଆରେ କହିଛନ୍ତି। ବର୍ଷା ଆହୁରି ମଧ୍ୟ ଲେଖିଛନ୍ତି ଯେ, ଗୋଟିଏ ପଟେ ବଦ୍ରିନାଥ ଓ କାଶୀ ବିଶ୍ୱନାଥ ମନ୍ଦିରର ଉନ୍ନତିକରଣ ପ୍ରକଳ୍ପକୁ ସେ ପ୍ରଂଶସା କରାଯାଉଥିବାବେଳେ, ଅନ୍ୟପଟେ ପୁରୀ ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପ୍ରକଳ୍ପକୁ ବିରୋଧ କରାଯାଉଛି। ଏହା କାହିଁକି ହେଉଛି ମୁଁ ଜାଣି ପାରୁନାହିଁ । ଯଦି ତାଙ୍କ ଭଳି ଅନେକ ଭକ୍ତ ଏହି ସୁବିଧା ଦ୍ୱାରା ଉପକୃତ ହୋଇପାରିବେ ତେବେ ଏଥିରେ ଅସୁବିଧା କଣ ବୋଲି ବର୍ଷା ଟୁଇଟ୍ କରି ପ୍ରଶ୍ନ କରିଛନ୍ତି ।

ବର୍ଷା , ଅପରାଜିତାଙ୍କୁ ସମାଲୋଚନା କରି ଲେଖିଛନ୍ତି ଯେ, ମୁଁ ଆପଣଙ୍କୁ ଜଣେ ବିଜ୍ଞ ରାଜନେତ୍ରି ବୋଲି ଭାବୁଥିଲି, ଯେତେବେଳେ ଆପଣ ରାଜନୀତିରେ ପ୍ରବେଶ କଲେ ସେତେବେଳେ ଆପଣ ଓଡିଶାର ବିକାଶ ପାଇଁ କାମ କରିବେ ବୋଲି ମୋର ଚିନ୍ତା ଆସିଥିଲା, ହେଲେ ଆପଣ ମୋତେ ନିରାଶ କଲେ। ଏହିପରି ଅନେକ କଥା ଟୁଇଟରେ ବର୍ଷା ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *