ସଂସ୍କାର : ମଧ୍ୟପ୍ରଦେଶର ସତନା ଜିଲ୍ଲାର ଜଣେ ନାବାଳିକା ହଠାତ୍ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କଲେ। ପରେ ତାଙ୍କ ବଡ଼ ଭଉଣୀ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ନାବାଳିକା ଜଣକ ଗର୍ଭବତୀ ଥିବା ଜଣାପଡିଥିଲା। ଡାକ୍ତରଙ୍କଠାରୁ ଏହା ଶୁଣି ଦୁଇ ଭଉଣୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେବେଳେ ପରିବାର ସଦସ୍ୟ ଏହା ଜାଣିବାକୁ ପାଇଲେ ସେମାନେ ସଂଗେ ସଂଗେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସତନା ଜିଲ୍ଲାର ଏକ ଅଞ୍ଚଳରେ ରହୁଥିବା ପରିବାରର ନାବାଳିକାଙ୍କ ପେଟରେ ହଠାତ୍ ଯନ୍ତ୍ରଣା ହୋଇଥିଲା। ଯେତେବେଳେ ଯନ୍ତ୍ରଣା ଅଧିକ ହେଲା, ବଡ ଭଉଣୀ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଗଲେ। ଯେତେବେଳେ ଡାକ୍ତରମାନେ ଏଠାରେ ପରୀକ୍ଷା କଲେ, ନାବାଳିକା ଜଣକ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା। ଏହା ପରେ ତାଙ୍କ ଭଉଣୀ ସିଧାସଳଖ ହସ୍ପିଟାଲରୁ ଘରେ ପହଂଚି ପରିବାର ସଦସ୍ୟଙ୍କୁ ପୁରା କଥା କହିଥିଲେ। ଏହା ଉପରେ ନାବାଳିକାର ବାପା ନିକଟସ୍ଥ ପୋଲିସ ଷ୍ଟେସନରେ ଏକ ରିପୋର୍ଟ ଦାଖଲ କଲେ।
ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଜଣକ ପୀଡିତାଙ୍କ ଗାଁର ବାସିନ୍ଦା। ଅଭିଯୁକ୍ତ ସଚିନ ସିଂ ବାଗେଲ ନାବାଳିକାକୁ ଗତ ୨ ମାସ ଧରି ନିରନ୍ତର ବଳାତ୍କାର କରୁଥିଲା। ତେବେ ପୋଲିସ ଏହି ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଛି। ଆଉ ଅଭିଯୁକ୍ତ ସଚିନକୁ ଏହି ବିଷୟରେ ଅଧିକା ପଚରାଉଚରା କରୁଛି।
ନାବାଳିକାର ମାଆ ପୋଲିସକୁ କହିଥିଲେ ଯେ ଝିଅ କାମ ପାଇଁ ଚାଷ ଜମିରେ ନିର୍ମିତ ପମ୍ପ ହାଉସକୁ ଯାଉଥିଲା। ସେଠାରେ ଅଭିଯୁକ୍ତ ସଚିନ ଏହି ଅମାନୁଷିକ କାର୍ଯ୍ୟ କରିଛି। ଏମିତିକି ଏହି କଥା ଆଉ କାହାକୁ କହିଲେ ତାଙ୍କ ଝିଅକୁ ହତ୍ୟା କରିବ ବୋଲି ଧମକ ମଧ୍ୟ ଦେଇଥିଲା।