ସଂସ୍କାର: ଇଣ୍ଟରନେଟରେ ପଶୁମାନଙ୍କୁ ନେଇ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ । ଯାହାକୁ ସୋସିଆଲ ମିଡ଼ିଆର ୟୁଜରମାନେ ଚାତକ ଭଳି ଅନାଇ ବସିଥାନ୍ତି ଦେଖିବାକୁ । ଆପଣଙ୍କୁ ଏହା କହିରଖୁଛୁ ଯେ ୱାଇଲ୍ଡ ଲାଇଭରେ ରୁଚି ରଖୁଥିବା ଫଟୋଗ୍ରାଫର ଆପଣମାନଙ୍କ ନିକଟରେ ଏକ ପରଫେକ୍ଟ ଫଟୋ ଦେବାପାଇଁ ଘଣ୍ଟା ଘଣ୍ଟା ଜଙ୍ଗଲରେ ବୁଲିଥାନ୍ତି ।
ଚିତାବାଘ ସବୁଠାରୁ ଶକ୍ତିଶାଳୀ ପଶୁ । କିନ୍ତୁ ବେଳେବେଳେ ଛୋଟ ଛୋଟ ପଶୁମାନଙ୍କ ଆକ୍ରମଣରେ ସେ ଡରିଯାଉଥିବା ଭୟର ଭିଡ଼ିଓ ବେଶ୍ ଭାଇରାଲ ହୋଇଥାଏ । ସେହିଭଳି ଏକ ଭିଡ଼ିଓ ଏବେ ବେଶ୍ ଟ୍ରେଣ୍ଡ ହେଉଥିବା ଦେଖିବାକୁ ମିଳିଛି । ଏକ କୃଷ୍ଣକାୟ ମୃଗକୁ ଚିତାବାଘ କବଳରୁ ଏକ ମାଙ୍କଡ଼ ରକ୍ଷା କରିଥିବା ଦେଖିବାକୁ ମିଳିଛି ।
ଗୋଟିଏ ଭୋକିଲା ଚିତାଟି ତାର ଶିକାର ପାଇଁ କୃଷ୍ଣକାୟ ମୃଗକୁ ଶିକାର କରୁଥିବାବେଳେ ଏକ ମାଙ୍କଡ଼ ମୃଗଟିକୁ ଚିତାକବଳରୁ ରକ୍ଷା କରିଥିଲା । ଚିତାଟି ଚାଲିଯିବା ପରେ ମାଙ୍କଡ଼ଟି ମୃଗର କ୍ଷତ ସ୍ଥାନକୁ ଦେଖିବାକୁ ମଧ୍ୟ ଆସିଥିଲା । ତେବେ ଏହି ଭିଡ଼ିଓ ଟି ବେଶ୍ ପ୍ରଶଂସା ମଧ୍ୟ ସାଉଁଟିଥିଲା ।
ଦେଖନ୍ତୁ ଭାଇରାଲ ହେଉଥିବା ଭିଡ଼ିଓ :