ନାଗିନ ଡ୍ୟାନ୍ସ କରୁଥିଲେ , ସେତେବେଳେ ଏମିତି ହେଲା ଯେ ଫସିଲେ ବ୍ୟକ୍ତି, ଦେଖନ୍ତୁ ଭିଡିଓ, ପଢ଼ନ୍ତୁ କାରଣ

ସଂସ୍କାର : ନାଗିନ ଡ୍ୟାନ୍ସ ଆଧୁନିକ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଯାଇଛି। ଉତ୍ସବ ବିବାହର ହେଉ ବା କମ୍ପାନୀରେ କୌଣସି ସଂସ୍କୃତି କାର୍ଯ୍ୟ। ଆପଣ ଏହି ଅବସରରେ ନାଗିନ ଡ୍ୟାନ୍ସ ନିହାତି ଦେଖିପାରିବେ। ସାଧାରଣତଃ ନାଗିନ ଡ୍ୟାନ୍ସ ରେ ନାଚିବାକୁ ପ୍ରାୟ ଲୋକ ଭଲ ପାଆନ୍ତି ।

କିନ୍ତୁ ଜୀବନ୍ତ ସାପ ସହିତ ନାଗିନ ଡ୍ୟାନ୍ସ କରିବା ମହଙ୍ଗା ସାବ୍ୟସ୍ତ ହୋଇଥାଏ। ଏପରି କରି ଜଣେ ବ୍ୟକ୍ତି ବର୍ତ୍ତମାନ ଫସିଛନ୍ତି । ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାରେ ଏକ ବରଯାତ୍ରୀରେ ନାଗିନ ଡ୍ୟାନ୍ସ ପାଇଁ ଏକ ଜୀବନ୍ତ ସାପକୁ ଅଣାଯାଇଥିଲା। ଆଉ ଏହାର ଭିଡ଼ିଓ ଭାଇରାଲ ହେବା ପରେ ଏହି ଅଭିଯୋଗରେ ୫ଜଣଙ୍କୁ ପୋଲିସ ଗିରଫ କରିଛି ।

କରଞ୍ଜିଆର ଏକ ବରଯାତ୍ରୀ ଯାଉଥିବାବେଳେ ରାସ୍ତା ଉପରେ ଜଣେ ନାଗିନ ଧୁନରେ ନାଚୁଥିବା ଦେଖିବାକୁ ମିିଳିଥିଲା। ବ୍ୟକ୍ତି ଜଣକ ଜୀବନ୍ତ ସାପ ସହ ଡ୍ୟା୍‌ନ୍ସ କରୁଥିବା ଦେଖିବାକୁ ମିଳିଛି।

27 ଏପ୍ରିଲ ବୁଧବାର ରାତିରେ ଏହି ଘଟଣା ଘଟିଛି। ମୟୂରଭଞ୍ଜର କରଞ୍ଜିଆ ଅଞ୍ଚଳ ଦେଇ ଏକ ଶୋଭାଯାତ୍ରା ପୁରା ମଜାରେ ନାଚୁଥିଲେ। ହଠାତ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ବାଉଁଶ ଟୋକେଇରୁ ଢାଙ୍କୁଣୀ ଖୋଲି ଜୀବନ୍ତ ସାପ ବାହାର କଲେ। ଏହି ବ୍ୟକ୍ତି ଜଣକ ନାଗିନ ଧୁନରେ ସାପ ସହିତ ଖେଳୁଥିବା ଦେଖାଯାଇଥିଲା। କିନ୍ତୁ ଏପରି କରିବା ଦ୍ୱାରା ପାଖରେ ଥିବା ଅନ୍ୟ ଲୋକମାନେ ଡରି ଯାଇଥିଲେ।

ଦେଖନ୍ତୁ ଭାଇରାଲ ଭିଡ଼ିଓ :

Leave a Reply

Your email address will not be published. Required fields are marked *